ଆରାମ୍ ରେ ଅଟୋ ନେଇ ଯାଉଥିବା ଏହି ଡ୍ରାଇଭର୍ କୁ ଜଣା ନଥିଲା ତା ସହ କଣ ଘଟିବାକୁ ଯାଉଛି,ଦେଖନ୍ତୁ ଭିଡ଼ିଓ !

ସାଧାରଣତଃ ଜଂଗଲି ପଶୁମାନେ ଲୋକ ମାନଙ୍କ ପାଇଁ ଭୟଙ୍କର ହୋଇ ଥାନ୍ତି । ସାଧାରଣତଃ ଲୋକମାନେ ଜୀବ ମାନଙ୍କ ଠାରୁ ଦୂରେଇ ରୁହନ୍ତି । ମାତ୍ର କିଛି ଲୋକ ମାନେ ଅଛନ୍ତି ଯେଉଁ ମାନେ ପଶୁ ମାନଙ୍କ ସହିତ ସାମ୍ନା ସାମ୍ନା ହୋଇ ଯାଆନ୍ତି । ଆଜି ଆମେ ଆପଣଙ୍କୁ ଏପରି କିଛି ଘଟଣା କହିବୁ ଯେଉଁଥିରେ ଲୋକ ମାନଙ୍କ ସହ ଘଟିଥିବା ଘଟଣା ଛାତି ଥରାଇ ଦେବ ।

୧: ମାର୍ଚ୍ଚ ୨୦୧୧ ରେ ଇଂଲଣ୍ଡ ରେ ଲଂଗ୍ ଲି ସଫାରୀ ପାର୍କ ରେ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ମାଙ୍କଡ଼ ମାନଙ୍କ ଉତ୍ପାତ ଲୋକ ମାନଙ୍କୁ ଗାଡ଼ି ଛାଡ଼ିବାକୁ ବାଧ୍ୟ କରିଥିଲା । ଗାଡ଼ି ରେ ଆସିଥିବା ପରିବାର ଗୋଟିଏ ମାଙ୍କଡ ଛୁଆ କୁ ଡରାଇ ଦେଇଥିଲେ । ତା ପରେ ପୁରା ମାଙ୍କଡ଼ ଦଳ ଗାଡ଼ି ଉପରକୁ ଆକ୍ରମଣ କରି ଥିଲେ । ଗାଡ଼ି ରେ କାଚ ଭାଙ୍ଗିବା ସହିତ ଗାଡ଼ି ରେ ଥିବା ଜିନିଷ ପତ୍ର ଫୋପଡିବାକୁ ଲାଗିଲେ ।

୨: କୁମ୍ଭୀର ଜଙ୍ଗଲ ର ସବୁଠାରୁ ଭୟଙ୍କର ପ୍ରାଣୀ ହୋଇ ଥାଏ । ମେ ୨୦୧୫ ରେ ଆମେରିକା ର ଲୁଜିଆନ ରେ ଏକ ଘଟଣା ଘଟିଥିଲା ଯାହା ଆପଣଙ୍କ ଲୋମ ଟଙ୍କୁରାଇ ଦେବ । ଏକ ଗାଡ଼ି ସହ କୁମ୍ଭୀର ଧକା ଲାଗି ଯାଏ । ଗାଡ଼ି ଭିତରେ ଡ୍ରାଇଭର ଥାଏ । କୁମ୍ଭୀର କୁ ଡରାଇ ଗାଡ଼ି ଆଗକୁ କରୁଥିଲା ସେହି ସମୟ ରେ କୁମ୍ଭୀର ଗାଡ଼ି ର ପାର୍ଟ କୁ ଭାଙ୍ଗି ଦେଲା । ଡ୍ରାଇଭର ଡର ରେ ସେଠାରୁ ପଳାଇଲା ।

୩: ଏପ୍ରିଲ୍ ୨୦୨୦ ରେ ଆମେରିକା ର ସାଉଥ୍ କର୍ଲିଆ ରେ ଜଣେ ବ୍ୟକ୍ତି ଙ୍କ ଘର ପାଖକୁ ଏକ ବଡ଼ ଭୟଙ୍କର କୁମ୍ଭୀର ଆସି ଗଲା । କୁମ୍ଭୀର କୁ ଘର ଆଗରେ ଦେଖି ସମସ୍ତେ ଭୟଭୀତ ହୋଇ ଯାଇ ଥିଲେ । ବନ ବିଭାଗ କୁ ଡାକିବା ପରେ କୁମ୍ଭୀର କୁ ବିଭିନ୍ନ ପ୍ରକ୍ରିୟା ଦ୍ଵାରା ଅଟକାଇ ପାରିଲେ ।

୪: ଡିସେମ୍ବର ୨୦୨୦ ରେ ଗ୍ୟଙ୍ଗଟକ ରେ ଏକ ପରିବାର ରେ ବଡ଼ ସାପ ପଶି ଆସିଥିଲା । ସାପ ର ଓଜନ ଥିବାରୁ ଘର ର ଜିନିଷ ପତ୍ର ଭାଙ୍ଗି ଯାଇ ଥିଲା । ତେଣୁ ଘର ଲୋକ ଭୟଭୀତ ହୋଇ ଯାଇଥିଲେ । ସାପ ଧରାଳି ମାନେ ଠିକ୍ ସମୟ ରେ ପହଞ୍ଚି ସେହି ବିଶାଳ ଅଜଗର ସାପ କୁ ଧରିବାରେ ସକ୍ଷମ ହୋଇ ଥିଲେ ।

୫: ଶ୍ରୀଲଙ୍କା ର ରାସ୍ତା ରେ ଏକ ବସ୍ ଯାଉଥିଲା । କିନ୍ତୁ ଅଚାନକ ଗୋଟିଏ ହାତୀ ବସ୍ ଆଗରେ ଠିଆ ହୋଇ ବସ୍ କୁ ଅଟକାଇ ଦେଲା । ଝରକା ଦେଇ ତାର ଶୁଣ୍ଢ ପଶାଇ ସବୁ ଖାଦ୍ୟ ନେଇ ଗଲା ।

Leave a Reply

Your email address will not be published. Required fields are marked *