ଦିନକୁ ଦିନ ମଣିଷ ଏକ ଆତଙ୍କିତ ପରିବେଶ ମଧ୍ୟକୁ ଠେଲି ହୋଇଯାଉଛି। ଏକଥା ଆମେ ଏଥିପାଇଁ କହୁଛୁଯେ କିପରି ଭାବରେ ସମାଜରେ ଦିନକୁ ଦିନ କ୍ରାଇମ, ଲୁଟ ଭଳି ଘଟଣା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ତାହା ସମସ୍ତଙ୍କୁ ଭୟଭୀତ କରୁଛି। ଅନେକ ସମୟରେ ଏଭଳି ଘଟଣା ଆପଣ ଦେଖିବାକୁ ପାଉଥିବେ। ଯାହାକୁ ଦେଖିଲେ ଆପଣ ମଧ୍ୟ ଭୟଭୀତ ହୋଇ ପଡ଼ୁଥିବେ। ସତେ ଯେମିତି ଲୋକ ଏକ ଭୟ ଓ ଆତଙ୍କ ଭିତରେ ଜୀବନଯାପନ କରୁଛନ୍ତି। ତେବେ ସମାଜର ଏଭଳି ଦୃଶ୍ୟ ଘଟିଛି, ଆତଙ୍କରାଜ ସାଧାରଣ ଜନତାଙ୍କୁ ନିଶ୍ଚିତ ଭୟଭୀତ କରୁଛି
ପ୍ରତିଦିନ ଏପରି ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଯେଉଁଠି କେତେବେଳେ କାହାର ପରିଚୟ ମିଳୁଛି ତ ପୁଣି କାହାର ମିଳିପାରୁନାହିଁ। ହିଂସା, ମାରପିଟ ଆଦି ଭିତରେ ଯେମିତି ଏକ ପ୍ରକାର ଅଭ୍ୟସ୍ତ ହେଇପଡ଼ିଛି ଆଜିର ଏହି ମଣିଷ। ଏକ ପ୍ରକାର ଭୟ, ଅସ୍ଥିରତା ଦେଇ ମଣିଷକୁ ବର୍ତ୍ତମାନ ଦିନ କାଟିବାକୁ ପଡ଼ୁଛି। କାରଣ କେତେବେଳେ କଣ କାହା ସହିତ ଘଟିବ ତାହା କହିବା ଏକ ପ୍ରକାର ମୁସ୍କିଲ ଅଟେ। କାହା ଜୀବନ ପ୍ରତି କାହାର ବି ଯେମିତି ଦୟାଭାବ କି ଉଦାରତା ଆଉ ନାହିଁ। ତେବେ ଏସବୁକୁ ନେଇ ଆଜିର ସମାଜରେ ଦିନକୁ ଦିନ ଯେଉଁଭଳି ଭାବରେ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇଯାଉଛି।
ତେଣୁ ଆଜିର ଏହି ଦୁନିଆରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ସବୁ ଦେଖିବା ପାଇଁ ମିଳୁଛି। ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏଯେ ମଣିଷ ଟଙ୍କା ପାଇଁ କଣ ରାସ୍ତା ଆପଣେଇପାରେ। ତେବେ ନିକଟରେ ସେହିପରି ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ କିପରି ଜଣେ ବ୍ୟକ୍ତି ଲୁଟ କରୁଛନ୍ତି ତାହା ଦେଖନ୍ତୁ। ଜଣେ ମହିଳାଙ୍କୁ ଦୁର୍ବୃତ୍ତଜଣକ ପ୍ରଥମେ କିପରି ହଇରାଣ କରୁଛନ୍ତି ଓ ତାପରେ ଦୁଇଜଣ ଗଳି ପଡ଼ୁଛନ୍ତି ତାହା ଦେଖିବାକୁ ମିଳିଛି। ମହିଳାଜଣକ ତଳେ ପଡ଼ିଯିବା ପରେ କିପରି ପାଟି କରୁଛନ୍ତି ତାହା ଥରେ ଦେଖନ୍ତୁ
ତଳେ ପଡ଼ିଯିବା ପରେ ମଧ୍ୟ ମହିଳାଜଣକ ତାଙ୍କର ବ୍ୟାଗକୁ ଛାଡୁନାହାଁନ୍ତି। ଶେଷରେ ମହିଳାଙ୍କ ପାଟି ଶୁଣି କାଳେ କେହି ଆସିଯିବେ ତେଣୁ ଡକାୟତଜଣକ ଛାଡି ପଲାଉଛି। ଯାହା ଜଣାପଡିଛି ଏହି ମହିଳାଜଣକ ବ୍ୟାଙ୍କରୁ ୨.୫୦ ଲକ୍ଷ ଟଙ୍କା ନେଇ ଫେରୁଥିଲେ। ଆଉ ତାଙ୍କୁ ଏହି ଦୁର୍ବୃତ୍ତମାନେ ଫୋଲୋ କରୁଥିଲେ ଏବଂ ଫାଙ୍କା ରାସ୍ତା ଦେଖି ସେମାନେ ଏହି ମହିଳାଙ୍କର ଟଙ୍କା ବ୍ୟାଗକୁ ଛଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ମହିଳାଜଣକ ତାଙ୍କୁ ଏହି ସୁଯୋଗ ଆଦୌ ଦେଇନଥିଲେ। ଦିଲ୍ଲୀରେ ଘଟିଥିବା ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।