ଜୁଲାଇରେ କହିଥିଲେ କିନ୍ତୁ ଡିସେମ୍ବରରେ ସତ ହେଲା ମାଳିକାର ଭବିଷ୍ୟବାଣୀ, ବର୍ତ୍ତମାନ ନିଦ ହଜିବ ୨୦୨୨ ରେ,ଯଦି ମାଳିକା ଉପରେ ବିଶ୍ୱାସ ଅଛି,ତା ହେଲେ ଏହାକୁ ପଢନ୍ତୁ ନହେଲେ ନାହିଁ …

ସାଧାରଣତଃ ବର୍ତ୍ତମାନ ସମୟର ଏହି ଅତ୍ୟାଧୁନିକ ସମାଜରେ ମନୁଷ୍ୟ ଆଧୁନିକତାର ବଶବର୍ତ୍ତୀ ହୋଇ ପୌରାଣିକ ତଥ୍ୟ ବା ଶାସ୍ତ୍ରଗତ ସୂଚନାକୁ ବିଶ୍ୱାସ ନ କରି ଉପେକ୍ଷା କରିଥାଏ। ତେବେ ସାଧାରଣରେ ଏହାକୁ ଉପେକ୍ଷା କରିବା ବା ଅବିଶ୍ୱାସ କରିବା ଯଥାର୍ଥ ଅଟେ। କାରଣ ପୂର୍ବରୁ ଆମେ ମାଳିକା ବଚନରେ ସାତ ଦିନ ସାତ ରାତି ଅନ୍ଧାର ହେବ ବୋଲି ସୂଚନା ପାଇଥିଲୁ।

ପ୍ରଥମେ କୁହାଯାଉଥିଲାକି ୨୦୦୦ ମସିହାରେ ପୃଥିବୀ ସମ୍ପୂର୍ଣ ରୂପରେ ଧ୍ୱଂସ ହୋଇଯିବ। କିନ୍ତୁ ପରେ କୁହାଗଲା ୨୦୧୨ ମସିହାରେ ପୃଥିବୀ ଧ୍ୱଂସ ହୋଇଯିବ। ସେହି ସମୟରେ କୌଣସି ପ୍ରକାର ସାତ ଦିନ ସାତ ରାତି ଆଦୌ ଅନ୍ଧାର ହୋଇନଥିଲା। ତେଣୁ ଆଜିର ଆଧୁନିକ ମଣିଷ ଅନେକାଂଶରେ ଏହି ମାଳିକା ବଚନକୁ ବିଶ୍ୱାସ କରୁନାହାନ୍ତି।

ତେବେ ଆପଣମାନେ ଜାଣିଥିବେକି ସତ୍ୟଭଞ୍ଜ ୟୁଟ୍ୟୁବ ଚ୍ୟାନେଲ ଭବିଷ୍ୟତ ବାଣୀକୁ ନେଇ ଲୋକମାନଙ୍କ ସମ୍ନାରେ ସତ୍ୟତା ପ୍ରକାଶ କରିବା ପାଇଁ ସବୁବେଳେ ଚେଷ୍ଟା କରିଥାଏ। ତେବେ ସତ୍ୟଭଞ୍ଜ ଚ୍ୟାନେଲରେ ପ୍ରକାଶିତ ହେଉଥିବା ଆଜିର ଏହି ଏପିଶୋଡ଼ରେ କରୋନା ମହାମାରୀକୁ ନେଇ ଭବିଷ୍ୟତରେ ଘଟିବାକୁ ଥିବା ଅନ୍ୟାନ୍ୟ ଘଟଣା ସବୁକୁ ସ୍ପଷ୍ଟ କରାଯାଇଛି। ଯାହାକୁ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ।

ଆପଣମାନେ ଜାଣିଥିବେକି ପଞ୍ଚସଖାମାନେ ଦ୍ୱାପର ଯୁଗରେ ଭଗବାନଙ୍କର ପ୍ରକାଶିତ କିଛି ତଥ୍ୟ ଆଧାରରେ ଭବିଷ୍ୟତ ବାଣୀ ସଦୃଶ ଲକ୍ଷ ଲକ୍ଷ ଗ୍ରନ୍ଥ, ଉପନ୍ୟାସ ଆଦିକୁ ଲେଖିଛନ୍ତି। ସ୍ପଷ୍ଟ ଭାବରେ କହିବାକୁ ଗଲେ ମହାପୁରୁଷ ଅଚ୍ୟୁତାନନ୍ଦ ୧ ଲକ୍ଷ ୮୫ ଖଣ୍ଡ ଉପନ୍ୟାସ ଓ ଗ୍ରନ୍ଥ ଲେଖି ଯାଇଛନ୍ତି। ଏହି ସମସ୍ତ ଗ୍ରନ୍ଥ ମଧ୍ୟରୁ ୩୧୮ ଖଣ୍ଡ ଗ୍ରନ୍ଥରେ କଳିଯୁଗକୁ ନେଇ କିଛି ବିଶେଷ ଭବିଷ୍ୟବାଣୀ ସେ କରିଛନ୍ତି।

ଆଜି ଆମେ ଏହି ବିଷୟରେ ବିରଜା ମଣ୍ଡଳର ଅନ୍ୟତମ ଭକ୍ତ, ଏହି ଅଞ୍ଚଳର ବିଶିଷ୍ଟ ମାଳିକା ପ୍ରବଚକ, ମାଳିକା ଗବେଷକ ତଥା ଜଗନ୍ନାଥ ସଂସ୍କୃତିର ପ୍ରଚାରକ ସମସ୍ତଙ୍କର ପ୍ରିୟ ନୀର ବାବାଙ୍କ ଠାରୁ ଜାଣିବା। ତେବେ ସେ ବିଭିନ୍ନ ଶ୍ଳୋକ ଆକାରରେ ସମସ୍ତ ତଥ୍ୟକୁ ବହୁତ ସୁନ୍ଦର ଭାବରେ ବୁଝାଇଛନ୍ତି।

ତେବେ ତାଙ୍କ କହିବା ଅନୁସାରେ ଦ୍ୱାପର ଯୁଗରେ ଯେତେବେଳେ କକୁଆ ଭୟ ଲାଗିଥିଲା, ସେତେବେଳେ ବହୁତ ଲୋକ ଅକାରଣରେ ପୋକମାଛି ପରି ମୃତ୍ୟୁବରଣ କରିଥିଲେ। ଓ ଯଦୁ ବଂଶ ସମ୍ପୂର୍ଣ ରୂପରେ ନାଶ ଯାଇଥିଲା, ଠିକ ସେହିପରି ଏହି କଳି ଯୁଗରେ କରୋନା ରୂପରେ ନରସଂହାର କରୁଛି। ସେ ଏହା କହିଛନ୍ତିଯେ କକୁଆ ତିନି ଅକ୍ଷର ଆଉ କରୋନା ମଧ୍ୟ ତିନି ଅକ୍ଷର।

ଏହା ସହିତ ସେ କହିଛନ୍ତିଯେ କରୋନା ପରି ଆହୁରି ୬୩ଟି ଆଶ୍ଚର୍ଯ୍ୟଜନକ ଓ ହୃଦୟ ବିଦାରକ ସମୟ ଲୋକମାନେ ଅତିବାହିତ କରିବେ। ତେବେ ସେ କହିଛନ୍ତିଯେ କରୋନା ତାର ପ୍ରକୋପ ୨୦୨୨ ମସିହାରେ କମାଇବା। ସେ କହିଛନ୍ତିଯେ,”ସମଝଦାର ଆଦମୀ କୋ ଇଶାରା ହିଁ କାଫି ହେ” ତେଣୁ ସମସ୍ତ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *