ମଣିଷର ଭାଗ୍ୟରେ କେତେ ବେଳେ କଣ ଅଛି ତାହା ଏହା କେହି କେବେପାରିବେ ନାହିଁ। ଆଜି ଯିଏ ଫକୀର କାଲି ସିଏ ଧନୀ। ଆଜି ଯିଏ ଧନୀ ଅଛି କାଲି ସେ ଗରିବ ହୋଇଯିବ। କିନ୍ତୁ କିଛି ମଣିଷ ଅଛନ୍ତି ଯେଉଁମାନେକି ନିଜର ପରିଶ୍ରମ ବଳରେ ନିଜର ଭାଗ୍ୟକୁ ପରିବର୍ତ୍ତନ କରି ଦେଇପାରିଛନ୍ତି। ଆଜି ଆମେ ସେହିପରି ଜଣେ ମହିଳାଙ୍କ ବିଷୟରେ କହିବା ଯିଏ ଜଣେ ଝାଡୁଦାରରୁ ସବ-କଲେକ୍ଟର ହୋଇଛନ୍ତି।
ଘଟଣାଟି ହେଉଛି ରାଜସ୍ଥାନର। ସେଠାକାର ଜଣେ ସଫେଇ କର୍ମଚାରି ଏହିପରି ଚମତ୍କାର ଦେଖାଇ ପାରିଛନ୍ତି। ରାସ୍ତାରେ ଝାଡୁ ଧରି ଝାଡୁମାରୁ ଥିବା ସେହି ଝିଅ ଆଜି ସେହି ରାସ୍ତାରେ ନାଲି ବତି ଗାଡ଼ିରେ ଯାଉଛନ୍ତି। ତେବେ ଝିଅଟିର ଏପରି କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ସମସ୍ତଙ୍କ ପାଇଁ ଏହି ଘଟଣାଟି ଏକ ପ୍ରେରଣାର ଉତ୍ସ ପାଲଟିଯାଇଛି।
ସୂଚନା ଅନୁସାରେ ରାଜସ୍ଥାନରେ ଆଶା କାଣ୍ଡୁରା ନାମକ ଜଣେ ମହିଳା ଆଜି ଯିଏକି ଜୟପୁର ନଗର ନିଗମରେ ଝାଡ଼ୁଦାର ରୁପେ କାର୍ଯ୍ୟ କରୁଥିଲେ। ସେ ଆଜି ଏସଏମ ହୋଇପାରିଛନ୍ତି। ସେ ନିଜର ପରିଶ୍ରମ ବଳରେ ଏଭଳି ଚମତ୍କାର କରିପାରିଥିବା କଥା କହିଛନ୍ତି। ତେବେ ୨୦୧୮ରେ ଆଶା ରାଜସ୍ଥାନ ପ୍ରଶାସନିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ପରେ ସେ ସରଂକ୍ଷିତ ବର୍ଗର ହୋଇଥିବା କାରଣରୁ ପରେ ସେ ଏସଡିଏମ ହୋଇଥିଲେ।
ତେବେ ଆଶାଙ୍କର ଏପରି ଅସମ୍ଭବକୁ କିପରି ସମ୍ଭବ କଲେ ପଚରା ଯିବାରୁ ସେ କହିଥିଲେକି ବିବାହର ୫ ବର୍ଷ ପରେ ତାଙ୍କର ବିଚ୍ଛେଦ ହେବା ପରେ ୨ଟି ପିଲାର ଦାୟିତ୍ଵ ତାଙ୍କ ଉପରେ ଥିଲା। ଏଥିପାଇଁ ସେ ନଗର ନିଗମରେ ଝାଡୁଦାର ଭାବରେ କାର୍ଯ୍ୟରତ ଥିଲେ। ଏହା ପରେ ସେ ଏମିତି ବହି ପଢିବାର ତାଙ୍କର ଅଭ୍ୟାସରେ ପରିଣତ ହୋଇ ଯାଇଥିଲା। ଏହା ପରେ ସେ ଅଫିସସ ହେବାକୁ ମନ ବଳାଇଥିଲେ।
ତାପରେ ସେ ଏଥିପାଇଁ ସମୟ ବାହାର କରି ପଢିବାକୁ ଲାଗିଲେ। ଓ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ। ତେବେ ଆଶାଙ୍କର ଏହି ସଫଳତା ଅନେକ ଲୋକଙ୍କ ପାଇଁ ଆଶା ଆଣି ଦେଇଛି। ଯେଉଁମାନେ ଅଭାବ ଅନାଟନା ଭିତରେ ରହୁଛନ୍ତି ସେମାନଙ୍କ ପାଇଁ ଏହା ଏକ ଉଦାହରଣ ପାଲଟିଯାଇଛି। ନିଜର ଦୃଢ଼ ବିଶ୍ୱାସ ଓ କଠିନ ପରିଶ୍ରମ ଫଳରେ ସେ ସବୁ କିଛି ସମ୍ଭବ କରିପାରିଛନ୍ତି। ଏହାକୁ ଆଶା ନିଜେ ମଧ୍ୟ ପ୍ରମାଣିତ କରି ଦେଖାଇଛନ୍ତି।