ପୁଣି ଚର୍ଚ୍ଚାରେ ଅନୁଭବ : ବର୍ଷା ଓ ଅନୁଭବଙ୍କୁ ଝଗଡ଼ାରେ ବର୍ଷାକୁ ନେଇ ଏମିତି ବୟାନ ଦେଲେ ଜାଗୃତି ! ପଢନ୍ତୁ ପୁରା ଖବର !

ଓଲିଉଡ୍ ରେ ଅନେକ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ଓଡିଶା ତଥା ଓଡିଶା ବାହାରେ ମଧ୍ୟ ଖୁବ୍ ଜଣାଶୁଣା। ଲୋକମାନେ ସେମାନଙ୍କର ଅଭିନୟ, ଷ୍ଟାଇଲ୍ ଆଦିକୁ ନେଇ ଖୁବ୍ ପସନ୍ଦ କରିବା ସହ ଅନେକ ଭଲପାଇବା ମଧ୍ୟ ଦିଅନ୍ତି। ସେହିିସବୁ ମଧ୍ୟରୁ ଦୁଇଜଣ ପ୍ରସିଦ୍ଧ ଅଭିନେତା ଏବଂ ଅଭିନେତ୍ରୀ ହେଉଛନ୍ତି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ। ଏମାନେ ଓଡିଶାରେ ନିଜର ଅଭିନୟ ପାଇଁ ଅନେକ ଭଲପାଇବା ଏବଂ ନାମ କମାଇବା ସହ ଓଡିଶା ବାହାରେ ମଧ୍ୟରେ ଅନେକ ନାମ କମାଇଛନ୍ତି।

ଏମାନେ ଦୁହେଁ ଏକାଠି ବହୁତ ଫିଲ୍ମ କରିଛନ୍ତି, ଏମାନଙ୍କ ଯୋଡିକୁ ଲୋକମାନେ ଖୁବ୍ ପସନ୍ଦ କରିବା ସହ ଏହି ଯୋଡିକୁ ବହୁତ ଭଲପାଇବା ମଧ୍ୟ ଦିଅନ୍ତି। ଟିଭି ପରଦାରେ ଏକାଠି ନଜର ଆସିବା ପରେ ଦୁହେଁ ପରସ୍ପରକୁ ଭଲପାଇ ବିବାହ କରିଥିଲେ। ଟିଭିରେ ମିଛରେ ସ୍ୱାମୀ ସ୍ତ୍ରୀ ହେବା ପରେ ଦୁହେଁ ରିଏଲ୍ ଲାଇଫ୍ ରେ ସ୍ୱାମୀ ସ୍ତ୍ରୀ ହେବାପାଇଁ ଡିସାଇଡ୍ କରିଥିଲେ। ପରେ ଦୁହେଁ ଦୁହିଁଙ୍କୁ ବିବାହ କରି ଏକାଠି ରହୁଥିଲେ।

ହେଲେ ଗତ କିଛି ବର୍ଷ ହେବ ଏହି ଦୁଇଜଣଙ୍କ ମଧ୍ୟରେ ପାରିବାରିକ କଳହ ଦେଖିବାକୁ ମିଳୁଛି । ଅନେକ ଦିନ ଧରି ଏହି ଦୁଇଜଣଙ୍କ ପାରିବାରିକ ମାମଲା କୋର୍ଟରେ ଚାଲିଛି ଓ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଠିକ ନିଷ୍ପତ୍ତି ମିଳି ନାହିଁ। ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଅନୁଭବ ଓ ବର୍ଷାଙ୍କର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ଭିଡିଓରେ ଅନୁଭବ ଓ ବର୍ଷା ପରସ୍ପର ସହ ଝଗଡା କରୁଥିବାର ନଜର ଆସୁଛନ୍ତି। ଏହି ସିସିଟିଭି ଭିଡିଓ ରେକର୍ଡିଙ୍ଗଟି ବିଜେଡି ସାଂସଦ ଅନୁଭବ ମହାନ୍ତି ନିଜେ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ। ତେବେ ବର୍ତ୍ତମାନ ଏହି ଭିଡିଓକୁ ନେଇ ସବୁ ଆଡେ ଚର୍ଚା ଜୋର ସୋର ଚାଲିଛି।

ଏହି ଭିଡିଓକୁ ନେଇ ବର୍ତ୍ତମାନ ଅନୁଭବଙ୍କ ଘନିଷ୍ଠ ବାନ୍ଧବୀ ଜାଗୃତି ଶୁକ୍ଲା ନିଜର ପ୍ରତିକ୍ରିୟା ଦେଇଛନ୍ତି। ଅନୁଭବ ନିଜ ଏକ ବର୍ଷ ତଳର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଜାଗୃତି ଏକ କମେଣ୍ଟ ଦେଇଛନ୍ତି । ଏହି ଭିଡିଓଟି ଫେ-ସଅବୁକ ପେଜରେ ଅନୁଭବ ଜାଗୃତିଙ୍କୁ ମଧ୍ୟ ଟ୍ୟାଗ କରିଥିଲେ । ଗତ ୧୯ ତାରିଖରେ ଅନୁଭବ ଏହି ସିସିଟିଭି କ୍ୟାମେରାର ତିନୋଟି ଭିଡିଓ ଅପଲୋଡ କରିବା ସହ ଗୋଟେ ନୋଟ ମଧ୍ୟ ଲେଖିଥିଲେ ।ସେହି ନୋଟରେ ସେ ନିଜର କଷ୍ଟ ବିଷୟରେ କହିଥିଲେ ।

ନିଜ ଘରେ ରହିବାକୁ ତାଙ୍କୁ ବର୍ଷା ଓ ପୋଲିସ ଆଗରେ ନେହୁରା ହେବାକୁ ପଡିଥିଲା ବୋଲି ସେ କହିଥିଲେ । ଏହି ଭିଡିଓଟି ସେ ସୁପ୍ରିମ କୋର୍ଟ ଓକିଲ ଅଶ୍ଵିନୀ ଦୁବେ, ସାମବାଦଧିକ ଜାଗୃତି ଶୁକ୍ଲା, ଫିଲ୍ମ ଡାଇରେକ୍ଟର ଦୀପିକା ନାରାୟଣ ଭର୍ଦବାଜ ଓ ମେନ୍ସ ଡେ ଆଉଟ ନାମକ ଏକ ଗଣମାଧ୍ୟମକୁ ଟ୍ୟାଗ କରିଥିଲେ । ଜାଗୃତି ଏହି ପୋଷ୍ଟରେ କମେଣ୍ଟ ଦେଇ ଲେଖିଛନ୍ତି- ‘ଆପଣଙ୍କ ସହ କେବଳ ଓଡିଶା ନୁହେଁ ପୁରା ଭାରତ ଅଛି ।

Leave a Reply

Your email address will not be published. Required fields are marked *