ବହୁ ଚର୍ଚ୍ଚିତ ବ୍ରହ୍ମପୁର ସୁମିତ ଏବଂ ତପସ୍ୱିନୀଙ୍କ କେସରେ ମୁହଁ ଖୋଲିଲେ ଓଲିଉଡ୍ ଅଭିନେତ୍ରୀ ବିଦୁସ୍ମିତା,ଦେଖନ୍ତୁ ଭିଡ଼ିଓ,ଜାଣନ୍ତୁ କଣ କହିଲେ ବିଦୁ !

ଏହି କିଛିଦିନ ହେବ ଆମ ଓଡିଶାର ବ୍ରହ୍ମପୁର ସହରର ତପସ୍ୱିନୀ ଆଉ ସୁମିତଙ୍କ ଖବର ରାଜ୍ୟ ସାରା ଲୋକଙ୍କ ମୁହଁରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ବାହାଘର ପାଇଁ ପ୍ରସ୍ତାବ ଦେଇ, ବାହାଘର ପାଇଁ ବଧୂ ବେଶରେ ସଜେଇ ହେଇ ସାରିବା ପରେ ବର ଯାଇନଥିଲା, ଶେଷରେ ବଧୂ ତପସ୍ୱିନୀ ସେହି ବଧୂ ବେଶରେ ହିଁ ଶ୍ୱଶୁରଘର ଆଗରେ ଆସି ଧାରଣା ଦେଲେ। ଅନେକ ଦିନ ଧାରଣା ଦେଲେ, ଗୁରୁବାର ବ୍ରତ ମଧ୍ୟ ସେହି ଘର ବାହାରେ ପାଳନ କରିଲେ ଏବଂ ଏହାପରେ ଏହି କଥା କୋର୍ଟକୁ ଗଲା।

ଉଭୟଙ୍କ ଭିତରେ ଦେଖାଦେଇଥିବା ତୀକ୍ତତା ଦୂର କରିବା ପାଇଁ ୭ ଦିନ ଏକାଠି ରହିବାକୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଉଭୟ ଆସିକା ଚିନିକଳ ଗେଷ୍ଟ ହାଉସରେ ୭ ଦିନ ରହିଥିଲେ। ଜଣାପଡ଼ୁଥିଲା ଉଭୟଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଅଦିନ ଝଡ଼ ଥମି ଯିବ, ହେଲେ ତାହା ହୋଇନଥିଲା।

ଏହି ସବୁ କଥା ଉପରେ ଓଲିଉଡ ଅଭିନେତ୍ରୀ ବିଦୁସ୍ମିତା ନିଜର ମତ ରଖିଛନ୍ତି, ବିଦୁସ୍ମିତା କହିଛନ୍ତି, କାଲି ମୁଁ ବହୁତ ଇଂସ୍ପାଏର ହୋଇଥିଲି । ଏବଂ ପ୍ରଥମ ଥର ଏକ ପ୍ରଥମ କେସ ରେ ମୁଁ ଦେଖିଲି ଯେ ସେଠାକାର ଲୋକାଲ ମହିଳା ମାନେ କାଲି ଯେଉଁ ପ୍ରକାର ରାତିରେ ଆସିଲେ, ଗୋଟେ ଝିଅ କୁ ନ୍ୟାୟ ଦେବା ପାଇଁ ସାଥ ଦେଇଛନ୍ତି ତ ସେଠି ଆମେ କାହିଁକି ନୁହଁ ?

ସ୍ଵାଭାବିକ ଭାବରେ ଏହି ବିବାଦ ଟି ଯେବେଠାରୁ ଆରମ୍ଭ ହୋଇଛି ମୋ ମନ ଭିତରେ ମଧ୍ୟ କେତେଟି କଥା ଚାଲିଛି ଯେ ଗୋଟେ ଝିଅ ତାର ଅଧିକାର ପାଇବା ପାଇଁ କେତେ ଲଢେଇ କରୁଛି ? କେତେ କଷ୍ଟ କରୁଛି ? ଯଦି ତାଙ୍କର ସ୍ଵାମୀ ସୁମିତ ତପସ୍ଵିନୀ ଙ୍କୁ କୋର୍ଟ ମ୍ୟାରେଜ କରିଲା ପରେ ତାଙ୍କୁ ଘରେ ରଖିଲା ପରେ, ବାହାଘର ଦିନ ହିଁ ତାଙ୍କୁ ସ୍ଵୀକାର କରୁ ନାହାଁନ୍ତି ତଥା ବାହାଘରକୁ ଆସିନାହାଁନ୍ତି ।ଏହା ଏକ ବହୁତ ବଡ ଅନ୍ୟାୟ ଏକ ଝିଅ ପାଇଁ ।

ଯାହାକି ମୁଁ ନିଜ ଗୋଟେ ଝିଅ ମୋ ମନକୁ ସନ୍ତୋଷ ଆସିଲାନି ଫଳରେ ମତେ ଆଜି ବାହାରିକି କହିବାକୁ ଇଛା ହେଲା । ନିଶ୍ଚିତ ଡିମ୍ପଲ କୁ ଗୋଟିଏ ନ୍ୟାୟ ମିଳିବା ଦରକାର । ଶାଶୁ ଘରେ ମଧ୍ୟ କିଛି ମହିଳା ଅଛନ୍ତି ନିଶ୍ଚିତ ତାଙ୍କ ବୋହୂ ର ଦୁଖ ବୁଝିବା ଦରକାର । ପ୍ରାଏ ମାସେ ହେବେ ହେଲାଣି ଥଣ୍ଡା କାକାରରେ, ନ୍ୟାୟ ତଥା ତାର ଅଧିକାର ନିମନ୍ତେ ନିବେଦନ କରୁଛି ।

ମାତ୍ର ସେ ତ ବେସୀ କିଛି ଡିମାଣ୍ଡ କରୁ ନାହାଁନ୍ତି, ଯାହାକୁ ବାହା ହେଇଥିଲେ ତାଙ୍କୁ ତାଙ୍କ ସ୍ଵାମୀ ସୁମିତ ଦରକାର ବୋଲି ସେ କହିଛନ୍ତି । ସେ ଚାହିଁଥିଲେ ପଇସା ପତ୍ର ନେଇ ମୁହଁ ବନ୍ଧ କରି ରହିଥାନ୍ତେ । ମାତ୍ର ଜଣେ ସ୍ଵାମୀ ଙ୍କୁ ପାଇବା ପାଇଁ ତଥା ନିଜ ସ୍ଵାମୀ ଙ୍କ ସାଥିରେ ରହିବା ପାଇଁ । ତପସ୍ଵିନୀ ସାବିତ୍ରୀ କଥା ଉଦାହରଣ ଦେଇ କହିଛନ୍ତି

ସେଥିପାଇଁ ମୁଁ ସୁମିତ ଙ୍କ ପରିବାର ବିଶେଷ କରି ସୁମିତ ଙ୍କୁ ଅନୁରୋଧ କରୁଛି ଯେ ସେ ତାଙ୍କ ସ୍ତ୍ରୀ କୁ ଗ୍ରହଣ କରନ୍ତୁ ।ନାରୀ କୁ ସନ୍ନମାନ ଦିଅନ୍ତୁ । ଏବଂ ନିଜ ଘରକୁ ନିଜ ବୋହୂ କୁ ନେଇ ସୁଖରେ ଜୀବନ ଜାପନ କରନ୍ତୁ । ତପସ୍ଵିନୀ ଙ୍କ ପାଇଁ ବିଦୁସ୍ମିତା କହିଛନ୍ତି ଯେ ମୁଁ ବୁଝି ପାରୁଛି ଯେ ଡିମ୍ପଲ କୁ କେତେ କଷ୍ଟ ହେଉଛି, କାରଣ କଷ୍ଟ ନ ହୋଇଥିଲେ ସେ ନିଜ ଇଜ୍ଜତ କୁ ଖାତିର ନ କରି ରାଜରାସ୍ତା ରେ ଥଣ୍ଡା ରେ ବସି ଧାରଣା ଦେଇ ନଥାନ୍ତେ ।

Leave a Reply

Your email address will not be published. Required fields are marked *