ଭାରତରେ ଏମିତି ଏକ ମନ୍ଦିର ଦେଖିବା ମାତ୍ରେ ଭୟରେ ଦୌଡି ପଳାଇଲେ ବୈଜ୍ଞାନିକମାନେ,ଜାଣନ୍ତୁ ଏହି ମନ୍ଦିର ସହିତ ଜଡିତ ଥିବା ଆଶ୍ଚର୍ଯ୍ୟଜନକ ରହସ୍ୟ !

ଭାରତରେ ଅନେକ ମନ୍ଦିର ସବୁ ରହିଛି, ଏଠାକାର ଲୋକମାନେ ବହୁତ ଈଶ୍ୱର ବିଶ୍ୱାସୀ ହୋଇ ଥାଆନ୍ତି। ଲୋକମାନେ ଏଠାରେ ଠାକୁରଙ୍କ ବହୁତ ପୂଜାପାଠ ମଧ୍ୟ କରିଥାଆନ୍ତି, ସେଥିପାଇଁ ଆମ ଦେଶର ଅନେକ ମନ୍ଦିର ରହିଛି। ଦେଶରେ ଯେତେ ସବୁ ମନ୍ଦିର ରହିଛି ସେହି ସବୁ ପଛରେ କିଛି ନା କିଛି ରହସ୍ୟ ରହିଛି। ସେହିପରି ଗତ କିଛି ବର୍ଷ ତଳେ ବୈଜ୍ଞାନିକ ମାନଙ୍କୁ ମଧ୍ୟପ୍ରଦେଶର ଏକ ମନ୍ଦିର ବିଷୟରେ କିଛି ଅଦ୍ଭୁଦ ସୂଚନା ଜାଣିବାକୁ ମିଳିଲା ।

ସେହି ସମୟରେ ଏହି ମନ୍ଦିର ବିଷୟରେ ସୋସିଆଲ ମିଡିଆରେ କୌଣସି ଖବର ନଥିଲା ଓ ଅଧିକାଂଶ ଲୋକ ସେହି ମନ୍ଦିର ବିଷୟରେ ଜାଣି ନଥିଲେ । ସେହି ମନ୍ଦିରର ଆଖ ପାଖରେ ରହୁଥିବା ଲୋକ ମାନେ ହିଁ ସେହି ମନ୍ଦିର ବିଷୟରେ ଜାଣିଥିଲେ । କିଛି ଲୋକ ବୈଜ୍ଞାନିକ ମାନଙ୍କୁ କହିଥିଲେ, ସନ୍ଧ୍ୟା ହେବା ପରେ ସେହି ମନ୍ଦିର ଭିତରକୁ କେହି ବି ଯାଇ ପାରିବେ ନାହିଁ ।

ମନ୍ଦିର ସହ ଜଡିତ ରହସ୍ୟ ବିଷୟରେ ଜାଣିବା ପାଇଁ ବୈଜ୍ଞାନିକ ମାନେ ସେହି ମନ୍ଦିରକୁ ଯାଇଥିଲେ । ଯେତେବେଳେ ସେହି ମନ୍ଦିରକୁ ବୈଜ୍ଞାନିକ ମାନେ ଦେଖିଥିଲେ ସେତେବେଳେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା।

ଭାରତର ମଧ୍ୟପ୍ରଦେଶ ରାଜ୍ୟର ମୋରେନାରେ ଏକ ହଜାର ବର୍ଷ ପୁରୁଣା ଏକ ରହସ୍ୟ ମୟ ମନ୍ଦିର ଅଛି । ଏହି ମନ୍ଦିର ପରି ଦୁନିଆରେ ଅନ୍ୟ କୌଣସି ମନ୍ଦିର ନାହିଁ । ଏହି ମନ୍ଦିରର ନାମ ହେଉଛି କକନମଠ ମନ୍ଦିର ଓ ଏହା ଶିବ ମନ୍ଦିର ଅଟେ । ଏହି ମନ୍ଦିରର କଳା ସ୍ଥାପତ୍ୟ ବହୁତ ଅଦ୍ଭୁଦ ଅଛି । ପ୍ରାଚୀନ କାଳର କଳା କୃତିତ୍ଵ ଆପଣ ମାନେ ଦେଖି ମନ୍ଦିରରେ ଦେଖିବାକୁ ପାଇବେ ।

କକନମଠ ମନ୍ଦିରଟି ବଡ ବଡ ପଥରରେ ନିର୍ମାଣ କରାଯାଇଛି । ଏହି ମନ୍ଦିର ନିର୍ମାଣରେ କୌଣସି ସିମେଣ୍ଟ ବା ମାଟିର ବ୍ୟବହାର ହୋଇ ନାହିଁ । ମନ୍ଦିରକୁ ଦେଖିଲେ ଲାଗିବ ଯେମିତି ଏହି ମନ୍ଦିରଟି ପଡିଯିବ ହେଲେ ବର୍ଷ ବର୍ଷ ହେବ ଏହି ମନ୍ଦିର ଅଛି । ବନ୍ଧୁଗଣ ଏହି ମନ୍ଦିର ସହ ଜଡିତ ଏକ ବଡ ରହସ୍ୟ ଅଛି।କୁହାଯାଏ ଏହି ମନ୍ଦିରକୁ କୌଣସି ମଣିଷ ନୁହେଁ ଭୁତ ମାନେ ବନେଇ ଛନ୍ତି।

ଆଗରୁ ଏହି ସ୍ଥାନରେ କୌଣସି ମନ୍ଦିର ନଥିଲା ହେଲେ ଗୋଟେ ଦିନ ସଖାଳ ସମୟରେ ହଠାତ ଏହି ମନ୍ଦିର ନଜର ଆସିଥିଲା । ଗାଁ ଲୋକଙ୍କ ମତରେ ଭୁତ ପ୍ରେତ ଭଗବାନ ଶିବଙ୍କୁ ପୂଜା କରନ୍ତି ଓ ସେହି ସ୍ଥାନରେ କୌଣସି ଶିବ ମନ୍ଦିର ନଥିଲା । ତେଣୁ ଭୁତ ମାନେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଗୋଟିଏ ରାତିରେ ଏହି ମନ୍ଦିର ନିର୍ମାଣ କରିଦେଲେ।

ଯେତେବେଳେ ବୈଜ୍ଞାନିକ ମାନେ ଏହି ମନ୍ଦିର ଦେଖିଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ କାରଣ ଏହି ପରିକା ମନ୍ଦିର ସେମାନେ କେବେବି ଦେଖି ନଥିଲେ । ମନ୍ଦିର ଉପରେ ଯଦି ଗବେଷଣା ହୋଇଥାନ୍ତା ତା ହେଲେ ବୋଧେ ଏହି ମନ୍ଦିର ତଳେ ପଡି ଯାଇଥାନ୍ତା ସେଥିପାଇଁ ବୈଜ୍ଞାନିକ ମାନେ ସେହି ସ୍ଥାନ ଛାଡି ଚାଲିଯାଇଥିଲେ । ଏହି ମନ୍ଦିର ପାଖକୁ ସନ୍ଧ୍ୟା ସମୟରେ କେହି ବି ଯାନ୍ତି ନାହିଁ।

Leave a Reply

Your email address will not be published. Required fields are marked *