ଭୁଲରେ ବି ଗୁଗଲ୍ ରେ ସର୍ଚ୍ଚ କରୁନ୍ତୁ ନାହିଁ ଏହି ସବୁ କଣ୍ଟେଣ୍ଟ୍, ଯଦି ସର୍ଚ୍ଚ କରୁଛନ୍ତି ତେବେ ଭୋଗିବାକୁ ପଡିପାରେ ଜେଲ ଦଣ୍ଡ ! ଜାଣନ୍ତୁ କେଉଁ କେଉଁ କଣ୍ଟେଣ୍ଟ ସବୁ ସର୍ଚ୍ଚ କରିବା ଅପରାଧ !

ଏବେର ସମୟରେ ଲୋକମାନେ ଯଦି ସବୁଠାରୁ ଅଧିକ କୌଣସି ଜିନିଷ ବ୍ୟବହାର କରୁଥିବେ ତେବେ ତାହା ହେଉଛି ସେମାନଙ୍କର ଫୋନ୍। ଆଜିର ଦୁନିଆରେ ଲୋକମାନଙ୍କୁ ଯଦି ସବୁଠାରୁ ବେଶୀ କିଛି ଜିନିଷ ପ୍ରିୟ ଥିବ ତାହାବି ହେଉଛି ଫୋନ୍। ଲୋକମାନଙ୍କୁ ଆପଣ କିଛି ବି ଜିନିଷ ମାଗିଲେ ସେମାନେ ସେୟାର୍ କରିଦେବେ ହେଲେ ଫୋନ୍ କୁ ଲୋକମାନେ କାହା ସହ ବି ସେୟାର୍ କରି ପାରିବେନି କାରଣ ଫୋନ୍ ରେ ହିଁ ଲୋକମାନଙ୍କର ସମସ୍ତ ଜିନିଷ ଥାଏ।

ଆଉ ଏବେ କିଛି ବି ଜିନିଷ ଲୋକଙ୍କୁ ଅଜଣା ନାହିଁ, କାରଣ କିଛି ବି କଥା ହେଉ ଆମେ ଗୁଗଲ ରେ ତାହାକୁ ସର୍ଚ୍ଚ କରିଲେ ସଙ୍ଗେ ସଙ୍ଗେ ଆମେ ସେହି ସମ୍ପର୍କରେ ସବୁ କିଛି ତଥ୍ୟ ପାଇ ପାରିବା। ଏମିତି କିଛି ବି କଥା ନାହିଁ ଯାହାକି ଗୁଗଲ୍ ରେ ସର୍ଚ୍ଚ କରିଲେ ସେହି ସମ୍ପର୍କରେ ଆମେ ଜାଣି ପାରିବାନି। ଯେକୌଣସି ପ୍ରଶ୍ନର ଉତ୍ତର ସହଜରେ ଜାଣିବା ପାଇଁ ଆମେ ଗୁଗୁଲର ସହାୟତା ନେଇଥାଉ ।

ଆଉ ଗୋଟିଏ କ୍ଲିକରେ ଆମକୁ ସବୁ ପ୍ରଶ୍ନର ଉତ୍ତର ଦେଇଥାଏ ଗୁଗୁଲ । ବିଭିନ୍ନ ରୋଗ ଠାରୁ ଆରମ୍ଭ କରି ରୋଷେଇ ରେସିପି ପର୍ଯ୍ୟନ୍ତ ସବୁ କିଛି ଜାଣିବା ପାଇଁ ଆମେ ଗୁଗୁଲକୁ ବ୍ୟବହାର କରିଥାଉ । ତେବେ ଗୁଗୁଲରୁ ମିଳୁଥିବା ଉତ୍ତର କେତେବେଳ ଠିକ୍ ଥାଏ ତ ଆଉ କେତେବେଳ ଭୁଲ୍ ।

କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ, ଗୁଗୁଲରେ କଣ୍ଟେଣ୍ଟ ଖୋଜିବା ପାଇଁ ମଧ୍ୟ ଆପଣଙ୍କୁ ଜେଲ୍ ହୋଇପାରେ ।ଆପଣ କେବେ ମଧ୍ୟ ଭୁଲ୍ ରେ ବି ଗୁଗୁଲରେ ଏହି ସବୁ କଣ୍ଟେଣ୍ଟ୍ ସର୍ଚ୍ଚ କରିବେ ନାହିଁ । ନହେଲେ ଆପଣ ଅଡୁଆରେ ପଡି ପାରନ୍ତି । ପ୍ରଥମଟି ହେଉଛି ଚାଇଲ୍ଡ ପର୍ଣ୍ଣ । ଭାରତ ସରକାର ଚାଇଲ୍ଡ ପର୍ଣ୍ଣୋଗ୍ରାଫିକୁ ନେଇ କଡା ଆଭିମୁଖ୍ଯ ଗ୍ରହଣ କରିଛନ୍ତି ।

ଗୁଗୁଲରେ ଚାଇଲ୍ଡ ପର୍ଣ୍ଣ ସର୍ଚ୍ଚ କରିବା, ଦେଖିବା ଏବଂ ଶେୟାର କରିବା ଅପରାଧ ଅଟେ । କାରଣ ଏଭଳି କଲେ ଆପଣଙ୍କୁ ଜେଲ୍ ଯିବାକୁ ପଡିପାରେ।ଦ୍ବିତୀୟରେ ହେଉଛି ଗର୍ଭପାତ କେମିତି କରିବେ । ଗୁଗୁଲରେ ଗର୍ଭପାତର ଉପାୟ ସର୍ଚ୍ଚ କରିବା ମଧ୍ୟ ଏକ ସାଂଘାତିକ ଅପରାଧ । ଏମିତି ଭୁଲରେ ବି କରନ୍ତୁ ନାହିଁ ।

ତୃତୀୟରେ ହେଉଛି ବମ୍ ତିଆରି କରିବା ପ୍ରକ୍ରିୟା । ଗୁଗୁଲଏ କେବେ ମଧ୍ୟ ବମ୍ ତିଆରି କରିବା ପ୍ରକ୍ରିୟା ସର୍ଚ୍ଚ କରନ୍ତୁ ନାହିଁ । ଏଭଳି ଗତିବିଧି ଉପରେ ସାଇବର ସେଲ୍ ସବୁବେଳେ ନଜର ରଖିଥାଏ । ଏଭଳି କଲେ ଆପଣ ଅଡୁଆରେ ପଡି ପାରନ୍ତି ।ଚତୁର୍ଥରେ ହେଉଛି ଫିଲ୍ମ ପାୟରେସି । ଫିଲ୍ମ ରିଲିଜ ହେବା ପୂର୍ବରୁ ଅନଲାଇନରେ ଏହାକୁ ରିଲିଜ କରିବା ଅପରାଧ ଶ୍ରେଣୀ ଅନ୍ତର୍ଭୁକ୍ତ କାର୍ଯ୍ୟ ଅଟେ । ଯଦି ଆପଣ ଅନଲାଇନରେ ଲିକ୍ କିମ୍ବା ଡାଉନଲୋଡ କରୁଛନ୍ତି ତେବେ ଏହା ଏକ ବଡ ଅପରାଧ ।

ଏହି ନିୟମ ଉଲ୍ଲଂଘନ କଲେ ଦଶ ବର୍ଷ ଜେଲ୍ ଦଣ୍ଡ ସହ ଦଶ ହଜାର ଟଙ୍କାର ଜୋରିମାନା ଦେବାକୁ ପଡିବ ।ପଞ୍ଚମରେ ହେଉଛି ପ୍ରାଇଭେଟ ଫଟୋ ଏବଂ ଭିଡିଓ । ସୋସିଆଲ ମିଡିଆ କିମ୍ବା ଗୁଗୁଲରେ ପ୍ରାଇଭେଟ ଫଟୋ କିମ୍ବା ଭିଡିଓ ଲିକ୍ କରିବା ମଧ୍ୟ ଏକ ଦଣ୍ଡନୀୟ ଅପରାଧ । ଏଥିପାଇଁ ମଧ୍ୟ ଆପଣଙ୍କୁ ଜେଲ୍ ହୋଇପାରେ । ସେଥିପାଇଁ ଭୁଲରେ ମଧ୍ୟ ଗୁଗୁଲରେ କାହାର ପ୍ରାଇଭେଟ ଫଟୋ କିମ୍ବା ଭିଡିଓ ଶେୟାର କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *