ସୁମିତ ଓ ତପସ୍ଵିନୀଙ୍କୁ ଏକାଠି କରିବାର ଫର୍ମୁଲା,ଏହି ଉପାୟ କଲେ ଦୁଇ ଜଣ ଯାକ ଏକାଠି ମିଶି ପାରିବେ..ଦେଖନ୍ତୁ ଭିଡ଼ିଓ

ଏହି କିଛିଦିନ ହେବ ଆମ ଓଡିଶାର ବ୍ରହ୍ମପୁର ସହରର ତପସ୍ୱିନୀ ଆଉ ସୁମିତଙ୍କ ଖବର ରାଜ୍ୟ ସାରା ଲୋକଙ୍କ ମୁହଁରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ବାହାଘର ପାଇଁ ପ୍ରସ୍ତାବ ଦେଇ, ବାହାଘର ପାଇଁ ବଧୂ ବେଶରେ ସଜେଇ ହେଇ ସାରିବା ପରେ ବର ଯାଇନଥିଲା, ଶେଷରେ ବଧୂ ତପସ୍ୱିନୀ ସେହି ବଧୂ ବେଶରେ ହିଁ ଶ୍ୱଶୁରଘର ଆଗରେ ଆସି ଧାରଣା ଦେଲେ। ଅନେକ ଦିନ ଧାରଣା ଦେଲେ, ଗୁରୁବାର ବ୍ରତ ମଧ୍ୟ ସେହି ଘର ବାହାରେ ପାଳନ କରିଲେ ଏବଂ ଏହାପରେ ଏହି କଥା କୋର୍ଟକୁ ଗଲା।

ଉଭୟଙ୍କ ଭିତରେ ଦେଖାଦେଇଥିବା ତୀକ୍ତତା ଦୂର କରିବା ପାଇଁ ୭ ଦିନ ଏକାଠି ରହିବାକୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଉଭୟ ଆସିକା ଚିନିକଳ ଗେଷ୍ଟ ହାଉସରେ ୭ ଦିନ ରହିଥିଲେ। ଜଣାପଡ଼ୁଥିଲା ଉଭୟଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଅଦିନ ଝଡ଼ ଥମି ଯିବ, ହେଲେ ତାହା ହୋଇନଥିଲା।

ଏପଟେ ସୁମିତ ଯାଇଛନ୍ତି ଯେ ଯାଇଛନ୍ତି, ତାଙ୍କର କିଛି ବି ଖବର ନାହିଁ, ଆଉ ଏପଟେ ତପସ୍ୱିନୀ ନିଜ ସ୍ୱାମୀଙ୍କ ଠିକଣା ମାଗି ଏବଂ ନିଜର ହକ୍ ଦାବିରେ ଶ୍ୱଶୁରଘର ବାହାରେ ପଡି ରହିଛନ୍ତି। ତପସ୍ୱିନୀଙ୍କୁ ତାଙ୍କ ଶ୍ୱଶୁରଘର ଲୋକ ଭିତରକୁ ନେଉ ନଥିବାରୁ, ସେଠାକାର କିଛି ମହିଳା ଜୋର ଜବରଦସ୍ତି ସୁମିତଙ୍କ ଘରର କବାଟ ଭାଙ୍ଗି ତାଙ୍କୁ ତାଙ୍କର ବାରଣ୍ଡାରେ ରଖିବାର ବ୍ୟବସ୍ଥା କରି ଦେଇଥିଲେ।

ଏବେ ଏହାକୁ ନେଇ ଅନେକ ଲୋକ ଅନେକ ମନ୍ତବ୍ୟ ଦେଉଛନ୍ତି, ହେଲେ ଏହା ମଧ୍ୟରେ ଜଣେ ଆଇନଜୀବି ମଧ୍ୟ ଏହା ଉପରେ ନିଜର ମତ ରଖିଥିଲେ।ସେ କହିଥିଲେ କି ଏହି ଘଟଣାର ସମାଧାନ କେବଳ ତପସ୍ଵିନୀ ଓ ଡକ୍ଟର ସୁମିତ ନିଜେ ଚାହିଁଲେ ହିଁ କରି ପାରିବେ।ନଚେତ ଏହି ଘଟଣାର ସମାଧାନ ହୋଇ ପାରିବ ନାହିଁ।ଏହା ସହିତ ଏହି ଘଟଣା ଏହିପରି ଭାବରେ ଅନେକ ଦିନ ପର୍ଯ୍ୟନ୍ତ ପଡ଼ି ରହିବ।

ତପସ୍ଵିନୀ ମଧ୍ୟ ଏହି ଘଟଣାର ସମାଧାନ କରିବା ପାଇଁ ଅନେକ ପ୍ରୟାସ କରୁଛନ୍ତି।ତେବେ ସେ ନିଜର ପତିଙ୍କ ସହିତ ରହିବା ପାଇଁ ଚାହୁଁଥିଲେ ମଧ୍ୟ ତାଙ୍କୁ ଏହାର ସୁଯୋଗ ମିଳୁ ନାହିଁ।ଯାହା ଫଳରେ ସେ ବର୍ତ୍ତମାନ ନିଜର ଜିଦରେ ସେହିପରି ଭାବରେ ଅଡି ରହିଛନ୍ତି।ତେବେ ଜଣେ ଆଇନଜୀବି ସେମାନଙ୍କ ଏହି କଳହ ଉପରେ ନିଜର ମତ ରଖି କହିଥିଲେ,କି ଏପରି ଭାବରେ ରହିଲେ କିଛି ମଧ୍ୟ ସମାଧାନ ହୋଇ ପାରିବ ନାହିଁ।

ତେବେ ଏହି ଘଟଣାର ସମାଧାନ ପାଇଁ ଉଭୟ ତପସ୍ଵିନୀ ଓ ଡକ୍ଟର ସୁମିତଙ୍କୁ ଏକାଠି ହୋଇ କଥା ହେବାକୁ ପଡ଼ିବ।ସେମାନେ ପରସ୍ପର ସହିତ କଥା ହେବା ପରେ ଯାଇ ଏହି ଘଟଣାର ସମାଧାନ କରି ପାରିବେ।ନଚେତ ଏହି ଘଟଣାର ସମାଧାନ ହେବା ପାଇଁ ଆହୁରି ଅନେକ ସମୟ ଲାଗିବ।ସେମାନଙ୍କ ପରିବାର ଲୋକ ଏହି ଘଟଣାର ନ ପଶି କେବଳ ସେମାନେ ପରସ୍ପର ସହିତ କଥା ହୋଇ ଏହି ଘଟଣାର ସମାଧାନ ସହଜରେ କରି ପାରିବେ।ତେଣୁ ସେମାନଙ୍କୁ ଏହି କଳହର ସମାଧାନ ନିଜେ କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *