ଗୁରୁ ଛାତ୍ର ସମ୍ପର୍କରେ କଳଙ୍କ ! ଦୁଇ ନାବାଳିକା ଛାତ୍ରୀଙ୍କୁ ଧରି ଟିଉସନ୍ ସାର ଫେରାର ! ଦେଖନ୍ତୁ ଭିଡିଓ !

ବର୍ତ୍ତମାନ ସମୟରେ ସମାଜର ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ବହୁତ ଆଗରେ ରଖୁଛି। ଏବଂ ଶିକ୍ଷାର ସ୍ତର ମଧ୍ୟ ବହୁତ ଆଗକୁ ବଢିଚାଲିଛି। ମଣିଷ ଠିକ ଭୁଲର ବିଚାର ମଧ୍ୟ ସଠିକ ଭାବରେ କରିପାରୁଛି, ଏହାପରେ ମଧ୍ୟ ସେ ଏମିତି କିଛି କାର୍ଯ୍ୟ କରିଥାଏ, ଯାହାଫଳରେ ସମାଜ ସାମ୍ନାରେ ତାକୁ ଲଜ୍ଜାର ସାମ୍ନା ହେବା ପାଇଁ ପଡିଥାଏ ସବୁକିଛି ଜାଣି ମଧ୍ୟ ଏମିତି କିଛି ନିନ୍ଦନୀୟ କାର୍ଯ୍ୟ କରିଦିଏ, ଯାହା କଳ୍ପନା କରିବା ମଧ୍ୟ କଷ୍ଟକର ହୋଇଥାଏ। ଆଜିର ସମୟରେ କାହାରିକୁ ବିଶ୍ବାସ କରିବା ଏତେ ସହଜ ନୁହଁ, କାରଣ ଯାହାକୁ ଆମେ ନିଜର ଭାବି ସବୁକିଛି ଦାୟିତ୍ୱ ଦେଇଥାଉ ପରିଶେଷରେ ସେ ଆମର କ୍ଷତି କରିଥାଏ।

ବର୍ତ୍ତମାନ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ନିଜର ପିଲାମାନଙ୍କୁ ଗୁରୁମାନଙ୍କ ଠାରୁ ମଧ୍ୟ ଦୂରେଇ ରଖିବେ, କାରଣ ଶାକ୍ଷାଦାତା ଛାତ୍ରୀଙ୍କୁ ନେଇ ଫେରାର ହେବାର ପରିବାର ଲୋକମାନେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ସମୟରେ ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆପଣମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହେଉଥିବେଯେ ଜଣେ ଶିକ୍ଷା ଦାତା ଏପରି କାର୍ଯ୍ୟ କରିପାରିବେ। ସତରେ ଏହା ଅତ୍ୟନ୍ତ ନିନ୍ଦନୀୟ ଅଟେ। ତେବେ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ଆସନ୍ତୁ ଜାଣିବା

ସୂଚନା ଅନୁସାରେ ଗତ ରବିବାର ଦିନ ୧୯ ତାରିଖରେ ଘରେ ଏକ ଚିଠି ଲେଖା ୨ ନାବାଳିକା ଛାତ୍ରୀଙ୍କୁ ଧରି ଟ୍ୟୁସନ ସାର ଫେରାର ହୋଇଯାଇଛନ୍ତି। ଏ ସମ୍ପର୍କରେ ପରିବାରର ଲୋକ ଜାଣିବା ପରେ ଥାନାରେ ଏକ ଅଭିଯୋଗ ମଧ୍ୟ କରିଛନ୍ତି। ନାବାଳିକାଙ୍କର ମା କହିଛନ୍ତି ଝିଅକୁ ଯେଉଁ ସାର ଟ୍ୟୁସନ କରୁଥିଲେ ସେ ତାଙ୍କୁ ଦିଲ୍ଲୀ ନେଇଯାଇଛନ୍ତି। ଏବଂ ପିଲାମାନଙ୍କୁ ଭୁଲାଇ ଏମିତି ଏକ ନିଷ୍ପତ୍ତି ନେବାକୁ ବାଧ୍ୟ କରିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତିଯେ, ଆମେ ୮ ଦିନ ପାଇଁ ଦିଲ୍ଲୀ ଯାଉଛୁ, ବ୍ୟସ୍ତ ହେବାର ନାହିଁ ଆମେ ଭଲ କାମରେ ଯାଇଛୁ ଶୀଘ୍ର ଫେରିଆସିବୁ।

କିନ୍ତୁ ପରିବାର ଲୋକଙ୍କର କହିବା କଥା ସେମାନଙ୍କ ପିଲା କୁଆଡେ ମଧ୍ୟ ଯାଆନ୍ତି ନାହିଁ। ଓ ଟ୍ୟୁସନ କରିବାକୁ ଆସୁଥିବା ଗୋପାଳ ବାଡିତିଆ ନାମକ ଯୁବକ ସେମାନଙ୍କୁ ନେଇଯାଇଥିବାର ସନ୍ଦେହ କରୁଛନ୍ତି। ତେବେ ଫେରାର ହୋଇଥିବା ଉକ୍ତ ଛାତ୍ରୀ ୨ ଜଣଙ୍କ ମଧ୍ୟରୁ ଜଣେ ଦଶମ ଶ୍ରେଣୀ ଓ ଅନ୍ୟ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ବୋଲି ଘର ଲୋକ କହିଛନ୍ତି। ପରିବାର ଲୋକ ଏହା ମଧ୍ୟ କହିଛନ୍ତିକି ସାରଙ୍କ ଆବଭାବରେ ପରିବର୍ତ୍ତନ ଦେଖି ସେମାନେ ଟ୍ୟୁସନ ଆସିବା ପାଇଁ ମନା ମଧ୍ୟ କରି ଦେଇଥିଲେ। ହୁଏତ ସେଇ ରାଗରେ ସେ ଏମିତି କରିଥାଇ ପାରନ୍ତି ବୋଲି ଘର ଲୋକ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *