ପ୍ରେମ ପାଇଁ ଯୁବକ ଜଣଙ୍କୁ ଓଲଟା ଟାଙ୍ଗୀ ନିସ୍ତୁକ ମାଡ,ଆଉ ତା ପରେ …ଜାଣନ୍ତୁ ପୁରା ଘଟଣା …

ଝାଡଖଣ୍ଡର ପାଲାମୁ ସ୍ଥିତ ଲେସଲିଞ୍ଜ ପୋଲିସ୍ ଷ୍ଟେସନ ଅଞ୍ଚଳର କରମା ଗ୍ରାମରେ ପ୍ରେମ ସଂପର୍କରେ ଜଣେ ପ୍ରେମିକ ଙ୍କୁ ଗଛରେ ଓଲଟା ଟାଙ୍ଗି ମାଡ ମାରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି,ପୋଲିସ ଏହି ମାମଲା ର ତଦନ୍ତ ରେ ନିୟୋଜିତ ଅଛି |

ଝାଡଖଣ୍ଡରେ ମଙ୍ଗଳବାର ନିଜେ ବିଧାନସଭା ମୋବ ଲିଞ୍ଚିଂ ପ୍ରତିରୋଧ ବିଲ୍ 2021 କୁ ସଂଶୋଧନ କରିଛି, କିନ୍ତୁ ଭିଡ଼ ଭିତରେ ଆଇନର ଭୟ ନାହିଁ, ଏଥର ପାଲାମୁର କଥା ଯେଉଁଠାରେ ଲେସଲିଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର କରମା ଗ୍ରାମରେ ଜଣେ ପ୍ରେମିକ ଙ୍କୁ ଗଛରେ ଓଲଟା ଝୁଲାଇ ମାରୁଥିବାର ଭିଡ଼ିଓ ଭାଇରାଲ ହେଉଛି, ଏହି ମାମଲା ର ତଦନ୍ତ ରେ ପୋଲିସ କାର୍ଯ୍ୟରତ ଅଛି |

ପ୍ରକୃତ ରେ ପାଲାମୁ ଜିଲ୍ଲାର ଲେସଲିଞ୍ଜ ପୋଲିସ୍ ଷ୍ଟେସନ ଅଞ୍ଚଳର କରମା ଗ୍ରାମରେ ଜଣେ ଯୁବକଙ୍କୁ ଗଛରେ ଓଲଟା ଝୁଲାଇ ପିଟୁଥିବା ମାମଲା ସାମ୍ନାକୁ ଆସିଛି,ଏହି ପ୍ରସଙ୍ଗ ର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯଦିଓ ଏହି ଘଟଣା ପାଞ୍ଚ-ଛଅ ଦିନ ପୁରୁଣା ଅଟେ, କିନ୍ତୁ ବୁଧବାର ଦିନ ଭିଡିଓ ଭାଇରାଲ ହେବା ମାତ୍ରେ ହିଁ ଲେସଲିଗଞ୍ଜ ପୋଲିସ ଏହି ମାମଲା କୁ ନେଇ ଆକ୍ଟିଭ ହୋଇସାରିଛି

ଯଦିଓ, ଏ ପ୍ରସଙ୍ଗ ରେ ପୋଲିସ ନିକଟରେ କୌଣସି ପ୍ରକାରର ଅଭିଯୋଗ ପଞ୍ଜିକୃତ ହୋଇନାହିଁ, କିନ୍ତୁ ଭାଇରାଲ ଭିଡିଓ ର ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି, ଏସପି ଚନ୍ଦନ କୁମାର ସିହ୍ନା କହିଛନ୍ତି ଯେ ଆଜି ହିଁ ସେ ଏହି ବିଷୟରେ ସୂଚନା ପାଇଛନ୍ତି ବୋଲି,ଆଜି ହିଁ ଆମ ହାତ ରେ ଏକ ଭିଡିଓ ଲାଗିଛି,ଏହା ପରେ ଲେସଲିଗଞ୍ଜ ଅଫିସର ଙ୍କୁ (ଷ୍ଟେସନ୍ ଇନ୍-ଚାର୍ଜ) ଏହି ଘଟଣାର ତଦନ୍ତ କରିବାକୁ କୁହାଯାଇଛି

ଅନୁସନ୍ଧାନରେ ଏହା ଜଣାପଡୁଛି ଯେ ଅଭିଯୁକ୍ତଙ୍କ ପରିବାର ସଦସ୍ୟ ଏହି ମାମଲା କୁ ନେଇ ଦୁନିଆ ସାମ୍ନା କୁ ଆସିବାକୁ ଚାହୁଁନାହାନ୍ତି,ତଥାପି ଭିଡିଓ ଦେଖିବା ପରେ ଏହା ଅନୁମାନ କରାଯାଇପାରେ ଯେ ଯୁବକଙ୍କୁ ଆକ୍ରମଣ କରାଯାଇଛି ଏବଂ ଏହା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

ସେଇଠାରେ, ଲେସଲିଗଞ୍ଜ ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଗୌତମ କୁମାର ରାୟ କହିଛନ୍ତି ଯେ ପୀଡିତଙ୍କ ଘର ସତବାରୱା ର ଜାବର ଅଞ୍ଚଳରେ ବୋଲି, ତାଙ୍କୁ ଯୋଗାଯୋଗ ମଧ୍ୟ କରାଯାଇଛି, କିନ୍ତୁ ସେ କୌଣସି ପ୍ରକାର ବି ଅଭିଯୋଗ କରିବାକୁ ସେ ଡରୁଛନ୍ତି, ତାଙ୍କ ଘରକୁ ଯାଇ ଏହି ଘଟଣାରେ ଏକ ବୟାନ ନିଆଯିବ ଏବଂ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେ କହିଛନ୍ତି ଯେ ପ୍ରାରମ୍ଭିକ ଅନୁସନ୍ଧାନରେ ଏହା ସାମ୍ନାକୁ ଆସିଛି ଯେ ଏହି ମାମଲା ପ୍ରେମ ପ୍ରସଙ୍ଗ ର ଅଟେ,ଗ୍ରାମବାସୀ ଯୁବକ ଆଉ ଯୁବତୀ ଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିନେଇଥିଲେ

ଏହା ପରେ ଯୁବକଙ୍କୁ ମାଡ ମରାଯାଇଥିଲା,କୁହାଯାଉଛି ଯେ ଗ୍ରାମବାସୀ ପ୍ରେମ ପ୍ରସନ୍ଦ ତଥା ଛେଡ଼ଖାନି ଅଭିଯୋଗ ରେ ଯୁବକଙ୍କୁ ଗଛ ରେ ଓଲଟା ଟାଙ୍ଗୀ ତାଙ୍କୁ ମାଡ ମାରିଥିଲେ, ଏହି ଯୁବକଙ୍କ ସହ ଅନ୍ୟ ଜଣେ ଯୁବକ ମଧ୍ୟ ଥିଲେ, ଯିଏ କି ଗ୍ରାମବାସୀଙ୍କ କବଳରୁ ରକ୍ଷା ପାଇବା ପାଇଁ ଲୁଚି କରି ସେଇଠାରୁ ପଳେଇଥିଲେ, ଉକ୍ତ ଯୁବକଙ୍କୁ ପୋଲିସ ଷ୍ଟେସନ ଅଞ୍ଚଳର ତବର ଗାଁର ଯୁବକ ବୋଲି ଚିହ୍ନଟ କରାଯାଇଛି |

Leave a Reply

Your email address will not be published. Required fields are marked *