ସୁମିତ ଓ ତପସ୍ୱିନୀଙ୍କ ମାମଲାରେ ରାଜଭବନରୁ ଆସିଲା ଚିଠି,ଜାଣନ୍ତୁ ସେ ଚିଠିରେ କଣ ଲେଖା ଅଛି ! ଦେଖନ୍ତୁ ଭିଡ଼ିଓ !

ତପସ୍ଵିନୀ ଓ ତାଙ୍କର ପତିଙ୍କ ମଧ୍ୟରେ ଚାଲିଥିବା ମନ ମାଳିନ୍ୟ ବା କଳହ ସମ୍ପର୍କରେ ସମସ୍ତଙ୍କୁ ଭଲ ଭାବରେ ଜଣା । ତେବେ ସେମାନେ କୋର୍ଟରେ ବିବାହ କରିବାର କିଛି ଦିନ ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା । କିନ୍ତୁ ଏହାପରେ ସେମାନଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଏହା ସହିତ ଏହାପରେ ସେମାନେ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲା । ଏହା ସହିତ ସେମାନଙ୍କର କଳହ ଏତେ ଅଧିକ ବଢ଼ି ଯାଇଥିଲା କି ସେମାନଙ୍କର ଏହି ଘଟଣା କୋର୍ଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା ।

ତେବେ ଏହାପରେ କୋର୍ଟ ମଧ୍ୟ ଏହାର ସମାଧାନ କରିବା ପାଇଁ ପ୍ରୟାସ କରିଥିଲେ । ପୁଣି ସୁମିତ ଫେରାର ହୋଇ ଯାଇଥିଲେ । ତପସ୍ଵିନୀ ଓ ସୁମିତ୍ ଆସ୍କା ଚିନି ଶିଳ୍ପ ଅତିଥି ଭବନରେ ରହୁଥିଲେ ସାତ ଦିନ ପାଇଁ ଆଉ ସାତ ଦିନ ପରେ ଯେତେବେଳେ ସୁମିତ ତପସ୍ଵିନୀ ଙ୍କୁ ଛାଡି ଚାଲି ଯାଇଥିଲେ ସେତେବେଳେ ତପସ୍ଵିନୀ ସମ୍ପୂର୍ଣ ରୂପେ ଏକାକୀ ହୋଇ ଯାଇଥିଲେ ।

ତାଙ୍କୁ ମଧ୍ୟ ତା ପରେ ପରେ ସେହି ଅତିଥି ଭବନ ରୁ ବାହାର କରି ଦିଆ ଯାଉଥିଲା । ହେଲେ ପରେ ତପସ୍ଵିନୀ ନିଜ ଖର୍ଚ୍ଚ ନିଜେ ବହନ କରି ରହୁଥିଲେ । ତାଙ୍କ ପାଇଁ ତାଙ୍କ ସ୍ଵାମୀ ମଧ୍ୟ କିଛି ଖର୍ଚ୍ଚ ଉଠାଇ ନଥିଲେ । ହେଲେ ବାସ୍ତବ ରେ ଝିଅ ଟିଏ କେତେ କଷ୍ଟ ପାଇ ପରେ ତାହା ଆପଣ ମାନେ ତପସ୍ଵିନୀ ଙ୍କ ଠାରୁ ହିଁ ଜାଣି ପାରିବେ ।

ଏବେ ଭି ତପସ୍ଵିନୀ ଙ୍କ ମୁହଁ ରୁ ଗୋଟିଏ କଥା ସମସ୍ତେ ଶୁଣିବା ପାଇଁ ପାଇବେ କି ସେ କେବେ ଭି ଏଥି ପାଇଁ ଆହ୍ଲାଇବେନି । ସେ ନିଜ ଜିଦ୍ ରେ ଅଟଳ ହୋଇ ରହିଛନ୍ତି । ସେ ନିଜ ସ୍ବାମୀ ଙ୍କୁ ହିଁ ପାଇ ରହିବେ ବୋଲି କହିଛନ୍ତି । ହେଲେ ତପସ୍ଵିନୀ ତା ପରେ ପରେ ଆସି ନିଜ ଶ୍ଵଶୁର ଘର ସାମ୍ନା ରେ ବସିଥିଲେ ନ୍ୟାୟ ଭିକ୍ଷା ପାଇଁ । କି ତାଙ୍କ ଶ୍ବଶୁର ଘର ଲୋକ ଓ ତାଙ୍କ ସ୍ଵାମୀ ତାଙ୍କୁ ଘରକୁ ଖୁସି ଖୁସି ରେ ଆପଣାଇ ନିଅନ୍ତୁ ।

ତେବେ ଏ ସମସ୍ତ ଘଟଣା କୁ ନେଇ ତପସ୍ଵିନୀ ଚିଠି ଲେଖିଥିଲେ ରାଜ୍ୟପାଳ ଙ୍କ ପାଖକୁ । ସେଠାରେ ସେ ନିଜ ଗୁହାରି ଜଣାଇବା ସହିତ ଏହି ସମସ୍ୟା ର ସମାଧାନ ପାଇଁ ସାହାଯ୍ୟ ଲୋଡ଼ିଥିଲେ । ତେବେ ରାଜ ଭବନ ରୁ ତପସ୍ଵିନୀ ଙ୍କ ସାହାଯ୍ୟ ର ଉତ୍ତର ଆସିଯାଇଛି । ରାଜ୍ୟପାଳ ଜିଲ୍ଲାପାଳ ଙ୍କ ପାଖକୁ ଚିଠି ଲେଖିଛନ୍ତି ।

ସେଥିରେ ସ୍ପଷ୍ଟ ଲେଖା ହୋଇଛି ଯେ ଉଭୟ ପକ୍ଷ ଅର୍ଥାତ୍ ତପସ୍ଵିନୀ ଓ ସୁମିତ୍ ଙ୍କୁ ଏକାଠି ବସାଇ ଯଥା ଶୀଘ୍ର ଏହି ସମସ୍ୟା ର ସମାଧାନ କରିବା ପାଇଁ । ତେବେ ସମ୍ପୂର୍ଣ୍ଣ ଓଡ଼ିଶା ବାସି ଏହା ଚାହୁଁଛନ୍ତି କି ସେମାନଙ୍କ ମଧ୍ୟରେ ଥିବା ସମସ୍ତ ପ୍ରକାରର କଳହର ସମାଧାନ ହୋଇ ଯାଉ କିନ୍ତୁ ଏହାର ସମାଧାନ କରିବା ପାଇଁ ଅନେକ ପ୍ରୟାସ କରିବା ପରେ ମଧ୍ୟ ଏହାର ସମାଧାନ ହୋଇ ପାରୁ ନାହିଁ

Leave a Reply

Your email address will not be published. Required fields are marked *