ପକୁଡି ମ୍ୟାନ୍ ! ସବୁ ପରିବାରେ ଛାଣୁଛନ୍ତି ପକୁଡି । ଭେରାଇଟି ପକୁଡି ଖାଇବାକୁ ଲାଗୁଛି ଲୋକଙ୍କ ଭିଡ ।

ଶୀତ ଦିନ ରେ ଲୋକୋ କ ର ଅନେକ ଜିନିସ ପ୍ରତି ରୁଚି ବଢ଼ି ଯାଏ । ଯେମିତି କି ବୁଲିବା , ଭୋଜି କରିବା କୁ ଗରମ ଗରମ ଚା ପିଇବାକୁ ଭଲ ପାଏ। ସେହି ପରି ତତଲା ତେଲରେ ଛଣା ହେଉଥିବା ଗରମା ଗରମ ପକୁଡିକୁ ଦେଖିଲେ ଭାରି ଲୋଭ ଲାଗେ । ପକୁଡି ଏକ ଏମିତି ଜିନିଷ ସମସ୍ତଙ୍କ ପସନ୍ଦ, ପକୁଡି ଖାଇବାକୁ ସମସ୍ତେ ଚାହାନ୍ତି । ଆପଣ ମୁଁ ଏବଂ ଅନ୍ୟମାନେ ।

ସେ ସକାଳ ହେଉ କି ସଞ୍ଜ ହେଉ ପାଗ ଭଲ ଥିଲେ ଏମିତି ପକୁଡ଼ି ଟିକେ ଦରକାର । ଆଳୁ ପକୁଡି, ପିଆଜ ପକୁଡି, କୋବି ପକୁଡି ଏମିତି କି ଚିକେନ ପୋକଡା ବି ପ୍ରାୟ ସମସ୍ତେ ଖାଇବା କୁ ପସନ୍ଦ । ହେଲେ ସବୁ ପରିବାରେ ବି ପକୁଡି ଛଣାହୋଇପାରିବ ତା ବି ପୁଣି ପାଟିକୁ ସୁଆଦିଆ ଲାଗିବ ।ବାଲେଶ୍ୱର ବାଲିଆପାଳ ଛକରେ ତେଲଭାଜି ଦୋକାନ କରିଛନ୍ତି ଜଣେ ବ୍ୟକ୍ତି ଯାହା ନାମ ଗଦାଧର ସାହୁ ।

ଦୋକାନ ତ ନୁହେଁ ଏଇଟା ଗଦା ଭାଇନାଙ୍କ ପକୁଡି ଭେରାଇଟି ଷ୍ଟୋର ନାମ ରେ ବେସୀ ପରିଚିତ ଯେଉଁଠି ଆପଣ ଯେମିତି ଓ ଯେଉଁ ପ୍ରକାରର ପକୁଡି ଖୋଜିବେ ପାଇବେ । ଆଳୁ, ପିଆଜ, ବାଇଗଣ ପକୁଡି ତ ଆମେ ଘରେ ବନେଇ ଖାଉ ହେଲେ ଏଠି ଶାଗ, କଲରା, କଦଳୀ, ଝୁଡଙ୍ଗ, ଟମାଟୋ, ଗାଜର, କୁନ୍ଦୁରୀ, ବୋଇତାଳୁ, ଭେଣ୍ଡି ଏମିତି କି ଧନିଆଁ ପତ୍ରରେ ବି ପକୁଡି ଛାଣି ସେ ଲୋକଙ୍କୁ ଭାରି ମଜା ରେ ଖୁଆନ୍ତି ।

ଗରମଗରମ ପକୁଡି ସହ ଛଣା କଞ୍ଚାଲଙ୍କା ଲୋକଙ୍କୁ ତାଙ୍କ ଦୋକାନକୁ ଯେମିତି ଟାଣି ଆଣେ ।ପକୁଡ଼ି ସହ ଶାଳପତ୍ର ରେ ମୁଢି ଆଳୁଦମ ବି ଲୋକେ ତାଙ୍କ ଠାରୁ ଖାଇବାକୁ ବେଶ୍ ଭୋଲ ପାଆନ୍ତି ।ସକାଳ ପ୍ରାୟ ସାଢେ ୬ଟାରୁ ଦିନ ୧୧ଟା ଯାଏଁ ଗଦାଧର ଦୋକାନ ଖୋଲୁଥିବା ବେଳେ ନିଜେ ବୁଦ୍ଧିଖଟାଇ ବିଭିନ୍ନ ପରିବାର ପକୁଡି ଛାଣନ୍ତି ଆଉ ବେଶ୍ ଚାହିଦା ରେ ତାକୁ ବିକନ୍ତି ତାଙ୍କ ହାତ ତିଆରି ପକୁଡି ଖାଇବାକୁ ଲୋକେ ଆପେଆପେ ଭିଡ ଜମାନ୍ତି ।

ଆଗରୁ ଏହି ଦୋକାନରେ ଦିନକୁ ୩ରୁ ୪ ହଜାର ଟଙ୍କା ରୋଜଗାର ହେଉଥିବା ବେଳେ କରୋନା ପରଠାରୁ ବେପାର କମିଯାଇଛି । ହେଲେ ଗଦାଧର ଭାଇଙ୍କ ଭେରାଇଟି ପକୁଡି ଯିଏ ଥରେ ଖାଇଛି ସେ କେବେ ଭୁଲି ପାରିନି ।

Leave a Reply

Your email address will not be published. Required fields are marked *