କରୋନା କାରଣରୁ ଚାଲିଥିବା ଲକଡାଉନରେ ସେଲିବ୍ରିଟିଙ୍କ ଥ୍ରୋବ୍ୟାକ୍ ଫଟୋ ଏବଂ ଭିଡିଓ ଆଜିକାଲି ବହୁତ ଭାଇରାଲ ହେବାରେ ଲାଗିଛି,ଏହି ସମୟରେ ସବୁବେଳେ ନିଜ ଅଫେୟାର କୁ ନେଇ ଚର୍ଚ୍ଚାରେ ରହୁଥିବା ମଲାଇକା ଆରୋରାଙ୍କ ଏକ ଭିଡ଼ିଓ ଆଜିକାଲି ବହୁତ ଭାଇରାଲ ହେବାରେ ଲାଗିଛି,ଆସନ୍ତୁ ଜାଣିବା ଏହି ଭିଡିଓରେ ଏମିତି କ’ଣ ଖାସ ଅଛି |
ପ୍ରକୃତ ରେ ମଲାଇକାଙ୍କର ଏହି ଭିଡିଓ କରଣ ଜୋହରଙ୍କ ପ୍ରସିଦ୍ଧ ଶୋ କଫି ଉଇଥି କରଣରୁ ଆସିଛି,ଏହି ଭିଡିଓରେ ମଲାଇକା ଅନେକ ବଡ଼ ବଡ ଖୁଲାସା ସବୁ କରୁଥିବା ଦେଖିବାକୁ ମିଳିଛି, ଭିଡିଓରେ ମଲାଇକା କହୁଛନ୍ତି ଯେ ଯେତେବେଳେ ସେ ଖାନ ପରିବାର ରେ ପାଦ ଦେଇଥିଲେ ସେତେବେଳେ ସେଠାରେ ବହୁତ ସୁନ୍ଦର ନଜାରା ଥିଲା , ମଲାଇକା କହିଥିଲେ ଯେ ପ୍ରଥମ ଥର ପାଇଁ ଖାନ ପରିବାର ଘର ଦେଖିଥିଲି ମୁଁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଇଥିଲି |
କଫି ଉଇଥି କରଣ ଶୋ’ ରେ ମଲାଇକା କହିଛନ୍ତି ଯେ ଯେତେବେଳେ ମୁଁ ପ୍ରଥମ ଥର ପାଇଁ ଅରବାଜଙ୍କ ଘରକୁ ଯାଇଥିଲି, ସେତେବେଳେ ତାଙ୍କ ପରିବାର ସଦସ୍ୟମାନେ ମତେ ବହୁତ ଭଲ ରେ ସ୍ୱାଗତ କରିଥିଲେ, ଆଉ ମୋର ଯିବାକୁ ନେଇ ସେଠାରେ ଥିବା ସମସ୍ତେ ବହୁତ ଖୁସି ମଧ୍ୟ ଥିଲେ, ମଲାଇକା ସୋହେଲ ବିଷୟରେ କହିଥିଲେ ଯେ ମୁଁ ଦେଖିଲି ସୋହେଲଙ୍କର ସୁନେଲି ଚୁଟି ଥିଲା, ଆଉ ସେ ଡେନିମ୍ ସର୍ଟ ପିନ୍ଧି ଘରର ଛାତ ରେ ଖରା ସେକୁଥିଲେ, ସେମାନଙ୍କୁ ଦେଖି ମୁଁ ଅନୁଭବ କଲି ଯେ ଏଠାର ପରିବେଶ ଠିକ ମୋ ଘର ପରି |
ଖାନ ପରିବାର ବହୁତ ଆଧୁନିକ ପରିବାର :-
ମଲାଇକା ଏହି ଭିଡିଓରେ ଆହୁରି ମଧ୍ୟ କହିଛନ୍ତି ଯେ, ଖାନ ପରିବାର ଏପରି ଏକ ପରିବାର ଥିଲେ ଯାହା ମୋ ଉପରେ କେବେ କୌଣସି ପ୍ରକାର ମଧ୍ୟ ଚାପ ପକାଇ ନାହାନ୍ତି,ଖାନ ପରିବାର କେବେ ବି କହି ନାହାଁନ୍ତି ଯେ ତୁମେ ଏହିପରି ହେବା ଉଚିତ କିମ୍ବା ତୁମକୁ ଏହି ନିୟମ ସବୁ କୁ ମାନିବାକୁ ପଡିବ, ‘କଫି ୱିଥ୍ କରଣ’ ଶୋ ରେ ମଲାଇକା ସ୍ପଷ୍ଟ ଭାବରେ କହିଛନ୍ତି ଯେ ଅରବାଜଙ୍କ ପରିବାର କୌଣସି ବି ନିୟମ କୁ ପାଳନ କରିବାକୁ ବାଧ୍ୟ କରିନାହାନ୍ତି, ପ୍ରଥମ ଦିନ ରେ ହିଁ ଅରବାଜଙ୍କ ପରିବାର ମୋତେ ଖୋଲାଖୋଲି ସ୍ୱାଗତ କରିଥିଲେ, ମୁଁ ସେହି ମୁହୂର୍ତ୍ତକୁ କେବେବି ଭୁଲି ପାରିବି ନାହିଁ |
ମୁଁ ଖାନ ପରିବାରରେ ପୁଣି ବିବାହ କରିବାକୁ ଚାହୁଁଛି:-
ଭିଡିଓରେ ମଲାଇକା କହିଛନ୍ତି ଯେ ଖାନ ପରିବାର ଏକ ଆଧୁନିକ ପରିବାର ଅଟନ୍ତି,ସେମାନଙ୍କର ଜୀବନ ଶୈଳୀ ଅତ୍ୟନ୍ତ ଆଧୁନିକ ଅଟେ,ସେ କହିଥିଲେ ଯେ କେବଳ ଖାନ ପରିବାରରେ ମୋର ନୁହେଁ, ଯେକୌଣସି ଲୋକ ସେହି ଘରକୁ ଆସିଥାନ୍ତି,ସେମାନ ଙ୍କୁ ବି ସମସତେ ସମାନ ବ୍ୟବହାର କରନ୍ତି, ମୁଁ ଭାଗ୍ୟବାନଙ୍କୁ ଧନ୍ୟବାଦ ଦେବି ଯେ ମୁଁ ଖାନ ପରିବାରର ବୋହୂ ହୋଇଥିଲି, ମଲାଇକା ଏହା ମଧ୍ୟ କହିଛନ୍ତି ଯେ ଯଦି ମୁଁ ପୁନର୍ବାର ଜନ୍ମ ନିଏ , ତେବେ ମୁଁ ସେହି ଘରେ ପୁଣି ବିବାହ କରିବାକୁ ଚାହିଁବି, ଆସନ୍ତୁ ଆପଣଙ୍କୁ ଜଣେଇଦେବା ଯେ 2017 ରେ ମଲାଇକା ଆଉ ଅରବାଜ ପରସ୍ପରକୁ ଛାଡପତ୍ର ଦେଇଛନ୍ତି |
ମୋର ପୂର୍ବ ଶାଶୁ ମୋ କାମର ଜଣେ ବହୁତ ବଡ ଫ୍ୟାନ ଥିଲେ:-
ଅରବାଜ ଙ୍କ ବିଷୟରେ ମଧ୍ୟ ମଲାଇକା ଅନେକ ବଡ଼ ବଡ ଖୁଲାସା କରିଛନ୍ତି, ତାଙ୍କ ପୂର୍ବ ଶାଶୁଙ୍କ ବିଷୟରେ ସେ କହିଥିଲେ ଯେ ସେ ମୋ କାମକୁ ବହୁତ ପ୍ରଶଂସା କରୁଥିଲେ, ଯଦିଓ ପୁରା ପରିବାର ମୋ କାମକୁ ଭଲ ପାଉଥିଲେ, କିନ୍ତୁ ଅରବାଜଙ୍କ ମା ମୋତେ ବିଶେଷ ପ୍ରଶଂସା କରୁଥିଲେ, ଏହାର କାରଣ ବର୍ଣ୍ଣନା କରି ମଲାଇକା କହିଛନ୍ତି ଯେ, ମୋତେ ମୋ କାମ ପାଇଁ କେବେ ବି କୌଣସି ପ୍ରକାର ର ବି ଚାପ ଦିଆଯାଇ ନଥିଲା, ତେଣୁ ମୁଁ ମୋର କାମକୁ ଭଲଭାବରେ କରିବାକୁ ସକ୍ଷମ ହୋଇଥିଲି।