ଐଶ୍ୱର୍ଯ୍ୟା ଠୁ କାଟ୍ରିନା ପର୍ଯ୍ୟନ୍ତ,ପ୍ରତ୍ୟେକ ପ୍ରେମିକା କାହିଁକି ସଲମାନଙ୍କୁ ଛାଡି ଚାଲିଗଲେ,ବର୍ତ୍ତମାନ ଏହାର ଏହାର ରହସ୍ୟ ଖୋଲିଲେ ତାଙ୍କ ପିତା ସଲିମ ଖାନ !

କାଟ୍ରିନା କୈଫଙ୍କ ବିବାହ ପରେ ଲୋକ ସଲମାନ ଖାନ ଙ୍କ ମଜାକ ବନେଇବା ଆରମ୍ଭ କରିଦେଇଛନ୍ତି,ଏହା ସୂଚନା ଯୋଗ୍ୟ କି କାଟ୍ରିନା କୈଫ ପୂର୍ବରୁ ସଲମାନ ଖାନଙ୍କ ସହ ଡେଟ କରିସାରିଛନ୍ତି, ପୂର୍ବରୁ ଦୁହେଁ ଦୁହିଁଙ୍କର ଅତି ନିକଟତର ଥିଲେ, ଫ୍ୟାନ୍ସ ମାନଙ୍କୁ ଏମିତି ବି ଲାଗି ସାରିଥିଲା ଯେ ଦୁହେଁ ବହୁତ ଜଲଦି ବିବାହ କରିନେବେ, କିନ୍ତୁ ସଲମାନଙ୍କ ପ୍ରତ୍ୟେକ ପ୍ରେମୀକା ପରି କାଟ୍ରିନା ବି ତାଙ୍କ ହାତରୁ ଖସିଯାଇଥିଲେ |

ସଲମାନ ବାନେଇଥିଲେ କେତେ ଗଲପ୍ରେଣ୍ଡସ୍

ସଲମାନ ଖାନଙ୍କୁ 55 ବର୍ଷ ହୋଇଗଲାଣି କିନ୍ତୁ ଏପର୍ଯ୍ୟନ୍ତ ସେ ବିବାହ କରିପାରିଲେ ନାହିଁ, ଏମିତି ନୁହେଁ କି ସଲମାନ ଖାନ ଙ୍କ ଜୀବନରେ କେହି ଝିଅ ଆସିନାହାନ୍ତି, ତାଙ୍କର ବଲିଉଡ ରେ ଅନେକ ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ ରହିଅଛି, କ୍ୟାରିଅର ର ଆରମ୍ଭରୁ ହିଁ ତାଙ୍କ ନାମ ଅଭିନେତ୍ରୀ ସଂଗୀତା ବିଜଲାନି ଙ୍କ ସହ ଯୋଡ଼ି ହେଇଥିଲା |

କୁହାଯାଏ ଯେ ଦୁହିଁଙ୍କର ବିବାହର କାର୍ଡ ମଧ୍ୟ ଛପା ସାରିଥିଲା,କିନ୍ତୁ ପୁଣି ଶେଷ ସମୟରେ ହିଁ ଦୁହିଁଙ୍କର ସମ୍ପର୍କ ଭାଙ୍ଗିଯାଇଥିଲା, ଏହା ପରେ ସଲମାନ ଙ୍କ ଜୀବନରେ ପାକିସ୍ତାନୀ ଅଭିନେତ୍ରୀ ସୋମି ଅଲ୍ଲୀ ଖାନଙ୍କର ଏଣ୍ଟ୍ରି ହୋଇଥିଲା,ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କୁ ଡେଟ କରୁଥିଲେ ମଧ୍ୟ ଏହି ସମ୍ପର୍କ ମଧ୍ୟ ଶେଷ ହୋଇଯାଇଥିଲା |

ସଲମାନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟଙ୍କ ସହ ସମ୍ପର୍କକୁ ନେଇ ବହୁତ ସିରିୟସ ଥିଲେ, ଦୁହିଁଙ୍କର ପ୍ରେମ କାହାଣୀ “ହମ ଦିଲ ଦେ ଚୁକେ ସନମ ” ଚଳଚିତ୍ର ରୁ ଆରମ୍ଭ ହୋଇଥିଲା, ଦୁଇ ଜଣଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା,କିନ୍ତୁ ପୁଣି ଐଶ୍ୱର୍ଯ୍ୟା ସଲମାନଙ୍କ ଉପରେ ହିଂସାର ଆରୋପ ଲଗାଇ ସମ୍ପର୍କ କୁ ଭାଙ୍ଗିଦେଇଥିଲେ, ଏହା ପରେ ସେ କାଟ୍ରିନା ଙ୍କ ସହ ଡେଟ କରିବା ଆରମ୍ଭ କରିଥିଲେ କିନ୍ତୁ ଭାଇଜାନ ଙ୍କ ସବୁ ଲଭ ଷ୍ଟୋରୀ ପରି ଏ ବି ଅଧା ରେ ହିଁ ରହିଗଲା |

ଏହି କାରଣରୁ ଅଧୁରା ରହିଥିଲା ପ୍ରେମ କାହାଣୀ

ସଲମାନ ଖାନଙ୍କର କେହି ବି ପ୍ରେମିକା କାହିଁକି ଅଧିକ ଦିନ ପର୍ଯ୍ୟନ୍ତ ତାଙ୍କ ସହ ରହିପାରନ୍ତିନି, ଏହାର ଖୁଲାସା ତାଙ୍କ ପିତା ସଲିମ ଖାନ ନିଜେ କରିଛନ୍ତି, ଆଉ ସେ କହିଛନ୍ତି କି ସଲମାନଙ୍କର ଅସଫଳ ପ୍ରେମ କାହାଣୀର କାରଣ ତାଙ୍କ ମା ସଲମା ଖାନ ଅଟନ୍ତି, କିଛି ଦିନ ତଳର କଥା ଯେତେବେଳେ ସଲମାନ ଖାନ ତାଙ୍କ ବାପା ମା ଙ୍କ ସହ ଫାରା ଖାନଙ୍କ ଶୋ ” ମେରେ ବିଚ ” କୁ ଯାଇଥିଲେ,ଏହି ଶୋ ରେ ସଲିମ ଖାନ ସଲମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ରହସ୍ୟ ଖୋଲିଛନ୍ତି |

ଫାରା ଖାନଙ୍କ ସହିତ କଥା ବାର୍ତ୍ତା ହେବା ସମୟରେ ସଲମାନ ଙ୍କ ମା ସଲମା କହିଥିଲେ କି ” ସଲମାନଙ୍କ ଯେତେ ବି ପ୍ରେମିକା ଥିଲେ ତାଙ୍କ ସହ ସଲମାନଙ୍କର ସମ୍ପର୍କ ବହୁତ ବଢିଆ ଥିଲା ” ଏହି ସମୟରେ ସଲମାନଙ୍କର ପିତା ମଜାକିଆ ଅନ୍ଦାଜ ରେ କହିଥିଲେ କି ” ସଲମାନଙ୍କର ସବୁଠୁ ଅଧିକ କ୍ଷତି ତାଙ୍କ ମା ହି କରିଛନ୍ତି ” |

ସଲିମ ଖାନ କହିଥିଲେ କି ସଲମାନଙ୍କର ସବୁଠୁ ଅଧିକ କ୍ଷତି ତାଙ୍କ ମା ହି କରିଛନ୍ତି, ଏହାର କାରଣ ଏମିତି କି ସଲମାନ ଯେଉଁ ବି ଝିଅ କୁ ନିଜ ପ୍ରେମିକା ରୂପରେ ପସନ୍ଦ କରନ୍ତି, ପରେ ତାଙ୍କ ଭିତରେ ସେ ତାଙ୍କ ମା କୁ ଖୋଜିବାକୁ ଲାଗନ୍ତି, ଏହି କାରଣରୁ ଝିଅମାନେ ତାଙ୍କୁ ଛାଡିକି ଚାଲି ଯାଆନ୍ତି, ତାପରେ ସଲିମ ହସି ହସି କହିଥିଲେ କି “ବୋଧହୁଏ ସଲମାନଙ୍କ ମା ପରି ତାଙ୍କୁ କେହି ପ୍ରେମିକା ପ୍ରେମ ଦେଇପାରିବେ ” |

ଯଦି ସେ ତା ପ୍ରେମିକାଙ୍କ ଭିତରେ ତାଙ୍କ ମାକୁ ଖୋଜିବେ ତାହେଲେ ଝିଅ ତା ଛାଡିକି ଯିବେ ନା,କହିବାକୁ ଚାହୁଁଚୁ କି ସଲମାନ ତାଙ୍କ ବାପା ମା ଙ୍କୁ ବହୁତ ଭଲପାନ୍ତି,ସେ ତାଙ୍କ ପରିବାକୁ ବହୁତ ଗୁରୁତ୍ୱ ଦେଇଥାନ୍ତି, ଏହି କାରଣରୁ ସେ ତାଙ୍କ ଗେଲେକ୍ସି ଆପାର୍ଟମେଣ୍ଟ କୁ ଛାଡିକି ନୂଆ ଘରକୁ ସିଫ୍ଟ ହୁଅନ୍ତି ନାହିଁ, ସେ ସବୁବେଳେ ନିଜର ମାତା ପିତାଙ୍କ ସହ ରହିବାକୁ ପସନ୍ଦ କରନ୍ତି |

Leave a Reply

Your email address will not be published. Required fields are marked *