ଭାରତରେ ଅବସ୍ଥିତ ଏହି ପାଞ୍ଚୋଟି ରେଳ ଷ୍ଟେସନ,ସବୁଠାରୁ ଭୟାନକ ଓ ଆତ୍ମା ଦ୍ଵାରା କବଳିତ,ଜାଣନ୍ତୁ ଏହି ରେଳ ଷ୍ଟେସନ ବିଷୟରେ !

ଦୁନିଆରେ ଏପରି ଅନେକ ସ୍ଥାନ ଅଛି ଯାହାକୁ ନେଇ ଲୋକେ ଦାବି କରନ୍ତି ଯେ ଏହି ସ୍ଥାନ ଗୁଡ଼ିକରେ ଭୂତ ପ୍ରେତ ବାସବାସ କରନ୍ତି । ଭାରତରେ ହଣ୍ଟେଡ୍ ସ୍ଥାନଗୁଡିକ ଏହିପରି ସ୍ଥାନଗୁଡିକରେ ପରିପୂର୍ଣ୍ଣ । ଦୁର୍ଗ, ରାସ୍ତା, ପୁରୁଣା ଅଟ୍ଟାଳିକା ଇତ୍ୟାଦି ଅନେକ ସ୍ଥାନକୁ ହଣ୍ଟେଡ ଘୋଷିତ କରାଯାଇଛି । ତଥାପି, ଯେତେବେଳେ ସେମାନଙ୍କର ସତ୍ୟ ପଦାକୁ ଆସେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ।

ମଣିଷ ଯେତେ ଶିକ୍ଷିତ ହେଲେ ବି ଅନ୍ଧବିଶ୍ବାସକୁ ଛାଡ଼ି ପାରୁନାହିଁ । ଆମ ସାମାଜିକ ଚଳନି ସହ ଅନ୍ଧ ବିଶ୍ବାସ କେତେ ଜଡ଼ିତ ଓ ସମାଜ ଉପରେ ଏହାର କେତେ ପ୍ରଭାବ ରହିଛି ତାହା କହିବା କଷ୍ଟକର । ଆଜି ଆମେ ଆପଣଙ୍କୁ ଭାରତର ପାଞ୍ଚୋଟି ହଣ୍ଟେଡ୍ ରେଳ ଷ୍ଟେସନ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ କେବଳ ଲୋକ ନୁହଁନ୍ତି, ପ୍ରଶାସନ ମଧ୍ୟ ଯିବାକୁ ଡରିଥାନ୍ତି ।

ଦ୍ୱାରକା ସେକ୍ଟର ୯ ମେଟ୍ରୋ – ଏହି ରେଲୱେ ଷ୍ଟେସନ ଟି ଦିଲ୍ଲୀରେ ଅବସ୍ଥିତ । ଏଠାକାର ଲୋକଙ୍କ କହିବା ଅନୁସାରେ ସେମାନେ ଏଠାରେ ଅନେକ ସମୟରେ ଜଣେ ମହିଳାଙ୍କୁ ଦେଖିଛନ୍ତି ଯିଏକି ଅନେକ ସମୟରେ ତାଙ୍କର ମୁହଁକୁ ଲୁଚାଇ ରଖିଥାଏ । ମେଟ୍ରୋ ଷ୍ଟେସନ ବାହାରେ ବି ଲୋକେ ଏହି ଆତ୍ମାକୁ ଅନୁଭଵ କରିଛନ୍ତି । ଲୋକ ମାନଙ୍କ ଭାବନା ଯେ ପୂର୍ବରୁ ଏହି ଷ୍ଟେସନ ରେ କୌଣସି ଦୁର୍ଘଟଣା ଘଟି ଥାଇ ପାରେ ଏହି ଷ୍ଟେସନ୍ ରେ ।

ନୈନି ରେଲୱେ ଷ୍ଟେସନ- ଏହି ରେଲୱେ ଷ୍ଟେସନ ଟି ଉତ୍ତରପ୍ରଦେଶ ରେ ଅବସ୍ଥିତ । ଏହି ଷ୍ଟେସନ କୁ ଲୋକେ ରାତ୍ରୀ ସମୟରେ ଯିବାକୁ ଡରିଥାନ୍ତି । ଏଠାକାର ଲୋକଙ୍କ କହିବା ଅନୁସାରେ ଏଠାରେ ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ଆତ୍ମା ରହିଛି, ଯେଉଁମାନେ ଜେଲ୍ ରେ ମୃତ୍ୟୁ ବରଣ କରିଥିଲେ । ତେଣୁ ଏଠାକୁ ରାତି ରେ କେହି ଆସିନଥାନ୍ତି ।

ବାରଗ୍ ରେଲୱେ ଷ୍ଟେସନ- ବାରଗ ସୁଡ଼ଙ୍ଗ ପାଖରେ ନିର୍ମାଣ କରା ଯାଇଛି ସିମଲା ର ଏହି ରେଲୱେ ଷ୍ଟେସନ । ଏଠାକାର ଲୋକଙ୍କ କହିବା ଅନୁସାରେ ଏହି ଷ୍ଟେସନ୍ ନିର୍ମାଣ ସମୟରେ ବାରଗ ଭୁଲ୍ କରିଥିଲେ । ତାପରେ ସେଠାରେ ସେ ଆତ୍ମହତ୍ୟା କରିବା ପରେ ସେଠାରେ ଷ୍ଟେସନ୍ ନିକଟରେ ତାଙ୍କ ମୃତ ଶରୀରକୁ ପୋତି ଦିଆ ଯାଇଥିଲା । ସେବେଠୁ ରାତ୍ରୀ ସମୟରେ ସେଠାରେ ଚିତ୍କାର ଶୁଣିବାକୁ ମିଳୁଛି । ଲୋକ ମାନେ ଭାବୁଛନ୍ତି ଯେ ବରଗ ସେଠାରେ ହିଁ ଆଜି ଯାଏ ମଧ୍ୟ ଅଛନ୍ତି ।

ଏମ୍ ଜି ରୋଡ ମେଟ୍ରୋ ଷ୍ଟେସନ- ଗୁରୁଗାଉଁ ର ଏହି ଷ୍ଟେସନ୍ ରାତ୍ରୀ ଅଧିକ ହେବା ମାତ୍ରେ ଖତରନାକ ଷ୍ଟେସନ୍ ପାଲଟି ଯାଏ । ଏଠାରେ ଟ୍ରେନ୍ ଦୁର୍ଘଟଣାରେ ଏକ ମହିଳାଙ୍କ ମୃତ୍ୟୁ ଘଟିଥିଲା । ସେବେଠାରୁ ଲୋକେ ଏଠାରେ ଭୌତିକ ଶକ୍ତିର ଅନୁମାନ କରନ୍ତି ଏବଂ ଭୟ କରିଥାନ୍ତି । ତେଣୁ ଏଠାରେ ଟ୍ରେନ୍ ଅଟକି ନଥାଏ ଓ ଟ୍ରେନ୍ ସ୍ପିଡ୍ ବଢାଇ ଦେଇ ଏହି ଷ୍ଟେସନ କୁ ଅତିକ୍ରମ କରିଯାଏ ।

ରବୀନ୍ଦ୍ର ସରୋବର ମେଟ୍ରୋ ଷ୍ଟେସନ- କୋଲକାତା ର ଏହି ମେଟ୍ରୋ ଷ୍ଟେସନ କିଛି ଖତରନାକ ଷ୍ଟେସନ୍ ମାନଙ୍କ ଭିତରୁ ଅନ୍ୟତମ । ବିଷୟରେ ଏକଥା କୁହାଯାଇଥାଏ ଯେ ଏଠାରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଅନେକ ଲୋକଙ୍କ ଆତ୍ମା ଘୁରି ବୁଲିଥାଏ । ଅନେକ ଲୋକ କହିଥାନ୍ତି ଯେ ସେମାନେ ଏଠାରେ ଷ୍ଟେସନ୍ ରେ ତାଙ୍କ ଆଖପାଖରେ ଅଦୃଶ୍ୟ ଶକ୍ତିର ଅନୁଭବ କରିଥାନ୍ତି । ତେଣୁ ଏଠାରେ ରାତି ରେ କେହି ଯାତାୟାତ କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *