ପନ୍ଦର ଦିନରେ ଗୋଟିଏ ଥର ନିଶ୍ଚିତ ଭାବରେ କରନ୍ତୁ ନିଜର ଲିଭରକୁ ସଫା ! ଜାଣନ୍ତୁ କେମିତି କରିବେ ?

ଆମର ଦୈନଦିନ ଜୀବନରେ ଆମେ ଅନେକ ପ୍ରକାରର ଖାଦ୍ୟ ଖାଇଥାଉ। ଏବଂ ଅନେକ କାର୍ଯ୍ୟ ମଧ୍ୟ କରିଥାଉ। ପ୍ରାୟତଃ ସମସ୍ତେ ବାହାର ଏବଂ ହୋଟେଲରେ ମସଲା ଜାତୀୟ ଖାଦ୍ୟ ଖାଇବାକୁ ବେଶୀ ପସନ୍ଦ କରିଥାନ୍ତି। ଏବଂ ଘର ଖାଇବାକୁ ଅଳ୍ପ ଖାଆନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି ନାହିଁ। କିନ୍ତୁ ବାହାର କିମ୍ବା ହୋଟେଲରେ ଯେଉଁ ଖାଦ୍ୟ ଆମକୁ ଦିଆଯାଏ ସେଥିରେ ଅନେକ ପ୍ରକାରର କେମିକଲ ବ୍ୟବହାର ହୋଇଥାଏ ଏବଂ ବାସୀ ତାହା ମଧ୍ୟ ଥାଏ।

ଏହା ଛଡା ସେ ଯେଉଁ ତେଲରେ ପ୍ରସ୍ତୁତ ହୋଇଥାଏ ତାହା ମଧ୍ୟ ଖରାପ ତେଲ ଅଟେ। ଏବଂ ସେହି ତେଲରେ ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ଖାଇ ଆମେ ଅନେକ ରୋଗରେ ପୀଡ଼ିତ ହୋଇଥାଉ। ତେବେ ଏହା ଦ୍ୱାରା ଆମ ରକ୍ତ ମଧ୍ୟ ଅଶୁଦ୍ଧ ହୋଇଥାଏ। ତେବେ ଆଜି ଆମେ ଜାଣିବାକି କିପରି ଆମେ ୧୫ ଦିନ ମଧ୍ୟରେ ଆମର ଲିଭରକୁ ସଫା କରିବା। ତେବେ ଏମିତି କରିବା ଦ୍ଵାରା ଆପଣଙ୍କର ଲିଭରର ଭିତର ସଫା ହୋଇଯାଇଥାଏ ଏହା ସହ ଏହା ପୁରା ଶରୀରର ରକ୍ତକୁ ମଧ୍ୟ ସଫା କରି ଦେଇଥାଏ।

ଲିଭର ଆମ ଶରୀରରେ ଇଞ୍ଜିନ ଭଳି କାମ କରିଥାଏ। ଯେବେ ଆମେ କିଛି ବି ଖାଦ୍ୟ ଖାଇଥାଉ ତାହା ଲିଭର ଦେଇ ଗତି କରିଥାଏ ଓ ଲିଭର ଆମ ପୁରା ଶରୀରକୁ ନିୟନ୍ତ୍ରଣ କରି ରଖିଥାଏ। ଭଲ ଭାବରେ ହଜମ ହେଉଥିବା ଖାଦ୍ୟ ନ ଖାଇବା କାରଣରୁ ଲିଭର ଗରମ ହୋଇଥାଏ ଓ ଫ୍ୟାଟି ଲିଭର ଭଳି ସମସ୍ୟା ଦେଖା ଦେଇଥାଏ। ଯାହାକୁ ଭଲ କରିବା ପାଇଁ ଆମେ ଔଷଧର ସାହାରା ନେଉ।

ଯାହା ଆମର ସ୍ୱାସ୍ଥ୍ୟ ପାଇଁ ଭଲ ହୋଇନଥାଏ। ଏଥିପାଇଁ ଆପଣଙ୍କୁ ବର୍ଷରେ ୩-୪ ଥର ନିଜର ଲିଭରକୁ ସଫା କରିନେବା ଆବଶ୍ୟକ ଯାହା ଦ୍ଵାରା ଭବିଷ୍ୟତରେ ଆପଣଙ୍କୁ କୌଣସି ସମସ୍ୟାର ସାମ୍ନା କରିବାକୁନପଡେ। ଆଜି ଆମେ ଆପଣଙ୍କୁ କହିବୁକି କିପରି ଆପଣ କିସମିସ ପାଣିରେ ନିଜ ଲିଭରକୁ ସଫା କରି ଲିଭର ଜନିତ ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ। କଣ ଆପଣ ଜାଣିଛନ୍ତିକି କିସମିସର ପାଣି ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭକାରୀ ଅଟେ।

କଣ ଆପଣଙ୍କୁ ଜଣା ଅଛିକି କିସମିସର ପାଣି ଆମ ଲିଭର ସମସ୍ୟାକୁ ଭଲ କରିବା ପାଇଁ ବହୁତ ଉପଯୋଗୀ ଅଟେ। ଏହା ଆମ ଲିଭରର ରାସାଯନିକ କ୍ରିୟାକୁ ବଢାଇଥାଏ। ଯାହାଦ୍ଵାରା ଆମର ରକ୍ତ ବହୁତ ଶୀଘ୍ର ପରିଷ୍କାର ହେବାକୁ ଲାଗିଥାଏ। ତେବେ ଯଦି ଆପଣ କିସମିସ ପାଣିର ସେବନ ଲଗାତାର ୪ ଦିନ ପର୍ଯ୍ୟନ୍ତ କରନ୍ତି, ତେବେ ଦେଖିବେକି ପାଚନ କ୍ରିୟା ପୂର୍ବ ଅପେକ୍ଷା ଅଧିକ ବଢିଯିବ। ଏହା ସହିତ ଆପଣଙ୍କୁ ନିଜର ଶରୀରରେ ପୂର୍ବ ଠାରୁ ଅଧିକ ଶକ୍ତିର ଅନୁଭବ ହେବ।

କଣ ଆପଣଙ୍କୁ ଜଣା ଅଛିକି କିସମିସ ପାଣିର ସେବନ କରିବା ଦ୍ଵାରା ଆପଣଙ୍କ ଶରୀରକୁ କଣ କଣ ସବୁ ଲାଭ ମିଳିଥାଏ। କିଛି ପ୍ରକାରର ରୋଗରେ ସକାଳେ କିସମିସର ପାଣି ପିଇବା ପାଇଁ କୁହାଯାଇଥାଏ। କାରଣ ଏଥିରୁ ଶରୀରରେ ଜମିଥିବା ଖରାପ କୋଲେଷ୍ଟ୍ରୋଲରୁ ମୁକ୍ତି ମିଳିଥାଏ। ଏହା ଆମର କୋଷ୍ଟ କାଠିନ୍ୟ ଓ ପେଟର ସବୁ ସମସ୍ୟାକୁ ଦୂର କରିଥାଏ। କିସମିସ ଆଣ୍ଟି ଅକ୍ସିଡେଣ୍ଟର ଏକ ପ୍ରାକୃତିକ ରୂପ ଅଟେ

ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ କିସମିସକୁ ଭଲଭାବରେ ଧୋଇନେବେ। ଏହା ପରେ ଦୁଇ ଗ୍ଲାସ ପାଣିକୁ ଭଲ ଭାବେ ଗରମ କରନ୍ତୁ ଓ ସେଥିରେ କିସମିସ ମିଶାଇ ହାରାହାରି ୨୦ ମିନିଟ ପର୍ଯ୍ୟନ୍ତ ତାକୁ ଫୁଟିବାକୁ ଦିଅନ୍ତୁ। ଏହା ପରେ ଗ୍ୟାସକୁ ବନ୍ଦ କରି କିସମିସକୁ ରାତି ସାରା ସେହି ପାଣିରେ ରହିବାକୁ ଦିଅନ୍ତୁ। ତା ପର ଦିନ ସକାଳେ ପୁଣି ଥରେ ସେହି ପାଣିକୁ ଖାଇବା ଭଳି ଗରମ କରି ଛାଣି ଖାଲି ପେଟରେ ଏହାର ପାଣିକୁ ସେବନ କରନ୍ତୁ।

ଧ୍ୟାନ ରଖିବେ ଏହାକୁ ସେବନ କରିବାର ଅଧ ଘଣ୍ଟା ପୂର୍ବରୁ ବା ଅଧ ଘଣ୍ଟା ପର୍ଯ୍ୟନ୍ତ କୌଣସି ଜିନିଷର ସେବନ କରିବେ ନାହିଁ। ତେବେ ରକ୍ତ ଓ ଲିଭରକୁ ଭଲ ଭାବରେ ସଫା କରିବା ପାଇଁ ଏହାକୁ ୪ ଦିନ ପର୍ଯ୍ୟନ୍ତ ସେବନ କରିବା ଜରୁରୀ ଅଟେ। ଏହା ସହିତ ସେହି ୪ ଦିନ ପର୍ଯ୍ୟନ୍ତ ଏମିତି କୌଣସି ଜିନିଷ ଖାଇବେ ନାହିଁ ଯାହା ଆମ ଶରୀରରେ ଚର୍ବିକୁ ସୃଷ୍ଟି କରିଥାଏ। ଏହା ବଦଳରେ ଯଦି ଆପଣ ଫଳ ବା ପରିବାର ସେବନ କରନ୍ତୁ ଏହା ଲାଭକାରୀ ହୋଇଥାଏ। ଓ ଏହି ପଚନ ପ୍ରକ୍ରିୟାକୁ ଅଧିକ ମାତ୍ରାରେ ବଢାଇଥାଏ।

Leave a Reply

Your email address will not be published. Required fields are marked *