ବାପା ମାଆଙ୍କ କଥା ନମାନି ଘୋଡା ଉପରେ ବସୁଥିଲା,କିନ୍ତୁ ମୋଟା ଟୋକା ସହିତ ଘୋଡା ଯାହା କଲା…ଦେଖନ୍ତୁ ଭିଡିଓ

ତେବେ ବନ୍ଧୁଗଣ ଅନେକ ସମୟରେ ବହୁତ ରୋଚକ କର ଘଟଣା ର ଭିଡ଼ିଓ ସୋସିଆଲ ମିଡ଼ିଆ ମାଧ୍ୟମରେ ଭାଇରାଲ ହୋଇ ଥାଏ । ଆଉ ଏମିତି କିଛି ମଜାଳିଆ ଭିଡ଼ିଓ ସବୁ ଥାଏ ଯାହା ଆଖି ଦୃଶୀୟା ହୋଇଥାଏ ଦର୍ଶକ ମାନେ ପସନ୍ଦ କରିଥାନ୍ତି । ନିଜର ଦୈନନ୍ଦିନ କାର୍ଯ୍ୟ ବ୍ୟସ୍ତତା ରୁ ଟିକିଏ ଫୁରସତ ମିଳିଲେ ମନକୁ ଟିକେ ହାଲୁକା କରିବା ପାଇଁ ସୋସିଆଲ ମିଡ଼ିଆରେ ଏପରି ଭିଡ଼ିଓ ଆପଣ ମାନେ ସମସ୍ତେ ଦେଖି ଥାଆନ୍ତି ଏବଂ ହଁସି ହଁସି ଗଡି ଯାଇଥାନ୍ତି ଯାହା ଫଳରେ ମନର ବୋଝ ହାଲୁକା ହୋଇଥାଏ ।

ତେବେ ଆଜି କାଲିର ବ୍ୟସ୍ତତା ଭିତରେ ଟିକେ ମୁହଁ ରେ ହଁସ ଫୁଟେଇବା ର ସୁଯୋଗ ମିଳିବାର ସୋସିଆଲ ମିଡ଼ିଆର ଭାଇରାଲ ହେଉଥିବା ଏପରି ଭିଡ଼ିଓ ପାଲଟିଛି ମୁଖ୍ୟ ଭୂମିକା । ତେବେ ବନ୍ଧୁଗଣ ଆପଣମାନେ ସମସ୍ତେ ତୋ ଏହି କଥା ରେ ସହମତ ଥିବେ ନିଶ୍ଚୟ ଯେ ସୋସିଆଲ ମିଡ଼ିଆ ଆଜିର ଯୁବ ପୀଢ଼ି ମାନଙ୍କ ପାଇଁ ପାଲଟି ଯାଇଛି ବହୁ ମୂଲ୍ୟ ବସ୍ତୁ । କେବଳ ଯୁବ ପିଢୀ ନୁହଁ ପିଲା ଠୁ ବୁଢା ଏବେ ସମସ୍ତେ ସ୍ମାର୍ଟ୍ ଫୋନ୍ ର ବଶବର୍ତ୍ତୀ ।

ତେବେ ଏହାର କିଛି ସକାରାତ୍ମକ ପକ୍ଷ ଥିବା ବେଳେ କିଛି ନକାରାତ୍ମକ ପକ୍ଷ ମଧ୍ୟ ରହିଛି । ତେବେ ସୋସିଆଲ ମିଡିଆର ଗୋଟେ ସକାରାତ୍ମକ ପକ୍ଷ ହେଉଛି ଲୋକ ମାନଙ୍କ ମୁହଁରେ ଟିକେ ହଁସ ଆଣି ମନକୁ ଲାଘବ କରିବା । ସେମିତି କିଛି ଘଟଣା ବିଷୟରେ ଚାଲନ୍ତୁ ଜାଣିବା ।

ପ୍ରଥମଟି ହେଉଛି ଆମ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ବିନା କାରଣରେ ପଶୁ ମାନଙ୍କ ସହ ଲାଗିଥାନ୍ତି । କିନ୍ତୁ ବେଳେ ବେଳେ ଏହି ବ୍ୟବହାର ତାଙ୍କୁ ଭାରି ପଡ଼ି ଯାଇଥାଏ । ଯାହାର ଏକ ନମୁନା ଆପଣ ଆମେରିକାର ମିଚିଗାନ୍ ରେ ଥିବା ଏକ ଚିଡ଼ିଆଖାନାରେ ଦେଖିପାରିବେ ।

ଘଟଣା ଅନୁସାରେ ଏପ୍ରିଲ୍ ୨୦୧୭ରେ ଗୋଟିଏ ପରିବାର ଏହି ଚିଡ଼ିଆଖାନାକୁ ବୁଲିବାକୁ ଆସିଥିଲେ । କିନ୍ତୁ ପରିବାରର ସଦସ୍ୟମାନେ ସେହି ସିମ୍ପାଞ୍ଜି କୁ ଚିଡ଼ାଇବାକୁ ଲାଗିଲା । କିଛି ସମୟ ଚୁପ୍ ରହିବା ପରେ ଶେଷରେ ରାଗିଯାଇ ନିଜ ଗୋବର ଠିକ୍ ଲକ୍ଷ୍ୟ କରି ଫୋପାଡ଼ିଲା ଯେ ଏହା ବୃଦ୍ଧ ବ୍ୟକ୍ତି ଜଣଙ୍କର ମୁହଁରେ ପଡ଼ିଲା । ସିମ୍ପାଞ୍ଜି ସହ ଲାଗିବା ତାଙ୍କୁ ସମସ୍ତଙ୍କ ଆଗରେ ଲଜ୍ଜିତ କରିଦେଲା । ଦ୍ଵିତୀୟ ଘଟଣାଟି ହେଉଛି ମାର୍ଚ୍ଚ ୨୦୨୦ ରେ ଗୋଟେ ଚୋର ତୁର୍କୀର ଆଣ୍ଟାଲାର ଏକ ଷ୍ଟୋର ରୁମ୍ କୁ ଚୋରି କରିବାକୁ ଆସିଥିଲା ।

ଫିଲ୍ମ୍ ଷ୍ଟାଇଲରେ ଚୋରଟି ଝରକା କାଚ ଭାଙ୍ଗି ଭିତରକୁ ପଶିଗଲା ଏବଂ ବିଭିନ୍ନ ଜିନିଷ ଚୋରି କରିଥିବା ସମୟରେ ତାଙ୍କର ନଜର ଏକ ବଡ଼ ଆଇନା ଉପରେ ପଡ଼ିଲା ଅନ୍ଧାରରେ ନିଜର ପ୍ରତିଛବିକୁ ଆଇନାରେ ଦେଖି କେହି ଥିବାର ଭାବି ସେଠାରୁ ଦୌଡ଼ି ପଳାଇ ଆସିଲା । ତାକୁ ଦୌଡୁଥିବାର ଦେଖି ତାର ସାଙ୍ଗ ମାନେ ମଧ୍ୟ ତାର ପଛେ ପଛେ ଦୌଡ଼ି ପଳାଇଲେ ।

ତୃତୀୟ ଘଟଣାଟି ହେଉଛି ଅକ୍ଟୋବର ୨୦୨୦ରେ ଦିଲ୍ଲୀ ପୋଲିସ୍ କୁ ଏକ ଅଜଣା ନମ୍ବରରେ ଫୋନ୍ ଆସିଲା ସେଥିରେ ଜଣେ ଲୋକ ତୁରନ୍ତ ତାର ଠିକଣାରେ ପହଞ୍ଚିବାକୁ କହିଲା । କିଛି ସମୟ ପରେ ପୋଲିସ୍ ସେଠାରେ ପହଞ୍ଚି ଲୋକଟିର ଅସୁବିଧା ଜାଣିବାକୁ ଚେଷ୍ଟା କଲେ । ତେବେ ସେହି ଲୋକର ଅସୁବିଧା ଶୁଣି ପୋଲିସ୍ ମାନଙ୍କର ମଧ୍ୟ ହଁସ ରୋକିଲାନି । କଥାଟି ହେଲା ଉକ୍ତ ବ୍ୟକ୍ତିଙ୍କ ଘରର ଛାତ ଉପରେ ଏକ ତାରା ଅଛି ଯାହାକୁ ସେ ପୋଲିସ୍ କୁ ହଟାଇବାକୁ କହୁଥିଲା ।

ଆଉଗୋଟେ ଘଟଣା ହେଉଛି ସେପ୍ଟେମ୍ବର ୨୦୦୮ରେ ନ୍ୟୁଜିଲାଣ୍ଡର କାୱାରେ ବାସ କରୁଥିବା ଲୁସି ନାମକ ଜଣେ ମହିଳା ସେଠାରେ ଥିବା ଏକ କାଫେକୁ ଯାଇଥିଲା । କିନ୍ତୁ ସେଠାରେ କୁକୁରର ପ୍ରବେଶ ନିଷେଧ ଥିଲା । ସେଥିପାଇଁ ମହିଳା ଜଣକ କୁକୁରକୁ କୋକାକୋଲା ଷ୍ଟାଣ୍ଡରେ ବାହାରେ ବନ୍ଧିଦେଲେ । ମହିଳା ଭିତରକୁ ଯିବା ମାତ୍ରେ କୁକୁରଟି ସେ ଷ୍ଟାଣ୍ଡ ସହ ଦୌଡ଼ି ପଳାଇଲା ଫଳରେ ଲୁସିଙ୍କୁ ମଧ୍ୟ ତା ପଛରେ ରାସ୍ତାରେ ଗୋଡାଇବାକୁ ପଡ଼ିଲା ତାସହିତ କାଫେ ମାଲିକକୁ ଫାଇନ୍ ଦେବାକୁ ମଧ୍ୟ ପଡ଼ିଲା ।

Leave a Reply

Your email address will not be published. Required fields are marked *