ଦେହ ଖରାପ କହି ବାହାରକୁ ବୁଲିବାକୁ ଗଲେ ନାହିଁ ସ୍ୱାମୀ ! କିନ୍ତୁ ଘରର CCTV ଦେଖିକି ଆଶ୍ଚର୍ଯ୍ୟ ହୋଇଗଲେ ପତ୍ନୀ ! ଜାଣନ୍ତୁ ପୁରା ଘଟଣା

ମହିଳା ଜଣକ ଏକ ଫ୍ୟାମିଲ ଟ୍ରିପ ପ୍ଲାନ କରିଥିଲେ, କିନ୍ତୁ ଦେହ ଖରାପ ଥିବା ର ବାହାନା କରି ତାଙ୍କ ସ୍ୱାମୀ ଟ୍ରିପ ରେ ଯିବା ପାଇଁ ମନା କରିଦେଇଥିଲେ,ଆଉ ସେ ଘରେ ରହି ତାଙ୍କ ଗର୍ଲଫ୍ରେଣ୍ଡକୁ ଡାକିଥିଲେ |

ଜଣେ ମହିଳା ତାଙ୍କ ସ୍ୱାମୀ ଙ୍କ ସହିତ ତାଙ୍କ ପ୍ରେମିକା ଙ୍କ ସହ ରଙ୍ଗେ ହାତ ଧରିଥିଲେ,ପ୍ରକୃତ ରେ ମହିଳା ଜଣକ ଏକ ଫ୍ୟାମିଲ ଟ୍ରିପ ର ପ୍ଲାନ କରିଥିଲେ,କିନ୍ତୁ ଦେହ ଖରାପ ଥିବା ର ବାହାନା କରି ଟ୍ରିପ କୁ ଯାଇନଥିଲେ ତାଙ୍କ ସ୍ୱାମୀ, ଆଉ ସେ ଘରେ ରହି ତାଙ୍କ ଗର୍ଲଫ୍ରେଣ୍ଡ କୁ ଘଋକୁ ଡାକିଥିଲେ |

କିନ୍ତୁ କିଛି ଦିନ ପରେ ଯେତେବେଳେ ମହିଳା ଜଣଙ୍କ ଟ୍ରିପ ରୁ ଫେରିଲେ ଆଉ ତା ପରେ ନିଜ ଘରର CCTV କୁ ଚେକ କରିଥିଲେ, ତାହା ଦେଖିବା ପରେ ସ୍ୱାମୀଙ୍କ ସମସ୍ତ କଳା କର୍ତ୍ତୃତ ସାମ୍ନାକୁ ଆସିଗଲା,ଆସନ୍ତୁ ଜାଣିବା କିପରି |

‘ଡେଲି ଷ୍ଟାର’ର ରିପୋର୍ଟ ଅନୁଯାୟୀ, ମହିଳା ଜଣକ ଟିକଟକ ରେ ସ୍ୱାମୀଙ୍କ ପ୍ରତାରଣା ସମ୍ପର୍କିତ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଭିଡିଓରେ ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ନଜର ଆସିଛନ୍ତି, ଭିଡିଓରେ ସ୍ୱାମୀ ଘରର କବାଟ ଆଗରେ ଠିଆ ହୋଇଛନ୍ତି, ଆଉ ସେତିକି ବେଳେ ପଛ ପଟୁ ରୁମ ରୁ କମ୍ ପୋଷାକ ପିନ୍ଧିଥିବା ଜଣେ ମହିଳ ବାହାରକୁ ଆସନ୍ତି |

କବାଟରେ ଲାଗିଥିବା କ୍ୟାମେରାରେ ଧରାପଡ଼ିଥିଲା ସ୍ୱାମୀ ଙ୍କର ଏହି କର୍ତ୍ତୃତ :-

ଦୁହେଁ କିଛି ସମୟ କବାଟ ପାଖରେ ପରସ୍ପର କୁ କିସ କରନ୍ତି, ତା ପରେ ଦୁହେଁ ଆଲିଙ୍ଗନ କରନ୍ତି ଏବଂ ତା’ପରେ ମହିଳା ଜଣକ ବାଏ କହିକି ସେଠାରୁ ଚାଲିଯାଆନ୍ତି, ତାଙ୍କ ଦୁହିଁ ଙ୍କର ଏ ସବୁ କାର୍ଯ୍ୟକବାଟ ରେ ଲାଗିଥିବା କ୍ୟାମେରା ଦ୍ୱାର ରେକର୍ଡ ହୋଇଅଛି, ଟ୍ରିପ ରୁ ଫେରିଥିବା ପତ୍ନୀଯେତେବେଳେ ଏ ସବୁ ଦେଖିଲେ,ସେତେବେଳେ ସ୍ୱାମୀଙ୍କର ସବୁ କଳା କର୍ତ୍ତୃତ ତାଙ୍କ ପତ୍ନୀଙ୍କ ସାମ୍ନାକୁ ଆସିଲା |

ଭିଡିଓରେ ପତ୍ନୀ କହିଛନ୍ତି ଯେ ଯେଉଁଠାରେ କ୍ୟାମେରା ଲଗାଯାଇଥିଲା ସେହି ସମ୍ମୁଖରେ ହିଁ ତାଙ୍କ ସ୍ୱାମୀ ସେହି ମହିଳା ଙ୍କୁ କିସ କରୁଥିଲେ,ଆଶ୍ଚର୍ଯ୍ୟର କଥା ଏହା କି ସ୍ୱାମୀ ନିଜେ ହିଁ କ୍ୟାମେରା ଲଗାଇଥିଲେ,ଏହି ଭିଡିଓରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଆଉ ତାଙ୍କ ସ୍ୱାମୀଙ୍କ ସହ ରୁହନ୍ତି ନାହିଁ,ମହିଳାଙ୍କ ଏହି ଟିକଟକ ଭିଡିଓ ଉପରେ ମନ୍ତବ୍ୟ ଦେଇ ଅନେକ ଲୋକ ନିଜର ପ୍ରତିକ୍ରିୟା ଦେଇଛନ୍ତି |

Leave a Reply

Your email address will not be published. Required fields are marked *