ମୃତ୍ୟୁର ଲାଇଭ ଦୃଶ୍ୟ ! ଏମିତି ବି ମୃତ୍ୟୁ ଆସେ,ଆଖି ପିଛୁଳାକେ ଚାଲିଗଲା ଯୁବକର ଜୀବନ,ଦେଖନ୍ତୁ ଭିଡ଼ିଓ

ଜନ୍ମ ଅଛି ତ ମୃତ୍ୟୁ ଅଛି, କିନ୍ତୁ ମୃତ୍ୟୁ କାହାକୁ କେତେବେଳେ କବଳିତ କରିବ ତାହା କେବେ କେହି କହିପାରିବେ ନାହିଁ। ଆପଣମାନେ ସମସ୍ତେ ସାରୁ ପତ୍ରରେ ପାଣି ଢଳ ଢଳ ପାଣିକୁ ଦେଖିଥିବେ। ଠିକ ସେହିପରି ମନୁଷ୍ୟ ଜୀବନରେ ମଧ୍ୟ ଠିକ ସାରୁ ପତ୍ରର ଥିବା ପାଣି ସଦୃଶ ପରି ଅଟେ। ମୃତ୍ୟୁ କେତେବେଳେ କାହାକୁ କବଳିତ କରିବ ତାହା କହିହେବ ନାହିଁ। ଯଦି ନିଜର ଲୋକ କେହି ଆମ ଗହଣରୁ ଚାଲିଯାଏ ତେବେ ଆମକୁ ଅନେକ କଷ୍ଟ ଦେଇଥାଏ।

କାରଣ ନିଜ ଲୋକଙ୍କର ମୃତ୍ୟୁ ସହିବା ଭାରି କଷ୍ଟ ହୋଇଥାଏ। ଏହି ମୃତ୍ୟୁକୁ ନେଇ ବେଳେ ବେଳେ ଏଭଳି କିଛି ଖବର ଶୁଣିବା ପାଇଁ କିମ୍ୱା ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହାକୁ ଦେଖିଲା ପରେ ଆମେ ନିଜର ଲୁହକୁ ଆଦୌ ଆୟତ୍ତ କରିବା ଅସମ୍ଭବ ହୋଇପଡେ। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଦୁଃଖଦ ଘଟଣା ସିସିଟିଭିରେ ରେକର୍ଡ ହୋଇଛି।

ଏଭଳି ଘଟଣା ହୁଏତ ଆଗରୁ ଆପଣ କେବେବି ଦେଖିନଥିବେ। ବାସ୍ତବରେ ଆପଣମାନେ ଦୃଘଟଣାଟି ଦେଖିବା ପରେ ଭୟଭୀତ ହୋଇଉଠିବେ। ସୂଚନା ଅନୁସାରେ ଏକ ସିସିଟିଭି ଭିଡ଼ିଓ ମୋବାଇଲରୁ ମୋବାଇଲ ଘୁରିବୁଲୁଛି।

ଯେଉଁଥିରେ ଏକ ମାଲ ବୋଝେଇ ଟ୍ରକ ପେଟ୍ରୋଲ ପମ୍ପ ସାମ୍ନାରେ ଠିଆ ହୋଇଥିଲା। ଏହାପରେ ଟ୍ରକ ବୁଲେଇବା ପାଇଁ ଚେଷ୍ଟା କରିଲେ। ପଛରେ ଏକ ବାଇକ ଆରୋହି ଆସୁଥିଲେ। ବାଇକ ପଛରେ ଅନ୍ୟ ଜଣେ ମଧ୍ୟ ବସିଥିବାର ମଧ୍ୟ ଦେଖିବା ପାଇଁ ପାଇଥିଲେ। ଟ୍ରକ ପଛରେ ଆସି ସେ ପିଟି ହୋଇଥିଲା। ତେବେ ସେମାନେ କିଛି ଦୂରରେ ଛିଟିକି ହୋଇ ପଡ଼ିଥିଲେ।

ତେବେ ଘଟଣା ସ୍ଥଳରେ ଚାଲିଗଲା ବାଇକ ଡ୍ରାଇଭରଙ୍କ ଜୀବନ। ଏବଂ ପଛରେ ଯେଉଁ ବ୍ୟକ୍ତି ବସିଥିଲେ ସେ ବଂଚିଯାଇଥିଲେ। ହେଲେ ସେ ଗୁରୁତର ଭାବରେ ଆଘାତ ପାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା। ଯେଉଁ ବାଇକ ଡ୍ରାଇଭର ବାଇକ ଚଳାଉଥିଲେ। ତାଙ୍କର ଶବ ବ୍ୟବଚ୍ଛେଦ ପାଇଁ ପଠାଇଲେ। ପୋଲିସ ମଧ୍ୟ ତଦନ୍ତ ଜାରି ରଖିଛନ୍ତି।

ତେବେ ବନ୍ଧୁଗଣ ଏଭଳି ଏକ ଘଟଣା ନବରଙ୍ଗପୁର ଜିଲ୍ଲାର ଡ଼ାବୁଙ୍ଗା ଥାନା ଅଞ୍ଚଳରେ ଦେଖିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ଏଥିରେ ଟ୍ରକ ଡ୍ରାଇଭର ଦୋଷ ନଥିବାର ବୋଲି ଜଣାପଡୁଛି। ବାଇକ ଆସି ସିଧାସଳଖ ପିଟି ହୋଇ ଯାଇଥିଲା। ଏବଂ ଘଟଣା ସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା। ଏଭଳି ଘଟଣା ସେଠାରେ ସିସିଟିଭି ରେକର୍ଡ ହୋଇଛି।

ଯାହା ମୋବାଇଲରୁ ମୋବାଇଲ ଘୁରିବୁଲୁଛି। ତେବେ ବନ୍ଧୁଗଣ ଏଭଳି ଘଟଣା ଦେଖିବା ପରେ ଲୋକମାନେ ବହୁତ ମନ ଦୁଃଖ କରୁଛନ୍ତି। ଯାହାବି ହେଉ ସିସିଟିଭି ଥିଲା ବୋଲି ଏଭଳି ଦୃଶ୍ୟ ରେକର୍ଡ ହୋଇଗଲା। ଆମର ମଧ୍ୟ ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନାଯେ ତାଙ୍କର ଆତ୍ମାକୁ ଭଗବାନ ଶାନ୍ତି ଦିଅନ୍ତୁ।

Leave a Reply

Your email address will not be published. Required fields are marked *