ପାକିସ୍ତାନର ୫ଟି ଅଜବ ନିୟମ,ସେଗୁଡ଼ିକ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ !

ଦୁନିଆର ପ୍ରତ୍ୟେକ ଦେଶରେ ଅନେକ ଅଜବ ନିୟମ ଅଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରେଇଥାଏ,ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ଅନେକ ଅଜବ ନିୟମ ରହିଛି,ଏହି ଅଜବ ନିୟମ ସବୁ ପାଇଁ ପଡୋଶୀ ଦେଶ ଏକ ନମ୍ବରରେ ରହିଛି, ଏଭଳି ନିୟମ ଯୋଗୁଁ ପାକିସ୍ତାନକୁ ସମଗ୍ର ବିଶ୍ୱରେ ସମାଲୋଚନା କରାଯାଇଛି, କିଛି ମାସ ପୂର୍ବରୁ, ଏକ ନିୟମକୁ ନେଇ ତାର ଅନେକ ଚର୍ଚ୍ଚା କରାଯାଇଥିଲା |

ପାକିସ୍ତାନର ସିନ୍ଧ ପ୍ରଦେଶରେ ଏକ ସ୍ୱତନ୍ତ୍ର ବିଲ୍ ପ୍ରସ୍ତାବ ଦିଆଯାଇଥିଲା,ଏହି ବିଲ୍ ପଡୋଶୀ ଦେଶ ତଥା ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା, ଏହି ବିଲରେ କୁହାଯାଇଛି ଯେ 18 ବର୍ଷ ବୟସ ହେବାପରେ ଲୋକଙ୍କ ବିବାହ ବାଧ୍ୟତାମୂଳକ କରାଯିବା ଉଚିତ,ଏହା ବ୍ୟତୀତ ଯେଉଁମାନେ ଏହି ନିୟମ ପାଳନ କରୁନାହାଁନ୍ତି ସେମାନଙ୍କ ପାଇଁ ଦଣ୍ଡର ବ୍ୟବସ୍ଥା ମଧ୍ୟ ହେବ, ପାକିସ୍ତାନୀ ରାଜନେତାମାନେ ଯୁକ୍ତି କରନ୍ତି ଯେ ଏହା ଦ୍ୱାରା ସାମାଜିକ ଦୁଷ୍କର୍ମ ଏବଂ ଶିଶୁ ବଳାତ୍କାରକୁ ରୋକିବାରେ ସହାୟକ ହେବ, ଆସନ୍ତୁ ଜାଣିବା ପାକିସ୍ତାନର ଏପରି କିଛି ଅଦ୍ଭୁତ ନିୟମ ବିଷୟ ରେ |

ବିନା ଅନୁମତିରେ ଫୋନ୍ ସ୍ପର୍ଶ କରିପାରିବେ ନାହିଁ |

ବିନା ଅନୁମତିରେ କାହାର ଫୋନକୁ ଛୁଇଁବା ପାକିସ୍ତାନରେ ବେଆଇନ ବୋଲି ବିବେଚନା କରାଯାଏ, ଯଦି କେହି ଭୁଲରେ ମଧ୍ୟ ଅନ୍ୟର ଫୋନକୁ ସ୍ପର୍ଶ କରନ୍ତି, ତେବେ ତାଙ୍କ ପାଇଁ ଦଣ୍ଡର ବ୍ୟବସ୍ଥା ଅଛି, ଯିଏ ଏପରି କରେ ତାଙ୍କୁ 6 ମାସ ପାଇଁ ଜେଲ ହୋଇଯାଇପାରେ |

ଇଂରାଜୀ ଅନୁବାଦ ବେଆଇନ ଅଟେ |

ପାକିସ୍ତାନରେ ଆପଣ କିଛି ଶବ୍ଦକୁ ଇଂରାଜୀରେ ଅନୁବାଦ କରିପାରିବେ ନାହିଁ, ଏହି ଶବ୍ଦଗୁଡ଼ିକୁ ଇଂରାଜୀରେ ଅନୁବାଦ କରିବା ବେଆଇନ ବୋଲି ବିବେଚନା କରାଯାଏ ପାକିସ୍ତାନ ରେ, ଏହି ଶବ୍ଦଗୁଡ଼ିକ ହେଉଛି ଆଲ୍ଲା, ମସଜିଦ୍, ରସୁଲ ଆଉ ନାବି, ଯଦି କେହି ଏହି ଶବ୍ଦ ଗୁଡିକୁ ଇଂରାଜୀରେ ଅନୁବାଦ କରନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ |

ଶିକ୍ଷା ଫିସ ଉପରେ ଲାଗିଥାର ଟାକ୍ସ :-

ପାକିସ୍ତାନରେ ପଢିବା ପାଇଁ ଟାକ୍ସ ଦେବାକୁ ପଡିଥାଏ, ଯଦି ଜଣେ ଛାତ୍ର ପଢିବାରେ 2 ଲକ୍ଷରୁ ଅଧିକ ଖର୍ଚ୍ଚ କରନ୍ତି, ତେବେ ତାଙ୍କୁ 5% ଟାକ୍ସ ଦେବାକୁ ପଡିଥାଏ, ବୋଧହୁଏ ଏହି ଭୟ ହେତୁ ପାକିସ୍ତାନର ଲୋକମାନେ କମ୍ ପାଠ ପଢ଼ନ୍ତି |

ଝିଅଙ୍କ ସହ ରହିଲେ କାଯ୍ୟନୁଷ୍ଠାନ ନିଆଯାଏ :-

ଯଦି ଜଣେ ପୁଅ ନିଜ ଗର୍ଲଫ୍ରେଣ୍ଡ ସହିତ ରହୁଥିବା ସମୟରେ ଧରାପଡେ, ତେବେ ତାଙ୍କୁ ଜେଲ ଦଣ୍ଡ ଦିଆଯାଏ, ଏଠାରେ କୌଣସି ଝିଅ ସହିତ କେହି ପୁଅ ବନ୍ଧୁତା ହୋଇପାରିବେ ନାହିଁ, ପଡୋଶୀ ଦେଶରେ ଏମିତି ଏକ ନିୟମ ଅଛି ଯେ ପୁଅ ଏବଂ ଝିଅ ବିବାହ ପୂର୍ବରୁ ଏକାଠି ରହିପାରିବେ ନାହିଁ |

ଏହି ଜାଗାକୁ ଯିବା ମନା :-

ପାକିସ୍ତାନର କୌଣସି ନାଗରିକ ଇସ୍ରାଏଲକୁ ଯାଇପାରିବେ ନାହିଁ, କାରଣ ସେଠାରେ କାହାକୁ ବି ଯିବାକୁ ଅନୁମତି ନାହିଁ, ଇସ୍ରାଏଲ ଗସ୍ତ ପାଇଁ ପାକିସ୍ତାନ ସରକାର ଭିସା ଦିଅନ୍ତିନି |

Leave a Reply

Your email address will not be published. Required fields are marked *