ହାଇକୋର୍ଟଙ୍କ ବଡ ନିଷ୍ପତ୍ତି : ଶାରୀରିକ ସଂପର୍କ ପରେ ବାହାଘର ହେବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ !

ଏବେର ଦୁନିଆରେ କହିବାକୁ ଗଲେ ଅଶୀ ଭାବ ପିଲା ପ୍ରେମ କରୁଥିବେ। କାରଣ ଆଜିର ଏହି ଯୁଗରେ ପ୍ରୈମ କରିବା ଏକ ମାମୁଲି କଥା ହୋଇଗଲାଣି, ପୂର୍ବରୁ ପ୍ରେମକୁ ଘର ଲୋକ ସ୍ୱୀକାର କରୁନଥିଲେ ବିବାହ କରୁନଥିଲେ ସେଥିପାଇଁ ପିଲାମାନେ ପ୍ରେମ କରିବାକୁ ଡରୁଥିଲେ, ହେଲେ ବାପା ମାଆ ମାନେ ନିଜର ପୁଅ ଝିଅଙ୍କର ପସନ୍ଦକୁ ସ୍ୱୀକାର କରୁଛନ୍ତି ଏବଂ ପିଲାଟି ଯଦି ତାଙ୍କ ପିଲା ପାଇଁ ଠିକ୍ ହୋଇଥିବ ତେବେ ସେମାନେ ବିବାହ କରି ଦେଉଛନ୍ତି।

ଅନେକ ପ୍ରେମ ବାହାଘରରେ ସରିଥାଏ ଆଉ ଅନେକ ପ୍ରେମରେ କିଛି ଭୁଲ୍ ବୁଝାମଣା ପାଇଁ ସମ୍ପର୍କ ଭାଙ୍ଗିଯାଏ। ଆହୁତି ଅନେକ ପ୍ରେମ ସମ୍ପର୍କରେ ଅନେକ ପୁଅ ଝିଅ ପ୍ରେମ ପରେ ପରସ୍ପର ମଧ୍ୟରେ ସମ୍ପର୍କ ରଖି ଦିଅନ୍ତି ଏବଂ ପରେ ବିବାହ ପାଇଁ ମନା କରିଦିଅନ୍ତି, ବାହା ହୁଅନ୍ତି ନାହିଁ। ଏହିଭଳି ଅନେକ କେସ୍ ପ୍ରାୟତଃ ଆମ ସମାଜରେ ଦେଖିବାକୁ ମିଳୁଛି। ଅନେକ ପୁଅ ନିଜର ପ୍ରେମିକା ମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ସେମାନଙ୍କୁ ବିବାହ ପାଇଁ ମନା କରି ଦିଅନ୍ତି ଏବଂ ଶେଷରେ ଝିଅ ମାନେ ଫସି ଯାଇ ଥାଆନ୍ତି, ଝିଅ ମାନେ ହିଁ ହଇରାଣ ହୋଇ ଥାଆନ୍ତି।

ଏହିଭଳି କିଛି ମାମଲାରେ ବମ୍ବେ ହାଇକୋର୍ଟ ଏକ ମାମଲାର ଗୁରୁତ୍ଵ ପୂର୍ଣ ରାୟ ଦେଇଛନ୍ତି ।ହାଇକୋର୍ଟର ରାୟ ଅନୁସାରେ ଦୀର୍ଘ ସମୟ ଧରି ପୁଅ ଓ ଝିଅ ଶାରୀରିକ ସଂପର୍କ ରଖିବା ପରେ ବି ଯଦି କେହି ବିବାହ କରିବା ପାଇଁ ରାଜି ହେଉ ନାହିଁ ତେବେ ଏହା ପ୍ରତାରଣା ନୁହେଁ । କହିବାକୁ ଗଲେ ଏହି ମାମଲାରେ ତଳ କୋର୍ଟ ଅଭିଯୁକ୍ତ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ ପଠାଇ ଦେଇ ଥିଲେ ।

କିନ୍ତୁ ବମ୍ବେ ହାଇକୋର୍ଟ ଆଜି ସେହି ଯୁବକଙ୍କୁ ଏହି ମାମଲାରେ ନିର୍ଦ୍ଦୋଷ ବୋଲି କହି ଛାଡି ଦେଇଛନ୍ତି ।କହିଦେଉଛୁ କି ଏହି ମାମଲାରେ ପ୍ରେମିକା ଅଭିଯୋଗ କରିଥିଲା କି ତାର ପ୍ରେମିକ ତା ସହ ବହୁ ଦିନ ଶାରୀରିକ ସମ୍ପର୍କ ରଖିବା ପରେ ବି ତାକୁ ବିବାହ କରିବା ପାଇଁ ମନା କରିଦେଇଛି । ପ୍ରେମିକା ଜଣକ ପୋଲିସ ଷ୍ଟେସନରେ ଏହି ଅଭିଯୋଗ କରିଥିଲେ ।

ଏହା ପରେ ପୋଲିସ ପ୍ରେମିକକୁ ଗିରଫ କରି ପ୍ରେମିକ ଉପରେ ଧାରା ୩୭୬ ଓ ୪୧୭ ଆକ୍ଟରେ ବଳତ୍କାର ଓ ପ୍ରତାରଣା ଭଳି ମାମଲା ଦାୟର କରିଥିଲେ ।ଏହି ମାମଲାରେ ସେସନ ଜଜ ଅଭିଯୁକ୍ତ ଯୁବକ ଉର୍ଫ ପ୍ରେମିକକୁ ବଳତ୍କାର ମାମଲାରେ ନିର୍ଦ୍ଦୋଷ ପ୍ରମାଣିତ କରିଛନ୍ତି । କିନ୍ତୁ ଯୁବକକୁ ପ୍ରତାରଣା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ତଳ କୋର୍ଟ ପାଲଘରରେ ରହୁଥିବା କାଶୀନାଥଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ୩ ବର୍ଷ ପର୍ଯ୍ୟନ୍ତ ପ୍ରେମିକା ସହ ଶାରୀରିକ ସଂପର୍କ ରଖିବା ହେତୁ ପ୍ରତାରଣା କରିବା ଅଭିଯୋଗରେ ବର୍ଷେ ଜେଲ ଦଣ୍ଡ ଦେଇଥିଲେ । କିନ୍ତୁ କାଶୀନାଥ ତଳ କୋର୍ଟର ଏହି ରାୟକୁ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ଏହି ମାମଲାରେ ଶୁଣାଣୀ କରି ଜଷ୍ଟିଷ ଅନୁଜ ପ୍ରଭୂଦେଶାଇର ସିଙ୍ଗଲ ବେଞ୍ଚ କାଶୀନାଥଙ୍କୁ ପ୍ରତାରଣା ଅଭିଯୋଗରୁ ମୁକ୍ତ କରି ଦେଇଛନ୍ତି । କୋର୍ଟ କହିଥିଲା କି ଦୁଇ ପକ୍ଷର ରାୟ ଶୁଣିବା ପରେ ଏହା ପ୍ରମାଣିତ ହେଉଛି କି କାଶୀନାଥ ଓ ତାଙ୍କର ପ୍ରେମିକା ମଧ୍ୟରେ ଶାରୀରିକ ସଂପର୍କରେ ଥିଲେ । ଏହା ସହିତ ପ୍ରେମିକାର ବୟାନରେ ଏହା କେଉଁଠି ବି ପ୍ରମାଣିତ ହୋଇ ପାରି ନାହିଁ କି କାଶୀନାଥ ତାଙ୍କ ସହ ପ୍ରତାରଣା କରିଛନ୍ତି।

Leave a Reply

Your email address will not be published. Required fields are marked *