ତପସ୍ୱିନୀ ମାମଲା : ଜଣେ ଚୂନକାଳି ମାରିଲେ, ଆଉ ଜଣେ ନାଁ ଉଜ୍ଜ୍ୱଳ କଲେ !

ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆ ରେ ଦୁଇ ଟି ଖବର ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ବ୍ରହ୍ମପୁର ସହର ନାଁ ସବୁଆଡ଼େ ପ୍ରଚାର ର ବିଷୟ ପାଲଟିଛି । ତପସ୍ଵିନୀଙ୍କ ଖବରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଚାଲିବା ବେଳେ ଆଉ ଏକ ଖବର ସାମ୍ନାକୁ ଆସିଛି । ଗୋଟିଏ ପଟେ ବୋହୂ ହୋଇ ଯିବା ପାଇଁ ଶାଶୁଘର ସାମ୍ନାରେ ତପସ୍ଵିନୀ ବସିଥିବା ବେଳେ ଆଉ ଅନ୍ୟ ପଟେ ବିନା ଯୌତୁକ ରେ ସ୍ବାଗତ କରୁଛନ୍ତି ବୋହୂ କୁ ଶାଶୁଘରର ଲୋକେ ।

ତପସ୍ଵିନୀ ଙ୍କ ସ୍ବାମୀ ଡକ୍ଟର ସୁମିତ ବ୍ରହ୍ମପୁର ର ମାଟି ଲୋକୋ କୁ ଲଜୀତ କରୁଥିବାର ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଆଉ ଏଠି ବିଜୟ କୁମାର ବିନା ଯୌତୁକରେ ସମ୍ବିଧାନ କୁ ସାକ୍ଷୀ ରଖି ଶ୍ରୁତିଙ୍କୁ ବିବାହ କରି ବ୍ରହ୍ମପୁର ର ନାଁ ଉଜ୍ଜ୍ବଳ କରିଛନ୍ତି । ବ୍ରହ୍ମପୁରର ବିଜୟ କୁମାର ଲକ୍ଷ୍ନୌର ଶ୍ରୁତି ସକ୍ସେନାଙ୍କୁ ବିବାହ କରିଛନ୍ତି ।ଏହି ବିବାହରେ ନା ବ୍ରାହ୍ମଣ, ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ ଥିଲା ନା ଥିଲା କର୍ମକାଣ୍ଡ ।

ଏପରିକି ଏହି ବିବାହରେ ଜାନି ଯୌତୁକ ବି ଦିଆ ନିଆ ହୋଇନି । ଏଥିରେ ସ୍ବାମୀ ସ୍ତ୍ରୀ କୁ ବାନ୍ଧି ନଥିଲା ମଙ୍ଗଳସୂତ୍ର । କେବଳ ବିବାହରେ ନବ ଦମ୍ପତ୍ତି ନେଇଥିଲେ ସମ୍ବିଧାନର ଶପଥ । ଅନ୍ୟ ବିବାହରେ କର୍ମକାଣ୍ଡ ଥାଏ, ଯୌତୁକ ଥାଏ, ଜାତି ପ୍ରଥା ଥାଏ ।

କିନ୍ତୁ ଏହି ବିବାହ ଯୌତୁକ ବିହୀନ, କର୍ମକାଣ୍ଡ ବିହୀନ, ଜାତି ବିହୀନ ଅଟେ । ରକ୍ତ ଦାନ ଏବଂ ଶରୀର ଦାନ ମଧ୍ୟ କରିଥିଲେ ଏହି ଦମ୍ପତି । ଆଉ ଭୋଜି ଭାତ ଖାଇ ସମ୍ପର୍କୀୟ ମାନେ ବିବାହର ମଜା ନେଇଥିଲେ । ଏଠି ବିବାହ ପରିବେଶ ଥିଲା ସମ୍ପୂର୍ଣ୍ଣ ନିରାଡମ୍ବର ।ନା ଥିଲା ମନ୍ତ୍ର ଉଚ୍ଚାରଣ, ନା ଥିଲା ହୋମ ଅଗ୍ନି,ଜାନି ଯୌତୁକ ନେବା ଦେବାବି ନଥିଲା ।

ସ୍ବାମୀ ସ୍ତ୍ରୀ ବେକରେ ମଙ୍ଗସୂତ୍ର ନ ବାନ୍ଧି କେବଳ ଫୁଲମାଳଟିଏ ପକାଇ ଥିଲା । ଅଗ୍ନି ସାକ୍ଷୀ ନ ନେଇ ନେଇଥିଲେ ସମ୍ବିଧାନର ସାକ୍ଷୀ । ଏଭଳି ଏକ ପରିବେଶରେ ବିବାହ କରିଥିଲେ ଦୁଇ ଯୋଡ଼ି ବିଜୟ କୁମାର ଏବଂ ଶ୍ରୁତି । ବିଜୟ ଏବଂ ଶ୍ରୁତିଙ୍କର ଚେନ୍ନାଇରେ ପ୍ରେମ ହୋଇଥିବା ବେଳେ ଉଭୟ ପରିବାରଙ୍କ ସହମତିରେ ବିବାହ କରିଥିଲେ ।

ଏହି ବିବାହରେ ଉଭୟ ବର ପିତା ଏବଂ କନ୍ୟା ପିତାଙ୍କ ସହିତ ସମସ୍ତେ ଖୁସି ଥିବା ଦେଖିବାକୁ ମିଳିଛି । ବ୍ରହ୍ମପୁରରେ ଏହି ଦୁଇଟି ଘଟଣା ଏବେ ପୁରା ଅଲଗା । ସୁମିତ ସେପଟେ ବ୍ରହ୍ମପୁର ନାଁ ମାଟିରେ ମିଶାଉ ଥିବା ବେଳେ ଏପଟେ ବିଜୟ ବ୍ରହ୍ମପୁରର ନାଁ ଉଜ୍ଜ୍ବଳ କରିଛନ୍ତି ।

Leave a Reply

Your email address will not be published. Required fields are marked *