ଦ୍ୱିତୀୟ ସନ୍ତାନ ଜନ୍ମ କରିବା ପୂର୍ବରୁ ଅକ୍ଷୟଙ୍କ ସାମ୍ନାରେ ଏହି ସର୍ତ୍ତ ରଖିଥିଲେ ଟ୍ୱିଙ୍କଲ,ସର୍ତ୍ତ ଜାଣିଲେ ଚକିତ ହୋଇଯିବେ !

ଏମିତି ରେ ତା ବଲିଉଡ ରେ ଅନେକ ବିବାହିତ ଦମ୍ପତି ଫେମସ ଅଟନ୍ତି,କିନ୍ତୁ ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ ଖାନ୍ନାଙ୍କ କଥା ସବୁଠୁ ନିଆରା,ଏହି ଦୁଇଙ୍କର ଯୋଡି ଏକାଠି ଦେଖିବାକୁ ବହୁତ ଭଲ ଦେଖା ଯାଏ,ଏହି ଯୋଡି ପ୍ରାୟତଃ ସୋସିଆଲ ମିଡିଆ ଆଉ ପବ୍ଲିକ ଇଭେଣ୍ଟ ରେ ଚର୍ଚ୍ଚା ରେ ଥାନ୍ତି, ସେମାନଙ୍କର ପ୍ରଥମ ଦେଖା ଫିଲ୍ମଫେୟାରର ଏକ ଫଟୋସୁଟ୍ ସମୟରେ ହୋଇଥିଲା, ଟ୍ୱିଙ୍କଲ ଦେଖିବା ପରେ ଅକ୍ଷୟଙ୍କର ତାଙ୍କ ଉପରେ ନିଜ ହୃଦୟ ହରିଦେଇଥିଲେ, ଏହା ପରେ, ଯେତେବେଳେ ଉଭୟ ‘ଇଂଟର୍ନଶୀନାଲ ଖିଲାଡି’ରେ ଏକାଠି କାମ କଲେ, ସେମାନଙ୍କ ପ୍ରେମ ଅହୁରି ଗଭୀର ହେବାକୁ ଲାଗିଲା |

ଅକ୍ଷୟଙ୍କୁ ବାନେଇଥିଲେ 15 ଦିନ ପାଇଁ ବଏପ୍ରେଣ୍ଡ :-

ଏକ ସାକ୍ଷାତକାରରେ ଟ୍ୱିଙ୍କଲ କହିଥିଲେ ଯେ ଯେତେବେଳେ ତାଙ୍କର ଆଉ ଅକ୍ଷୟ ଙ୍କର ଦେଖା ହୋଇଥିଲା, ସେହି ସମୟ ରେ ହିଁ ତାଙ୍କର ବ୍ରେକଅପ୍ ହୋଇଥିଲା, ତାଙ୍କର ପୂର୍ବ ସମ୍ପର୍କ ବହୁତ ଲମ୍ବା ସମୟ ର ଥିଲା, ଏପରି ପରିସ୍ଥିତିରେ ସେ ଏମିତି ଜଣଙ୍କୁ ଚାହୁଁଥିଲେ କି ଯାହାଙ୍କ ସହ ସେ କିଛି ସମୟ ଏଞ୍ଜୟେ କରିପାରିବେ, ତା’ପରେ ସେ ଅକ୍ଷୟଙ୍କୁ ନିଜର 15 ଦିନର ବଏପ୍ରେଣ୍ଡ ବାନେଇଥିଲେ, ହେଲେ ଏହି 15 ଦିନ ମଧ୍ୟରେ ସେ ଅକ୍ଷୟଙ୍କୁ ସତରେ ପ୍ରେମ କରିବସିଥିଲେ ଆଉ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ |

ବିବାହ ପୂର୍ବରୁ ସେ ରଖିଥିଲେ ଏହି ସର୍ତ୍ତ :-

ଅକ୍ଷୟ ଚାହୁଁଥିଲେ କି ଜଲ୍ଦି ରୁ ଜଲ୍ଦି ବିବାହ କରିବାକୁ, କିନ୍ତୁ ଟ୍ୱିଙ୍କଲ୍ ଏହି ସମ୍ପର୍କକୁ ଆଉ କିଛି ସମୟ ଦେବାକୁ ଚାହୁଁଥିଲେ,ଆଉ ଏମିତି ରେ ବି ସେହି ସମୟରେ ଟ୍ୱିଙ୍କଲଙ୍କ କ୍ୟାରିୟର ବହୁତ ଭଲ ଚାଲିଥିଲା,ଆଉ ଅକ୍ଷୟ ଚାହୁଁନଥିଲେ କି ବିବାହ ପରେ ଟ୍ୱିଙ୍କଲ ଫିଲ୍ମରେ କାମ କରନ୍ତୁ ବୋଲି, ଏଭଳି ପରିସ୍ଥିତିରେ ଟ୍ୱିଙ୍କଲ ଗୋଟିଏ ସର୍ତ୍ତରେ ଅକ୍ଷୟଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ, ସେହି ସମୟରେ ଟ୍ୱିଙ୍କଲଙ୍କ ‘ମେଲା’ ଫିଲ୍ମ ରିଲିଜ ହେବାକୁ ଯାଉଥିଲା

ଆଉ ସେହି ସମୟ ରେ ଟ୍ୱିଙ୍କଲ୍ ଅକ୍ଷୟଙ୍କୁ କହିଥିଲେ ଯେ ଯଦି ତାଙ୍କର ଏହି ଫିଲ୍ମ ଫ୍ଲପ୍ ହୁଏ, ତେବେ ସେ ତାଙ୍କୁ ବିବାହ କରି ଘର ସଂସାର ବସେଇନେବେ,ତା’ପରେ ଯେତେବେଳେ ଫିଲ୍ମ ‘ମେଲା’ ରିଲିଜ୍ ହେଲା, ସେତେବେଳେ ଫ୍ଲପ୍ ହୋଇଥିଲା,ଏଭଳି ପରିସ୍ଥିତିରେ ଟ୍ୱିଙ୍କଲ ଅକ୍ଷୟଙ୍କ ସହ ନିଜର ସତ ଫେରା ନେଇଥିଲେ,ବିବାହ ପରେ ଟ୍ୱିଙ୍କଲ ଫିଲ୍ମରେ କାମ କରିବା ବନ୍ଦ କରିଦେଲେ,ବର୍ତ୍ତମାନ ସେ ଜଣେ ଲେଖକ ଭାବରେ କାର୍ଯ୍ୟ କରୁଛନ୍ତି,ସେ ପୁସ୍ତକ ମଧ୍ୟ ଲେଖନ୍ତି |

ଫ୍ଲିମୀ ବାକଗ୍ରାଉଣ୍ଡ ଚେକ୍ କରିଥିଲେ ସେ :-

ଟ୍ୱିଙ୍କଲ ଏକ ସାକ୍ଷାତକାରରେ କହିଥିଲେ ଯେ ବିବାହ ପୂର୍ବରୁ ସେ ଅକ୍ଷୟଙ୍କ ପରିବାର ଉପରେ ସମ୍ପୂର୍ଣ୍ଣ ରିସର୍ଚ୍ଚ କରିଥିଲେ, ସେ ଜାଣିବାକୁ ଚାହୁଁଥିଲେ ଯେ ଅକ୍ଷୟଙ୍କ ପରିବାରରେ କାହାର କୌଣସି ଗୁରୁତର ରୋଗ ନାହିଁ ତ ଆଉ ଆଗରୁ ନଥିଲା ତ,ଏହାର କାରଣ ହେଉଛି ଟ୍ୱିଙ୍କଲ୍ ଚାହୁଁନଥିଲେ କି ଭବିଷ୍ୟତରେ ତାଙ୍କ ପିଲାମାନେ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତୁ|

ଦ୍ୱିତୀୟ ସନ୍ତାନ ଆଗରୁ ରଖିଥିଲେ ଏହି ସର୍ତ୍ତ :-

ଯେତେବେଳେ ଅକ୍ଷୟ ଦ୍ୱିତୀୟ ପିଲା ପାଇଁ ପ୍ଲାନ କରୁଥିଲେ ସେତେବେଳେ ଟ୍ୱିଙ୍କଲ୍ ତାଙ୍କ ସାମ୍ନାରେ ଏକ ସର୍ତ୍ତ ରଖିଥିଲେ, ପ୍ରକୃତ ରି ଯେତେବେଳେ ଦୁହେଁ ‘କଫି ଉଇଥି କରଣ’କୁ ଆସିଥିଲେ, ଟ୍ୱିଙ୍କଲ୍ କହିଥିଲେ ଯେ ମୁଁ ଅକ୍ଷୟଙ୍କୁ କହିଥିଲି ଯେପର୍ଯ୍ୟନ୍ତ ସେ ସମ୍ବେଦନଶୀଳ ଏବଂ ଭଲ ଫ୍ଲିମ ନ କରିବେ ସେବେ ଯାଏ ମୁଁ ଦ୍ୱିତୀୟ ସନ୍ତାନ କୁ ଜନ୍ମ ଦେବିନି |

ଶାଶୁ ଭାବୁଥିଲେ ‘ଗେ’:-

ଆଉ ଏକ ମଜାଦାର କଥା ମଧ୍ୟ ସେ ସେୟାର କରିଥିଲେ ଟ୍ୱିଙ୍କଲ୍ କହିଥିଲେ ଯେ ତାଙ୍କ ମା ଡିମ୍ପଲ୍ କାପାଡିଆ ଅକ୍ଷୟଙ୍କୁ ପୂର୍ବରୁ ଗେ ବୋଲି ଭାବୁଥିଲେ,ତା’ପରେ ଡିମ୍ପଲ୍ ଟ୍ୱିଙ୍କଲ୍ ଙ୍କୁ ବିବାହ ପୂର୍ବରୁ ଅକ୍ଷୟଙ୍କ ସହିତ ଗୋଟେ ବର୍ଷ ରହିବାକୁ ପରାମର୍ଶ ଦେଇଥିଲେ |

ବର୍ତ୍ତମାନ, ଅକ୍ଷୟ-ଟ୍ୱିଙ୍କଲ୍ ସେମାନଙ୍କ ସନ୍ତାନ ଆରାଭ-ନିତ୍ରାଙ୍କୁ ନେଇ ବହୁତ ଖୁସି ରି ଅଛନ୍ତି |

Leave a Reply

Your email address will not be published. Required fields are marked *