ସଉକରେ ପ୍ରିୱେଡିଂ ଫଟୋ ସୁଟ୍‌ କରୁଥିଲେ ଝରଣା ମଝିରେ, ମାଡ଼ି ଆସିଲା ପାଣି ଆଉ ତାପରେ କଣ ହେଲା ଦେଖନ୍ତୁ ଭିଡିଓ

ବିବାହ କଥା କହିଲେ ସମସ୍ତଙ୍କ ମନରେ ଏକ ପ୍ରକାରର ଖୁସିର ଭାବନା ଆସିଯାଏ । କାହିଁକି ନା ବିବାହ ଘରରେ ବହୁତ ମଜାମସ୍ତି ହୋଇଥାଏ, ବହୁତ ଖୁସି ମଧ୍ୟ ଥାଆନ୍ତି ସମସ୍ତେ । ଏହି ବିବାହ ଦୁଇଟି ମଣିଷର ଜୀବନକୁ ବଦଳାଇ ଦେଇଥାଏ ,ବିବାହରେ କେବଳ ଦୁଇଟି ମଣିଷ ଏକାଠି ହୋଇ ନଥାଆନ୍ତି ବରଂ ଦୁଇଟି ପରିବାର ଏକ ହୋଇଥାଆନ୍ତି । ବିବାହକୁ ବି ଆମ ସମାଜରେ ଏକ ପବିତ୍ର ସମ୍ପର୍କ ବୋଲି ମନା ଯାଇଥାଏ । ବିବାହରେ ପୁଅର ଜୀବନ ବଦଳି ଥାଏ, ହେଲେ ସବୁଠାରୁ ବଡ ପରିବର୍ତ୍ତନ ଆସିଥାଏ ଗୋଟିଏ ଝିଅ ପାଖରେ ।

ଗୋଟିଏ ନିଜର ବାପା,ମାଆ,ଭାଇ,ଭଉଣୀ ସାରା ପରିବାରକୁ ଛାଡି ନୂଆ ଏକ ପରିବାରକୁ ଯାଇଥାଏ, ଅଜଣା ଅଚିହ୍ନା ଲୋକମାନଙ୍କ ସହ ସେ ରହିଥାଏ । ପୂର୍ବରୁ ପୁଅ ଝିଅ ଦେଖା ଦେଖି ମଧ୍ୟ ହେଉ ନ ଥିଲେ । କିଛି ଦିନ ଯିବା ପରେ ଏହି ନିୟମ ମଧ୍ୟ ବଦଳି ଗଲା । ପୁଅ ଝିଅ ଉଭୟ ପରସ୍ପର କୁ ଦେଖା ଚାହାଁ କରିଲେ । ମାତ୍ର ଯୁଗ ପରିବର୍ତ୍ତନ ହେବାରେ ଲାଗିଛି । ପ୍ରତ୍ୟେକ ଦିନ ନୂଆ ନୂଆ ଜିନିଷ ଦେଖିବାକୁ ମିଳି ଥାଏ । କିଛି ବି ନୂଆ ଜିନିଷ ଆଜିକାଲି ର ଟ୍ରେଣ୍ଡ ହେଇ ଯାଉଛି । ବାହା ଘର ରେ ବର୍ତ୍ତମାନ ପ୍ରି ୱେଡିଂ ର ଫୋଟୋ ସୁଟ ହେଉଛି । ଫୋଟୋ ଉଠାଇବା ପାଇଁ ଯୁବକ ଓ ଯୁବତୀ କିଛି ମାନୁ ନାହାନ୍ତି ।

ଏହି ପରି ଏକ ଘଟଣା ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆ ରେ । ରାଜସ୍ଥାନ ରେ ଏହିପରି ଘଟଣା ଘଟିଛି । ଚିତୋରଗଡ ଠାରେ ଥିବା ରାବତବାଗା ସହରର ଏକ ସୁନ୍ଦର ଝରଣା ପାଖକୁ ଏକ ଯୋଡ଼ି ବିବାହ ପୂର୍ବରୁ ଫୋଟୋ ଉଠାଇବାକୁ ଯାଇଥିଲେ । ମାତ୍ର ସେଠାରେ କିଛି ଏପରି ଘଟିଥିଲା ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଏହି ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯୁବକ ଆଶିଷ ଗୁପ୍ତା ଓ ଯୁବତୀ ଶିଖା ଫୋଟୋ ସୁଟ୍ ପାଇଁ ଆସିଥିଲେ ।

ସେହି ସମୟରେ ରଣା ପ୍ରତାପ ସାଗର ଡ୍ୟାମର ଗେଟ ଖୋଲା ଯାଇଥିଲା ଫଳରେ ଝରଣାର ଜଳ ସ୍ରୋତ ବଢି ଯାଇଥିଲା । ତେଣୁ ସେଠାରେ କ୍ୟାମେରା ମେନ୍ ସହିତ ଏହି ଦୁଇ ଜଣ ମଧ୍ୟ ଫସି ଯାଇଥିଲେ । କ୍ୟାମେରା ମେନ୍ ସେଠାରୁ ବାହାରି ଆରକ୍ଷ ଅଧିକାରୀ କୁ ଫୋନ୍ କରିବାରୁ ଆରକ୍ଷ ଅଧିକାରୀ ସେମାନଙ୍କୁ ଉଦ୍ଧାର କରି ଥିଲେ ।

Leave a Reply

Your email address will not be published. Required fields are marked *