ବିଜେଡି ସାଂସଦ ଓ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସମ୍ପର୍କରେ ପାଖାପାଖି ୧ ବର୍ଷ ହେବ ବିବାଦ ଲାଗିରହିଛି। ଏହି ବିବାଦ ବର୍ତ୍ତମାନ କୋର୍ଟକୁ ଚାଲିଯାଇଛି। ବର୍ତ୍ତମାନ ଶୁଣିବାକୁ ମିଳୁଛିକି ବର୍ତ୍ତମାନ କୋର୍ଟରେ ଛାଡପତ୍ର ନେଇ ମାମଲା ଚାଲିଛି। ମଝିରେ ମଝିରେ ଏହି ମାମଲାକୁ ନେଇ ଅପଡେଟ ଆସିଥାଏ। ଏହି କ୍ରମରେ ଆଜି କୋର୍ଟରେ ଅନୁଭବ ମହାନ୍ତି ନଜର ଆସିଛନ୍ତି। ଅନୁଭବ ମହାନ୍ତି ଗଣମାଧ୍ୟମ ସହିତ ସାକ୍ଷାତ କରି ଆଜି କୋର୍ଟ ଆସିବାର କାରଣ ମଧ୍ୟ କହିଛନ୍ତି।
ଅନୁଭବ ମହାନ୍ତି କହିଲେକି ଆଜି ମୋର କୋର୍ଟରେ ସାକ୍ଷୀ ଥିଲା ଓ ସେଥିପାଇଁ ଆଜି ଆସିଥିଲି। ମୁଁ କିଛି ଦିନ ପୂର୍ବେ ଜାଣି ପାରିଲିକି ମ୍ୟାଡମ ବର୍ଷା ପ୍ରିୟଦର୍ଶିନୀ ତାଙ୍କର ପରିଚୟ ପତ୍ର ଓ ବହୁତ ଫର୍ଜି କାଗଜପତ୍ର କୋର୍ଟରେ ଦେଇଛନ୍ତି। କିନ୍ତୁ ସେଥିରେ ବହୁତ ଫରକ ଅଛି । ସେଥିରେ ବହୁତ ଫର୍ଜି କାଗଜପତ୍ର ମଧ୍ୟ ଅଛି। ମୁଁ ଜଣେ ଦାୟିତ୍ଵବାନ ନାଗରିକ ଓ ରାଜ୍ୟସଭାର ସଦସ୍ୟ ଅଟେ। ସେଥିପାଇଁ ମୁଁ କାହାର ବ୍ୟକ୍ତିଗତ ଜୀବନ ଭିତରକୁ ଅଧିକ ପଶିପାରିବି ନାହିଁ।
ମୁଁ ଯେତିକି ଜାଣିପାରିଲି ମୁଁ ସବୁ କୋର୍ଟରେ ଉପସ୍ଥାପିତ କରିଦେଇଛି। ମୁଁ ଚିନ୍ତା କରୁଛି ମ୍ୟାଡମ ବର୍ଷା ପ୍ରିୟଦର୍ଶିନୀ କାହା ମାଧ୍ୟମରେ ନ ଆସି ନିଜେ କ୍ୟାମେରା ସାମ୍ନାକୁ ଆସି କୁହନ୍ତୁକି ତାଙ୍କ ଉପରେ ଯେଉଁ ସବୁ ଅଭିଯୋଗ ଲାଗିଛି ଫର୍ଜି ଡକ୍ୟୁମେଣ୍ଟ ଓ ଫର୍ଜି ପରିଚୟ ପତ୍ର ବ୍ୟବହାର କରିବାର ।
ଗୋଟିଏ ମଣିଷ ଗୋଟିଏ ପରିଚୟରେ ବଞ୍ଚିପାରିବ ଓ ଗୋଟିଏ ମଣିଷ ଅଧିକ ପରିଚୟ ପତ୍ରରେ ବଞ୍ଚିପାରିବ ନାହିଁ। କିନ୍ତୁ ଯଦି କେହି ବିଭିନ୍ନ ଜାଗାରେ ବିଭିନ୍ନ ପରିଚୟ ପତ୍ର ଦେଇ ବଞ୍ଚୁଛନ୍ତି ତେବେ ଏହା ବହୁତ ଭୟଙ୍କର ହୋଇପାରେ। ଅନୁଭବ ମହାନ୍ତି ଆଗକୁ କହିଲେକି ମୁଁ ମୋର ମନ୍ତବ୍ୟ ଦେଲି ଓ କୋର୍ଟ ଯାହା ନିଷ୍ପତ୍ତି ନେବେ।
ମୁଁ ଚାହୁଁଛିକି ଏହି ଭଳି ଫର୍ଜି କାମ କେହିବି କେବେ କରନ୍ତୁ ନାହିଁ। ମୁଁ ଅନୁରୋଧ କରୁଛିକି ବର୍ଷା ପ୍ରିୟଦର୍ଶିନୀ ଶୀଘ୍ର କ୍ୟାମେରା ସାମ୍ନାକୁ ଆସି ଏହି ମାମଲା ବିଷୟରେ କୁହନ୍ତୁ। ଆପଣ ପତ୍ନୀ ହେବାର ପ୍ରମାଣ କାହା ମାଧ୍ୟମରେ ନ ଆଣି ନିଜେ ସାମ୍ନାକୁ ନେଇ ଆସନ୍ତୁ।