ରାଜସ୍ଥାନର ଜୟପୁରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଜଣେ ମହିଳା ଏଠାରେ ଥିବା ପୋଷାକ ଶୋ’ରୁମରୁ 11 ଖଣ୍ଡ କିଣିଥିଲେ ଏବଂ ସେଗୁଡ଼ିକୁ ଟ୍ରାଇଲେ ରୁମ ରେ ଯାଇ ଚେକ କରିଥିଲେ,ଏହି ଘଟଣା ଟି ବୁଧବାର କୁ ଘଟିଛି |
କାଉଣ୍ଟରରେ ବିଲ୍ କଲା ବେଳେ ବାହାରିଲା ଗୋଟେ ଖଣ୍ଡ କମ୍ :-
ଯେତେବେଳେ ମହିଳା ପୋଷାକ ସବୁ କୁ ଚେକ କରିବା ପରେ କାଉଣ୍ଟରରେ ବିଲ୍ ପାଇଁ ଆଣିଲେ, ସେତେବେଳେ ଦୋକାନୀ କହିଥିଲେ ଯେ ଏଥିରେ ଗୋଟିଏ ଖଣ୍ଡ କମ୍ ଅଛି, ମହିଳା ଜଣକ କହିଛନ୍ତି ଯେ ତାଙ୍କ ପାଖରେ ସେହି କମ୍ ଖଣ୍ଡ ର ପୋଷାକ ଟି ନାହିଁ କିନ୍ତୁ ଦୋକାନୀ ମହିଳାଙ୍କ କଥାକୁ ବିଶ୍ୱାସ କରିନଥିଲେ |
ସବୁ କପଡା ଖୋଲି କରି କରାଯାଇଥିଲା ଯାଞ୍ଚ :-
ଏହା ପରେ ଦୋକାନୀ ଗାର୍ଡ ଙ୍କୁ ଡାକି ମହିଳାଙ୍କୁ ଯାଞ୍ଚ କରିବାକୁ କହିଲେ, ଗାର୍ଡ ମହିଳାଙ୍କୁ ଚେଞ୍ଜିଙ୍ଗୀ ରୁମ କୁ ପନେଇଗଲେ ଏବଂ ତାଙ୍କର ସବୁ କାପଡା କୁ ଖୋଲି କି ଯାଞ୍ଚ କରିଥିଲେ, ଏହି କାରଣରୁ ମହିଳା ଜଣଙ୍କ ନିଜ କୁ ଲଜ୍ଜିତ ଓ ଅପମାନିତ ହଉଥିବାର ଅନୁଭବ କରିଥିଲେ,ଏତେ ପୋଷାକ ନେବା ପରେ ମଧ୍ୟ ଯେତେବେଳେ ତାଙ୍କୁ ଚୋର ଭଳି ବ୍ୟବହାର କରାଗଲା, ସେତେବେଳେ ସେ ସଦ୍ମା କୁ ଚାଲିଗଲେ |
ଚେଞ୍ଜିଙ୍ଗ ରୁମ ରେ ମହିଳା ଙ୍କର କପଡା ଖୋଲିବା କୁ ନେଇ ମାମଲା ପଞ୍ଜିକୃତ ହୋଇଛି :-
ଯେତେବେଳେ ମହିଳାଙ୍କ ସମ୍ମାନ କୁ ଆଘାତ ଲାଗିଲା, ସେତେବେଳେ ସେ ଜବାହର ସର୍କଲ ପୋଲିସ ଷ୍ଟେସନରେ ପହଞ୍ଚି ଚେଞ୍ଜିଙ୍ଗ ରୁମ ରେ ମହିଳା ଙ୍କ ସମସ୍ତ କପଡା ଖୋଲିବାର ମାମଲା ଦାୟର କରିଥିଲେ,ମହିଳା ଜଣକ ପୋଷାକ ଶୋ’ରୁମ ବିରୋଧରେ ମାମଲା ଦାୟର କରିଥିଲେ|
ପୋଲିସ ଏହି ମାମଲା ର ତଦନ୍ତ କରୁଛି :-
ପୋଲିସ ମଧ୍ୟ ଏହି ଘଟଣାରେ ଗମ୍ଭୀରତା କୁ ଦେଖୁଛି ଆଉ ଘଟଣାର ତଦନ୍ତ କରୁଛି, ସେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ଏହି ଘଟଣାରେ ଦୋକାନୀ ଙ୍କ ଉଦ୍ଦେଶ୍ୟ କ’ଣ ଥିଲା ଆଉ ଏହି ଘଟଣା ଉଦ୍ଦେଶ୍ୟମୂଳକ ଭାବରେ କରାଯାଇଛି କି ନାହିଁ |