ଇତିହାସର ସବୁଠାରୁ ଭୟଙ୍କର ଭୁଲ, ଯେଉଁଥି ପାଇଁ ଚାଲିଯାଇଥିଲା ୪ କୋଟି ଲୋକଙ୍କର ଜୀବନ ! ଦେଖନ୍ତୁ ଭିଡିଓ !

ଇତିହାସରେ କରିଥିବା ଗୋଟେ ଛୋଟ ଭୁଲ୍ ପାଇଁ ଚାରି କୋଟି ଲୋକ ମାନଙ୍କର ଜୀବନ ଚାଲି ଯାଇଥିଲା, ଏବଂ ଏହାର ମୁଖ୍ୟ କାରଣ କେବର ଗୋଟେ ଚଢ଼େଇ ଥିଲା। ଆଜିବି ଚାଇନା ରୁ ବାହାରିଥିବା ଏହି ମହାମାରୀ ଯୋଗୁଁ ଲକ୍ଷ ଲକ୍ଷ ଲୋକ ମାନଙ୍କର ଜୀବନ ଯାଉଛି, ଆଉ ଇତିହାସରେ ମଧ୍ୟ ଚାଇନାର ଗୋଟେ ଭୁଲ୍ ପାଇଁ କୋଟି କୋଟି ଲୋକ ମାନଙ୍କୁ ଛଟପଟ ହୋଇ ମରିବାକୁ ପଡିଲା।

ମଣିଷ ମାନେ ପ୍ରକୃତିର ଚକ୍ରକୁ ନିଜ ଆୟତ୍ତରେ ରଖିବାକୁ ଚେଷ୍ଟା କରିଲେ ଏହାର ପରିଣାମ ମନୁଷ୍ୟ ଜାତିକୁ କେତେ ମହଙ୍ଗା ପଡିଥାଏ ଏହାର ଦୃଶ୍ୟ ଆମକୁ ୧୯୫୮ ମସିହାରେ ଚାଇନାରେ ଦେଖିବାକୁ ମିଳିଲା। ଚାଇନାର ଏକ ଏପରି ଅଭିଯାନର ଆରମ୍ଭ ହୋଇଥିଲା ଯାହାର ପରିଣାମ ଭୁଲ ବୋଲି ପ୍ରମାଣିତ ହୋଇଗଲା, ଏବଂ ଅନ୍ତରେ ଏହାର ମନୁଷ୍ୟ ଜାତିର ମରଣର କାରଣ ପାଲଟିଗଲା।

ଏହି ଅଭିଯାନର ନାମ ଥିଲା ଦା ଗ୍ରେଟ୍ ସ୍ପେରୋ କ୍ୟାମ୍ପିନ୍, ଯାହାକୁ ମୁଖ୍ୟ ରୂପରେ ଚାରୋଟି କୀଟକୁ ଅନ୍ତ କରିବାର ଅଭିଯାନ ବୋଲି ମଧ୍ୟ କୁହାଯାଏ। ଏହି ଅଭିଯାନର ଆରମ୍ଭ ୧୯୫୮ରେ ଚାଇନାରେ କରା ଯାଇଥିଲା। ଏହା ସେହି ବର୍ଷ ଥିଲା ଯେବେ ପିପଲ୍ସ ରିପବ୍ଲିକର ଚେୟାରମ୍ୟାନ ମାଓ ଜିଡଙ୍ଗ୍ ଏହାର ଫଇସଲା କରିଲେ ଯେ ଚାଇନାର ଅର୍ଥ ବ୍ୟବସ୍ଥା ଯାହା କୃଷି ପ୍ରଧାନ ଅର୍ଥ ବ୍ୟବସ୍ଥା ଥିଲା, ତାହାକୁ ପରିବର୍ତ୍ତନ କରି ଆଧୁନିକ ଓ ଟେକ୍ନୋଲୋଜିର ଅର୍ଥ ବ୍ୟବସ୍ଥାରେ ପରିଣତ କରି ଦିଆଯାଇଥିଲା।

ମାଓ ସବୁ ଦେଶକୁ ପଛରେ ପକାଇ ଚାଇନାକୁ ସର୍ବୋତ୍ତମ କରିବାକୁ ଚାହୁଁଥିଲେ, ସେଥିପାଇଁ ସେ ଆରମ୍ଭ କରିଲେ ଦା ଗ୍ରେଟ୍ ସ୍ପେରୋ କ୍ୟାମ୍ପିନ୍। ଏହି ଅଭିଯାନରେ ସେ ଚାଇନାର ଲୋକଙ୍କୁ କହିଲେ ଏହି ଚାରୋଟି ଜୀବକୁ ମାରିବା ପାଇଁ, ସେଗୁଡିକ ହେଉଛି ମଶା, ମୂଷା, ମାଛି ଓ ଘରଚଟିଆ। ମାଓ ଚାଇନାର ଲୋକ ମାନଙ୍କୁ କହିଲେ ଏହି ଚାରୋଟି ଜୀବ ମଣିଷ ମାନଙ୍କର ପରମ ଶତ୍ରୁ, ଏମାନଙ୍କ ବିନା ବି ମଣିଷ ବଞ୍ଚି ପାରିବ, ସେଥିପାଇଁ ଏହାକୁ ମାରିଦେବା ପାଇଁ ସେ ସମସ୍ତଙ୍କୁ କହିଲେ।

ସେ ଏହାକୁ ମାରିବାର କାରଣ ମଧ୍ୟ କହିଲେ, ସେ କହିଲେ କି ମଶା ଏବଂ ମୂଷା ମାନଙ୍କ ଯୋଗୁଁ ଅନେକ ରୋଗ ମଧ୍ୟ ହୋଇଥାଏ, ସେଥିପାଇଁ ଏମାନଙ୍କୁ ମାରିଦେବା ହିଁ ଭଲ ହେବ। ଘରଚଟିଆକୁ ମାରିବାର କାରଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ସେ କହିଲା କି ପ୍ରତିବର୍ଷ ଗୋଟିଏ ଘରଚଟିଆ ୪,୫ କି.ଗ୍ରା ଗହମ ଓ ଚାଉଳ ଖାଇଯାଏ, ଆଉ ଫଳକୁ ମଧ୍ୟ ନଷ୍ଟ କରିଦିଏ। ଯଦି ଘରଚଟିଆକୁ ମାରିଦେବା ତାହା ହେଲେ ମଣିଷ ମାନଙ୍କ ପାଇଁ ଖାଦ୍ୟ ଆହୁରି ବଢିଯିବ, ଏବଂ ଆମେ ଅଧିକ ଖାଦ୍ୟକୁ ବାହାର ଦେଶକୁ ଏକ୍ସପର୍ଟ କରି ଆମ ଦେଶର ଅର୍ଥ ବ୍ୟବସ୍ଥାକୁ ବଢାଇ ପାରିବା।

ଏହାପରେ ସେମାନେ ଘରଚଟିଆକୁ ମାରିବା ସହ ସବୁ ପକ୍ଷୀ ମାନଙ୍କୁ ମଧ୍ୟ ମାରିଦେଲେ। ଏହାପରେ ମାଡି ଆସିଲା ଏକ ବଡ ବିପଦ, ଦେଖା ଦେଇଥିଲା ପ୍ରକୃତିର ଅସନ୍ତୁଳନ। ଘରଚଟିଆ ସିନା ଗହମ, ଚାଉଳ ଖାଏ କିନ୍ତୁ ଅନ୍ୟ ପକ୍ଷୀ ମାନେ ଅନେକ ପୋକ ଜୋକକୁ ଖାଇ ଥାଆନ୍ତି, ଯାହା ଦ୍ୱାରା ପ୍ରକୃତିର ସନ୍ତୁଳନ ସଠିକ୍ ରୁହେ। ସବୁ ପକ୍ଷୀ ମରିଯିବା କାରଣରୁ ସବୁ ପୋକ ଜୋକ ମାଳଙ୍କର ସଂଖ୍ୟା ବଢ଼ିବାକୁ ଲାଗିଲା, ଆଉ ସବୁଠାରୁ ଅଧିକ ବୃଦ୍ଧି ପାଇଲେ ପଙ୍ଗୋପାଳ ମାନେ।

ପଙ୍ଗୋପାଳ ମାନଙ୍କର ସଂଖ୍ୟା ଏତେ ବଢ଼ିଗଲା ଯେ, ପଙ୍ଗୋପାଳ ମାନେ ଗୋଟେ ଗୋଟେ ରାତିରେ ଗୋଟିଏ ଗାଁର ସମସ୍ତ ଫସଲକୁ ନଷ୍ଟ କରି ଅନ୍ୟ ଗାଁକୁ ଚାଲି ଯାଉଥିଲେ। ଚାଇନା ସରକାର ଏମାନଙ୍କୁ ମାରିବା ପାଇଁ ଯେତେ ଯାହା କରୁଥିଲେ ବି ସେମାନେ ମରୁନଥିଲେ, ଓଲଟା ନାନା କୀଟନାଶକ ଔଷଧର ବ୍ୟବହାର ଯୋଗୁଁ ଫସଲ ସବୁ ନଷ୍ଟ ହୋଇ ଯାଉଥିଲା। ଏହାର କିଛି ଦିନ ପରେ ଏଠାରେ ମରୁଡି ପଡିଗଲା ଏବଂ ଲୋକମାନେ ଖାଇବା ବିନା ମରିବାକୁ ଲାଗିଲେ, ପାଖାପାଖି ୪କୋଟି ଲୋକ ମୃତ୍ୟୁ ବରଣ କରିଥିଲେ ଏହା କାରଣରୁ।

Leave a Reply

Your email address will not be published. Required fields are marked *