ଓଡିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ରାଜ୍ୟବାସୀଙ୍କୁ ବହୁତ ପ୍ରକାର ସୁବିଧା ଯୋଗାଇ ଦେଇଛନ୍ତି। ଆମ ରାଜ୍ୟ ଓଡ଼ିଶାରେ ନବୀନ ସରକାର ରାସନ କାର୍ଡ ମାଧ୍ୟମରେ ଗରିବ ରାଜ୍ୟବାସୀଙ୍କୁ ୧ ଟଙ୍କିଆ ଚାଉଳ ଯୋଗାଇ ଦେବା ସହ ଗହମ କିରାସିନି ଆଦି ଅଳ୍ପ ମୂଲ୍ୟରେ ଯୋଗାଇ ଦିଅନ୍ତି। ଯାହାଦ୍ୱାରା ଓଡ଼ିଶାର ସମସ୍ତ ଜନସଂଖ୍ୟାର ପ୍ରାୟ ୯୩ ପ୍ରତିଶତ ଲୋକ ଉପକୃତ ହୋଇପାରୁଛନ୍ତି।
ଏହି କାର୍ଡ ଦ୍ଵାରା ସରକାରଙ୍କ ତରଫରୁ ଗୋଟିଏ ଘରକୁ ଗୋଟିଏ କାର୍ଡ ମିଳିଥାଏ। ଆଉ ଘରର ଜନ ସଂଖା ଅନୁସାରେ ସେମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଥାନ୍ତି। ତେବେ କିନ୍ତୁ ଅନେକ ସମୟରେ ଦେଖାଯାଇଛିକି ଗୋଟିଏ ଗୋଟିଏ ପରିବାରର ବର୍ତ୍ତମାନ ପର୍ଯ୍ୟନ୍ତ ରାସନ କାର୍ଡ ପହଞ୍ଚି ପାରିନାହିଁ। ତେବେ ସେହି ବ୍ୟକ୍ତିମାନେ ଚାହିଁଲେ ଅନଲାଇନ ମାଧ୍ୟମରେ ନୂଆ ରେସନ କାର୍ଡ ପାଇଁ ଆବେଦନ କରିପାରିବେ। ତେବେ ଆପଣମାନେ କିପରି ଭାବରେ ନୂଆ ରାସନ କାର୍ଡର ଆବେଦନ ଘରେ ବସି କରିପାରିବେ ସେ ବିଷୟରେ ଆପଣଙ୍କୁ ଅବଗତ କରାଇବୁ।
କିପରି ରାସନ କାର୍ଡ ଆବେଦନ କରିବେ?
୧। ନୂଆ ରାସନ କାର୍ଡ ଆବେଦନ କରିବା ପାଇଁ ପ୍ରଥମେ ଅନଲାଇନରେ ଷ୍ଟେଟ ଫୁଡ଼ ସିକ୍ୟୁରୀଟିର ୱେବସାଇଟକୁ ଯାଆନ୍ତୁ।
୨। ସେଠାକୁ ଯାଇ ଅନଲାଇନ ଅପସନ ଉପରେ କ୍ଲିକ କରନ୍ତୁ।
୩। ଆପଣ ସେଠାରେ ଦୁଇଟି ଅପସନ ଦେଖିବେ। ସେଥିରେ ଆପଣ ସିଟିଜେନ କାର୍ଯ୍ୟ ଉପରେ କ୍ଲିକ କରନ୍ତୁ।
୪। ଆପଣଙ୍କ ସାମ୍ନାରେ ଅନ୍ୟ ଏକ ନୂଆ ପେଜ ଖୋଲିଯିବ। ସେହି ପେଜରେ କିଛି ନିର୍ଦ୍ଦେଶନାମା ମଧ୍ୟ ରହିଛି, ଯେପରିକି ଘରର ମୁଖ୍ୟ, ତାଙ୍କର ମୋବାଇଲ ନମ୍ବର ଅଛି କି ନାହିଁ ସେ ନେଇ ସୂଚନା ଦିଆଯାଇଛି। ତେବେ ବର୍ତ୍ତମାନ ଏହିସବୁ ପଢିସାରିବା ପରେ ଆପଣ ତଳେ କ୍ଲିକ କରନ୍ତୁ।
୫। ଏମିତି କରିବା ପରେ ଆପଣଙ୍କ ସାମ୍ନାରେ ଅନ୍ୟ ଏକ ନୂଆ ପେଜ ଖୋଲିଯିବ। ସେହି ପେଜରେ ଯାହା ଯାହା ସବୁ ଆପଣଙ୍କୁ ପୂରଣ କରିବାକୁ କୁହାଯାଇଛି, ଆପଣ ସେହିପରି ସବୁ ଠିକ ଭାବରେ ପୂରଣ କରନ୍ତୁ।
୬। ତେବେ ଏହି ପେଜରେ ଘରର ମୁଖିଆଙ୍କର ନାମ ସହ ଆଧାର କାର୍ଡ ଏବଂ ମୋବାଇଲ ନମ୍ବର ଠିକ ଭାବରେ ଲେଖନ୍ତୁ।
୭। ଏହା ସହ ଅନ୍ୟ ସମସ୍ତଙ୍କର ଡିଟେଲସ ଦେଇ ତାହାକୁ ପୂରଣ କରି ok ଉପରେ କିଳ୍କ କରନ୍ତୁ।
୮। ଏହିସବୁ କାର୍ଯ୍ୟ କରିବା ପରେ ଆପଣ ଗୁଗୁଲକୁ ଯାଇ ଆପଣଙ୍କର ଆଖପାଖରେ ଥିବା ଡିଲର ଦୋକାନୀର ଆଡ୍ରେସ ଖୋଲି ତାହାକୁ ଆଡ଼ କରନ୍ତୁ।
୯। ତେବେ ଏହିସବୁ କରିବା ପରେ ଆପଣ ପୁଣି ଥରେ ପ୍ରଥମ ପେଜକୁ ଆସି FPP ଲେଖାଯାଇ ଥିବା ସ୍ଥାନରେ କ୍ଲିକ କରନ୍ତୁ ଏବଂ ଏହା ଦ୍ୱାରା ଆପଣ ଚେକ କରିପାରିବେକି ଆପଣଙ୍କର ନାମରେ ରାସନ କାର୍ଡ ଇସୁ ହୋଇସାରିଛି ଆଉ ତାହାକୁ ଆପଣ ଡାଉନଲୋଡ଼ କରିନିଅନ୍ତୁ।