ମୋଟାପଣ ଏବଂ ପେଟ ବଢ଼ିବାକୁ ନେଇ ଆପଣ ଚିନ୍ତିତ କି ? ତେବେ ନିଶ୍ଚୟ ଆପଣାନ୍ତୁ ଏହି ସରଳ ଉପାୟ. ମାତ୍ର କିଛି ଦିନରେ ସବୁ ଚର୍ବି ତରଳି ଯିବ !

ବର୍ତମାନ ସମୟରେ ମୋଟାପଣ ଏକ ସାଧାରଣ ସମସ୍ୟା ହୋଇଗଲାଣି । ପ୍ରାୟତ ପ୍ରତ୍ୟକ ଲୋକ ମୋଟାପଣ ର ଶିକାର ହେଉଛନ୍ତି । ଯାହା ଫଳରେ ସେମାନେ ବହୁତ ଚିନ୍ତାରେ ରହିଥାନ୍ତି । ଯାହା ଫଳରେ ସେମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ବାଟ ଘାଟ ରେ ଅନେକ ଲୋକ ସନଙ୍କ ର ମଜା ଉଡାଇ ଥାନ୍ତି । ଯୋଉଥି ପାଇଁ ସେହି ମୋଟା ଲୋକ ମାନେ ମାନସିକ ବିଷାଦ ମଧ୍ୟରେ ନିଜର ସମୟକୁ ଅତିବାହିତ କରିଥାନ୍ତି ।

ଏହା ବ୍ୟତୀତ ମୋଟା ହେବା ଦ୍ୱାରା ବିଭିନ୍ନ ପ୍ରକାର ର ରୋଗ ଦେଖା ଦେଇଥାଏ । ଯେମିତିକି ଡାଇବେଟିସ, ରକ୍ତଚାପ ଇତ୍ୟାଦି ରୋଗ ମୋଟା ଲକଙ୍କୁ ଅତି ସହଜରେ ଆକ୍ରାନ୍ତ କରି ଥାଏ । ଏହା ସହ ମେଦ ବହୁଳତା ପରି ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏଥି ପାଇଁ ସେହି ମୋଟା ଲୋକ ମାନେ ବହୁତ ପ୍ରକାର ଔଷଧ ଖାଇ ଥାନ୍ତି । ଭିଭିନ୍ନ ପ୍ରକାର ର ଉପାୟ ଅବଲମ୍ବନ କରି ଥାଆନ୍ତି । କିନ୍ତୁ ଏଥିରୁ ତାଙ୍କୁ କିଛି ଲାଭ ମିଳିନଥାଏ । ଏହା ସହ ଖାଦ୍ୟରେ ଆପଣ ସର୍ବଦା କମ ମସଲା ଯୁକ୍ତ ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରନ୍ତୁ ।

ଅମ୍ଳ ଜାତୀୟ ଆଧିକ ଖାଦ୍ୟ ଖାଇବା କମାନ୍ତୁ । ତା ସହିତ ଖାଇବାର ଅଧଘଣ୍ଟା ପରେ ଓ ପୂର୍ବରୁ ଏକ ଗ୍ଲାସ ପାଣି ପିଅନ୍ତୁ । ଏପରି ସବୁଦିନ କରନ୍ତୁ । ସକାଳୁ ଉଠି ମୁକ୍ତ ବାୟୁ ରେ ଦୌଡନ୍ତୁ । ଏହା ସହ ପୁଷ୍ଟିସାର ଜାତୀୟ ଖାଦ୍ୟ ଅଧିକ ପରିମାଣ ରେ ଖାନ୍ତୁ। ଓ ସ୍ନେହ ସାର ଜାତୀୟ ଖାଦ୍ୟ କମ ପରୀମାନରେ ଖାଇବା କୁ ଚେଷ୍ଟା କରନ୍ତୁ ।

ଏପରି ଭାବରେ ଆପଣଙ୍କ ର ସବୁଦିନର କାର୍ଯ୍ୟ ନିଧାରିତ କରନ୍ତୁ ଦେଖିବେ ଏପରି କରିବା ଦ୍ୱାରା ବହୁତ ଜଲଦି ଆପଣଙ୍କ ଶରୀର ଉପରେ ଏହାର ପ୍ରଭାବ ଦେଖିବେ । ଏବେ ଆସନ୍ତୁ ଜାଣିବା ଗୋଟେ ଉପାୟ ବିଷୟରେ ଯେଉଁଟା କରିବା ଦ୍ୱାରା ଆପଣ ନିଜକୁ ପତଳା କରି ପାରିବେ ଏବଂ ତା ସହିତ ପେଟ ମଧ୍ୟ କମ୍ କରି ପାରିବେ । ଯେଉଁ ଉପଚାର ଟି ଅମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଆପଣ ଘରେ ଆରାମରେ ଅତି ସହଜରେ ଏବଂ କମ ଖର୍ଚ୍ଚରେ ପ୍ରସ୍ତୁତ କରି ପାରିବେ । ତେବେ ଆସନ୍ତୁ ସେହି ଉପଚାର ପ୍ରସ୍ତୁତ କିପରି କରିବା ବିଷୟରେ ଜାଣିନେବା । ଯାହାକି ଆପଣ ରୋଷେଇ ଘରେ ହିଁ ମିଳିଯିବ ।

ଆପଣ ଙ୍କୁ ଅଳସୀ ର ମଞ୍ଜି ଦରକାର । ତାପରେ ପାନ ମଧୁରୀ ଦରକାର ତା ସହ ଜିରା ଏବଂ ଜୁଆଣି ଏହି ଚାରଟି ଜିନିଷ ର ଆବଶ୍ୟକ । ଏହି ଚାରଟି ଜିନିଷ କୁ ଆପଣ ଏକଦମ ସମାନ ପରିମାଣ ରେ ନେବେ । ଏସବୁକୁ ଟିକେ ଭାଜି ଦେବା ପରେ କିଛି ସମୟ ଥଣ୍ଡା କରି ଗ୍ରାଇଣ୍ଡିଂ କରିନେବେ । ସେହି ପାଉଡର ମିଶ୍ରଣକୁ ରାତିରେ ଶୋଇବା ପୁର୍ବରୁ ଏବଂ ରାତ୍ରି ଭୋଜନ ପରେ ଗରମ ପାଣିରେ ଏକ ଚାମୁଚ ମିଶାଇ ଖାଇନେବେ । ଏହାକୁ କିଛି ଦିନ ସେବନ କଲା ପରେ ପରିବର୍ତ୍ତନ ଆପଣ ଦେଖି ପାରିବେ ।

Leave a Reply

Your email address will not be published. Required fields are marked *