ଝିଅ ଜନ୍ମ ହେବାର ୫ ଦିନ ପରେ ହେଲା ଋତୁସ୍ରାବ ! ଭୟରେ ହସ୍ପିଟାଲରେ ପହଞ୍ଚିଲେ ମା !

ଝିଅମାନେ ଯୁବାବସ୍ଥାରେ ପାଦ ଦେଲେ ତାଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ। ଏହିସବୁ ପରିବର୍ତ୍ତନ ମଧ୍ୟରେ ଋତୁସ୍ରାବ ମଧ୍ୟ ସାମିଲ ଅଛି। ଝିଅମାନେ ଯୌବନରେ ପାଦ ଦେଲେ ବୋଲି ଏହା ସୂଚାଇ ଦେଇଥାଏ। କିନ୍ତୁ ଚୀନରୁ ଏଭଳି ଏକ ମାମଲା ସାମାକୁ ଆସିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଚାଇନାରେ ରହୁଥିବା ଜଣେ ମହିଳା ତାଙ୍କର ପାଞ୍ଚ ବର୍ଷର ଝିଅକୁ ଋତୁସ୍ରାବ ପରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମହିଳାଙ୍କର ଝିଅ ମାତ୍ର ପାଞ୍ଚଦିନର ଓ ୬ ଦିନରେ ତାଙ୍କର ଋତୁସ୍ରାବ ଜନିତ ଲକ୍ଷଣ ଦେଖା ଯାଇଥିଲା।

ଏହି ମାମଲାଟି ୨୦୧୯ ମସିହାର ଅଟେ। ଚାଇନାର କେଜିଆଙ୍ଗ ପ୍ରଦେଶରେ ରହୁଥିବା ଜଣେ ମା ନିଜର ପାଞ୍ଚ ବର୍ଷର ନବଜାତ ଶିଶୁ ସହ ଡାକ୍ତରଖାନାରେ ପହଞ୍ଚିଥିଲେ। ମହିଳାଙ୍କର ଝିଅର ଋତୁସ୍ରାବ ପାଇଁ ସେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଜନ୍ମର ମାତ୍ର ପାଞ୍ଚ ଦିନ ମଧ୍ୟରେ ରକ୍ତସ୍ରାବ ଦେଖୁ ମହିଳା ଜଣକ ଭୟଭୀତ ହୋଇ ଯାଇଥିଲେ।

କିନ୍ତୁ ଡାକ୍ତରଖାନାର ଡାକ୍ତରମାନେ ଝିଅକୁ ଦେଖି ଏହାକୁ ସାଧାରଣ ବୋଲି କହିଥିଲେ। ଡାକ୍ତରଖାନାର ଡାକ୍ତରଙ୍କର ଅନୁସାରେ ଏଥିରେ ଭୟଭୀତ ହେବାର କିଛି ନାହିଁ। ବର୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେକି ପାଞ୍ଚ ବର୍ଷର ଝିଅ ପାଇଁ ପିରିୟଡ ହେବା କିପରି ସ୍ଵାଭାବିକ ହୋଇପାରେ?

ଏହି ଖବର ଡାଇନା ପ୍ରେସ୍ ଦ୍ବାରା ପ୍ରକାଶିତ ପାଇଥିଲା। ଯେତେବେଳେ ଡାକ୍ତରମାନେ ପିତାମାତାଙ୍କୁ କହିଥିଲେଯେ ଏହା ସ୍ଵାଭାବିକ ଅଟେ। ସବିଶେଷ ତଥ୍ୟରେ ଡାକ୍ତରମାନେ କହିଥିଲେଯେ ଏହାକୁ ନିଓନାଟାଲ ମାସିକ ଋତୁସ୍ରାବ କୁହାଯାଏ। ବାଇନାର ନାଙ୍ଗରେ ଥିବା ପ୍ରଥମ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଡ. ୱାଙ୍ଗ ଏହି ବିଷୟରେ ବିସ୍ତୃତ ଭାବରେ ବୁଝାଇ କହିଥିଲେ।

ସେ କହିଥିଲେଯେ ବେଳେବେଳେ ଗର୍ଭଧାରଣର ଶେଷ ମାସରେ, ଇଷ୍ଟ୍ରୋଜେନ ଗର୍ଭସ୍ଥ ଶିଶୁ ଦେହରେ ପ୍ରବେଶ କରିଯାଇଥାଏ ଏହି ଇଷ୍ଟ୍ରୋଜେନ ରକ୍ତ ପରି ଶିଶୁର ଯୋନୀରୁ ବାହାରିଥାଏ। ଏହା ପ୍ରାୟତଃ ଝିଅ ଭୃଣ ସହ ହୋଇଥାଏ।

ଯେତେବେଳେ ଶରୀରରୁ ଏହି ଇଷ୍ଟ୍ରୋଜେନ ବାହାରିଥାଏ, ଲୋକମାନେ ଏହାକୁ ପିରିୟଡ ବୋଲି ବୁଝନ୍ତି ଓ ନର୍ଭସ ହୋଇଯାନ୍ତି। ବାସ୍ତବରେ ଏହା କେବଳ ଏକ ସପ୍ତାହ ପର୍ଯ୍ଯନ୍ତ ହୋଇଥାଏ। ଯେତେବେଳେ ଏହି ଇଷ୍ଟ୍ରୋଜେନ ମୁକ୍ତ ହୁଏ, ସେତେବେଳେ ଶିଶୁର ରକ୍ତସ୍ରାବ ସମ୍ପୂର୍ଣ ବନ୍ଦ ହୋଇଯାଏ।

ଯଦି ଜନ୍ମ ହେବାପରେ ଝିଅ ମାନଙ୍କର ଯୋନିରୁ ରକ୍ତ ବାହାରିଥାଏ, ତେବେ ଏଥିରେ ଭୟଭୀତ ହେବାର କୌଣସି ଆବଶକ୍ୟତା ନାହିଁ। ଏହା ସାଧାରଣ କଥା ଅଟେ। ଅଧିକାଂଶ ପିତା ମାତା ଏହି ବିଷୟରେ ଆଦୌ ଅବଗତ ନଥାନ୍ତି। ଏହି କାରଣରୁ, ଝିଅ ସନ୍ତାନ ଜନ୍ମ ହେବା ପରେ, ଯେତେବେଳେ ତାଙ୍କର ଡାଇପର କିମ୍ବା ପୋଷାକରେ ରକ୍ତ ଥାଏ, ତେବେ ସେମାନେ ନର୍ଭସ ହୋଇଯାନ୍ତି। ଏହା ସମ୍ପୂର୍ଣ ସ୍ଵାଭାବିକ ଅଟେ।

Leave a Reply

Your email address will not be published. Required fields are marked *