ପୁଅକୁ ଦେଲେ ଖାଇବାକୁ କଦଳୀ,ମାତ୍ର 30 ସେକେଣ୍ଡରେ ଚାଲିଗଲା ପୁଅର ଜୀବନ ! ପୁରା ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ଜଣେ ମା’ର ଛୋଟ ଅବହେଳା ପାଇଁ ତାଙ୍କର ଦୁଇ ବର୍ଷର ଶିଶୁ ମାତ୍ର 30 ସେକେଣ୍ଡରେ ଯନ୍ତ୍ର-ଣାଦାୟକ ମୃ-ତ୍ୟୁ ହୋଇଗଲା, ଊଂଇଟେଡ଼ କିଙ୍ଗଡମ ୱେଲ୍ସରେ ଏହି ଘ-ଟଣା ଘ-ଟିଛି, ଯେଉଁଠାରେ ମା ଶୋଇବା ପୂର୍ବରୁ କ୍ଷୀର ବୋତଲ ବଦଳରେ ଦୁଇ ବର୍ଷର ଶିଶୁକୁ ଏକ କଦଳୀ ଧରେଇ ଦେଇଥିଲେ, ଏହା ପରେ ଯେତେବେଳେ ସେ 30 ସେକେଣ୍ଡ ପରେ ଆସିଲେ ସେତେବେଳେ ତାଙ୍କ ପିଲାଙ୍କର ମୃ-ତ୍ୟୁ ହୋଇଯାଇଥିଲା |

କଦଳୀ ଟି ଶିଶୁ ଟିର ତଣ୍ଟି ରେ ଲାଗିଥିଲା :-

ନର୍ଥ ୱେଲ୍ସ ଲାଇଭ ନ୍ୟୁଜ୍ ଅନୁଯାୟୀ, ବ୍ରିଟେନର ୱେଲ୍ସର ବାସିନ୍ଦା ଡାନିଏଲ୍ ବଟରଲି ଶୋଇବା ପୂର୍ବରୁ ହଠାତ୍ ତାଙ୍କ ଶିଶୁ ଡାଏଲ୍ ଜନ୍ ଜେମ୍ସ ଗ୍ରିଗ୍ଙ ନାମକ ତାଙ୍କ ପୁଅ ଙ୍କୁ କ୍ଷୀର ବୋତଲ ଜାଗା ରେ ଭୁଲ ରେ ଏକ କଦଳୀ ଦେଇଦେଇଥିଲେ, ଏହା ପରେ ସେ କିଛି କାମ ପାଇଁ ରୁମରୁ ବାହାରକୁ ଚାଲିଯାଇଥିଲେ, ଯଦିଓ ସେ ମାତ୍ର ଅଧ ମିନିଟରେ ରୁମକୁ ଫେରି ଆସିଥିଲେ, କିନ୍ତୁ ସେଠାରେ ଯାହା ଘଟିଥିବାର ଦେଖି ତାଙ୍କ ହାଲତ ବିଗିଡି ଯାଇଥିଲା

ଡାନିଏଲ୍ ବଟରଲି କହିଛନ୍ତି ଯେ ସେ 30 ସେକେଣ୍ଡ ପରେ ରୁମ୍ ଭିତରକୁ ଆସିବା ବେଳକୁ ବହୁତ ଡେରି ହୋଇଯାଇଥିଲା, ଫେରି ଆସି ଦେଖିଲେ ଯେ କଦଳୀଟି ତାଙ୍କ ପିଲା ର ତଣ୍ଟି ରେ ଲାଗିଯାଇଛି, ଏହି କାରଣରୁ ସେ ନିଶ୍ୱାସ ନେଇ ପାରି ନଥିଲେ, ଏହା ଦେଖି ତାଙ୍କ ତାଙ୍କ ହୋସ ଉଡିଯାଇଥିଲା ଆଉ ସେ ସଙ୍ଗେ ସଙ୍ଗେ 999 ନମ୍ବରକୁ ଫୋନ୍ କରି ସାହାଯ୍ୟ ମାଗିଥିଲେ |

ବହୁତ ଚେଷ୍ଟା ପରେ ବି କଦଳୀ ଖଣ୍ଡ ଟି ବାହାରି ନଥିଲା :-

ମହିଳା ଜଣକ କହିଥିଲେ ଯେ ସେହି ସମୟରେ ତାଙ୍କ ପୁଅର ଯେଉଁ ଭଳି ସ୍ୱର ବାହାରକୁ ଆସୁଥିଲା, ସେ କେବେ ବି ତାହା ସପୂର୍ଣ ଭାବେ ପ୍ରକାଶ କରିପାରିବେନି, ତାଙ୍କ ପୁଅ ବହୁତ କଷ୍ଟ ରେ ଥିଲା, ଏହା ଦେଖି ମଧ୍ୟ ସେ ସେହି ସମୟ ରେ କିଛି କରିପାରିଲେ ନାହିଁ, ଡାନିଏଲ କହିଛନ୍ତି ପୁଅକୁ ବଞ୍ଚାଇବା ପାଇଁ ସେ ବହୁତ ଚେଷ୍ଟା କରିଥିଲେ ବୋଲି,କିନ୍ତୁ ସେ ପୁଅର ଗଳାରୁ କଦଳୀ ଖଣ୍ଡ ବାହାର କରିବାରେ ବିଫଳ ହୋଇଥିଲେ, ସେ ବାହାରିବ ପରିବର୍ତ୍ତେ ଅଧିକା ଭିତରକୁ ଚାଲିଯାଇଥିଲା, ଯାହା ପରେ ତାଙ୍କ ପୁଅ ଅଧିକ କାନ୍ଦିବାକୁ ଲାଗିଥିଲା |

ମହିଳା ଜଣକ କହିଛନ୍ତି ଯେ ଏହି ସମୟ ମଧ୍ୟରେ ତାଙ୍କ ଭଉଣୀ ଏବଂ ଭେଣେଇ ମଧ୍ୟ ସେଠାକୁ ଆସିଯାଇଥିଲେ, କିନ୍ତୁ ଲକ୍ଷ ଚେଷ୍ଟା ପରେ ମଧ୍ୟ ସେମାନେ ନିଜ ପୁଅକୁ ବଞ୍ଚାଇ ପାରିନଥିଲେ, ମହିଳା ଜଣକ କାନ୍ଦି କାନ୍ଦି କହିଥିଲେ ଯେ ସେଠାରେ ହିଁ ତାଙ୍କ ପୁଅର ମୃ-ତ୍ୟୁ ହୋଇଗଲା,ସେ ସାରା ଜୀବନ ସେହି ରାତିକୁ ଭୁଲି ପାରିବ ନାହିଁ ବୋଲି ମଧ୍ୟ କହିଛନ୍ତି, ଡ଼କ୍ଟର କହିଛନ୍ତି କି ହାଇପୋକ୍ସିକ୍ କାର୍ଡିଆକ୍ ଗିରଫ ହେତୁ ଶିଶୁଟିର ମୃ-ତ୍ୟୁ ହୋଇଛି |

Leave a Reply

Your email address will not be published. Required fields are marked *