ନୂଆ ଟୁଇଷ୍ଟ : ସୁମିତ-ତପସ୍ୱିନୀ ମଧ୍ୟରେ ସଞ୍ଜୀତ କିଏ ? କିଏ ଏହି ଥାର୍ଡ଼ ପର୍ସନ ? ଦେଖନ୍ତୁ ଭିଡ଼ିଓ

ତପସ୍ୱିନୀ-ସୁମିତ ବିବାଦ ମାମଲାରେ ଆଜି ମୂଳପିଟିସନର ଶୁଣାଣି କରିବେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ । ଅଦାଲତଙ୍କ ଆଜି କ’ଣ ନିର୍ଦ୍ଦେଶ ଦେବେ, ଏହା ଉପରେ ରହିଛି ସମସ୍ତଙ୍କ ନଜର । ସେପେଟେ ଶାଶୁଘର ଆଗରେ ତପସ୍ୱିନୀଙ୍କ ଧାରଣା ଅବ୍ୟାହତ ରହିଥିବା ବେଳେ ଗତକାଲି ଆସିଥିଲା ରୋଚକ ଦୃଶ୍ୟ । ଶଶୁରଘର ମ୍ସାମ୍ନାରେ ରୋଷେଇ କରିଥିଲେ ତପସ୍ୱିନୀ । ସମାଜସେବୀ ପ୍ରମିଳା ତିପ୍ରାଠୀଙ୍କ ସହ ମିଶି ଚୂଲି ଜାଳି ରୋଷେଇ କରିଛନ୍ତି ତପସ୍ୱିନୀ । ସେପଟେ ତପସ୍ୱିନୀ ଓ ସୁମିତଙ୍କ ବିବାଦର ଆଉ ଏକ ମୋଡ଼ ବି ସାମ୍ନାକୁ ଆସିଛି ।

ସୁମିତଙ୍କ ପକ୍ଷରୁ ଏକ ଭିଡିଓ ଜାରି କରାଯାଇ ତପସ୍ୱିନୀ ଆଠ ଲକ୍ଷ ଟଙ୍କା ମାଗୁଥିବା ଦାବି କରାଯାଇଛି । ଏହି ଭିଡିଓ କେବେ ସୁଟ୍ ହୋଇଛି, ସେ ନେଇ ସ୍ପଷ୍ଟ ତଥ୍ୟ ନଥିବା ବେଳେ ଉଭୟଙ୍କ ମଧ୍ୟରେ ବେଶ୍ କିଛି ସମୟ ପାଇଁ କଥା କଟାକଟି ହୋଇଛି । ଭିଡିଓଟିକୁ ସୁମିତ ନିଜେ ସୁଟ୍ କରିଥିବା ବେଳେ ତପସ୍ୱିନୀଙ୍କୁ ମୁହାଁମୁହିଁ କରାଇବାକୁ ଚେଷ୍ଟା କରିଛନ୍ତି । ଯେଉଁଥିରେ ଊତ୍ୟକ୍ତ ହୋଇ ତପସ୍ୱିନୀ କହୁଛନ୍ତି ଆଗ ୮ ଲକ୍ଷ ଟଂକା ଦେଇଦିଅ, ପରେ ଛାଡ଼ପତ୍ର କଥା କହିଛନ୍ତି । କେବଳ ସେତିକି ନୁହଁ ତପସ୍ଵିନୀ ସୁମିତ୍ ଙ୍କୁ ଖରାପ ଭାଷାରେ ଗାଳି କରୁଛନ୍ତି ଏବଂ ସୁମିତ୍ ତାଙ୍କୁ ଭାଷାର ସଂଯମତା ରକ୍ଷା କରିବାକୁ ମଧ୍ୟ ବାର ବାର କହୁଛନ୍ତି ।

ଆହୁରି ମଧ୍ୟ ସୁମିତ୍ କହିଛନ୍ତି ମୋର ମାନସିକ ଅବସ୍ଥା ବହୁତ ଖରାପ ହେଲାଣି । ଆପଣ ମାନେ ଦେଖିଲେ ଭିଡିଓରେ ନିଜେ ତପସ୍ୱିନୀ ୮ଲକ୍ଷ ଟଙ୍କା ମାଗୁଛନ୍ତି । ଏମିତି ଆହୁରି ଅନେକ ଭିଡିଓ ଅଛି । ଆମେ ତାଙ୍କଠାରୁ ଟଙ୍କାଟେ ବି ନେଇନୁ । ଗୋଟେ ମିଛକୁ ପ୍ରମାଣିତ କରିବାକୁ ତପସ୍ୱିନୀ ୫୦ ମିଛ କହୁଛନ୍ତି । ମୋ ପାଖରେ ପ୍ରୁଫ୍‌ ଅଛି, ସିଏ କେଉଁ ପୁଅ ସହ କଥା ହେଉଥିଲେ । ତପସ୍ୱିନୀ କେବଳ ମୋ ଫ୍ୟାମିଲିକୁ ବଦନାମ କରୁଛନ୍ତି । ଆଉ ଏନେଇ ଯେତେବେଳେ ତପସ୍ୱିନୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲା, ସେ କହିଥିଲେ ଯେ, ୮ ଲକ୍ଷ ଟଙ୍କା ସୁମିତଙ୍କ ପରିବାର ବାହାଘର ସମୟରେ ନେଇଥିଲେ ।

ଗାଈ ବିକି ଏହି ଟଙ୍କା ସୁମିତଙ୍କ ପରିବାରକୁ ଦିଆଯାଇଥିବା ସେ ପାଲଟା ଅଭିଯୋଗ କରିଛନ୍ତି । କୌଣସି ପରିସ୍ଥିତିରେ ସେ ଛାଡ଼ପତ୍ର ନେବେ ନାହିଁ ବୋଲି କହିଛନ୍ତି । ସେପଟେ ସୁମିତ କହିଛନ୍ତି ମିଛ କହୁଛନ୍ତି ତପସ୍ୱିନୀ । ମାମଲା କୋର୍ଟରେ ଥିବାବେଳେ ସେ ପରିବାରକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି । ସେପଟେ ସୁମିତଙ୍କ ଘର ଆଗରେ ଆଜିଠାରୁ ରୋଷେଇ ଆରମ୍ଭ କରିଛନ୍ତି ତପସ୍ୱିନୀ । ସ୍ୱାମୀ ସୁମିତ କେଉଁଠି ଅଛନ୍ତି ସେ ନେଇ ପ୍ରଶ୍ନ ଉଠାଇଛନ୍ତି । ତପସ୍ୱିନୀଙ୍କୁ ଭଡାଘରେ ରଖିବା ସହ ଖାଇବା ପିଇବାର ସମସ୍ତ ବ୍ୟବସ୍ଥା କରିବାକୁ କୋର୍ଟ କହିଥିଲେ ବି କୌଣସି ବ୍ୟବସ୍ଥା କରିନାହାଁନ୍ତି ସୁମିତ । ସ୍ୱାସ୍ଥ୍ୟ ଖରାପ ଥିବା ଦର୍ଶାଇ ଛୁଟିରେ ଅଛନ୍ତି । ଆସନ୍ତାକାଲି କୋର୍ଟରେ ମାମଲାର ଶୁଣାଣି ହେବାର ଅଛି ।

Leave a Reply

Your email address will not be published. Required fields are marked *