ବନ୍ଧୁଗଣ ବର୍ତ୍ତମାନ ଦେଶରେ ଦରଦାମର ବୃଦ୍ଧି ସାଧାରଣ ଲୋକମାନଙ୍କୁ ହନ୍ତସନ୍ତ କରୁଛି। ତୈଳ ଦର ଏବଂ ଏଲପିଜି ଗ୍ୟାସର ଦାମ ବୃଦ୍ଧି ସାଧାରଣ ଲୋକମାନଙ୍କ ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିଛି। ନିକଟରେ ପେଟ୍ରୋଲ ଏବଂ ଡିଜେଲର ଦର ସାମାନ୍ୟ ହ୍ରାସ ଯୋଗୁଁ ଟିକିଏ ଆଶ୍ୱସ୍ଥି ମିଳିଥିଲା। ହେଲେ ବର୍ତ୍ତମାନ ରୋଷେଇ ଗ୍ୟାସର ଦର ବୃଦ୍ଧିକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହା ମଧ୍ୟରେ ଉପଭୋକ୍ତାମାନଙ୍କ ପାଇଁ ଏକ ଖୁସିର ଖବର ମିଳିଛି। ଗ୍ୟାସ ସିଲିଣ୍ଡର ଉପରେ ମିଳୁଥିବା ସବସିଡକୁ ପୁଣି ଥରେ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ପୂର୍ବରୁ ଯେଉଁଭଳି ଭାବରେ ୩୦୦ଟଙ୍କା ସବସିଡି ମିଳୁଥିଲା ସେହିପରି ପୁଣି ମିଳିବ। ସବସିଡି ଗ୍ୟାସ ନେଉଥିବା ଲୋକମାନେ ବର୍ତ୍ତମାନ ୩୦୦ ଟଙ୍କା ବଞ୍ଚେଇ ପାରିବେ। କିଛି ପୂର୍ବେ ସିଲିଣ୍ଡର ପ୍ରତି ୫୯୪ ଟଙ୍କା ଦେବାକୁ ପଡୁଥିବା ସମୟରେ କିଛି ଦିନ ମଧ୍ୟରେ ଏହି ଦାମ ବୃଦ୍ଧି ପାଇ ୮୮୪ ଟଙ୍କା ହୋଇଥିଲା। ବର୍ତ୍ତମାନ ପୁଣି ଥରେ ସବସିଡି ବୃଦ୍ଧି ହେବାକୁ ଯାଉଥିବାରୁ, ୟୁଜରମାନଙ୍କୁ ଟିକିଏ ଆଶ୍ୱସ୍ଥି ମିଳିବ ନିଶ୍ଚିତ।
କିନ୍ତୁ ଏଥି ପାଇଁ ନିଜର ସବସିଡ ମିଳୁଥିବା ବ୍ୟାଙ୍କର ଖାତା ସହ ଆଧାର କାର୍ଡର ସଂଯୋଗ କରିବା ପାଇଁ ପଡିବ। ସାଧାରଣ ଲୋକମାନଙ୍କ ଅସୁବିଧାକୁ ନଜରରେ ରଖି କେନ୍ଦ୍ର ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। କିଛି ଦିନ ହେଲା ସିଲିଣ୍ଡରର କ୍ରୟ ଉପରେ କେବଳ ୨୦ ବା ୩୦ ଟଙ୍କା ସବସିଡି ମିଳୁଥିଲା। ବର୍ତ୍ତମାନ ପୁଣି ଏହି ରାଶିକୁ ବଢ଼ାଇ ୩୦୦ ଟଙ୍କା କରାଯାଇଛି ବୋଲି ଜଣାପଡ଼ିଛି।
ଯେଉଁମାନେ ଉଜ୍ୱଳା ଯୋଜନାରେ ସିଲିଣ୍ଡର ନେଉଛନ୍ତି ସେଅନଙ୍କୁ ୧୭୪.୬୪ ଟଙ୍କା ସବସିଡ ମୁଳୁଥିଲା। ବର୍ତ୍ତମାନ ଏହାକୁ ବଢେଇ କରି ୩୧୨.୪୮ ଟଙ୍କା କରେଇ ଦିଆଯାଇଛି। ରୋଷେଇ ଗ୍ୟାସ ସବସିଡ ଉପରେ ମିଳୁଥିବା କ୍ରୟ ରାଶି ୧୫୩.୮୬ ରୁ ବଢେଇ୨୯୧.୪୮ ଟଙ୍କା କରେଇ ଦିଆଯାଇଛି। ଯଦି ଆପଣମାନେ ଏହାର ଲାଭ ଉଠେଇବା ପାଇଁ ଚାହୁଁଛନ୍ତି ତେବେ ବ୍ୟାଙ୍କର ଖାତା ସହ ନିଜର ଆଧାରକୁ ନିଶ୍ଚିତ ଭାବରେ ସଂଯୋଗ କରିନିଅନ୍ତୁ।