ଏବେ ଓଡିଶାରେ ରାଜନୀତି କଥା ଟିକେ ବେଶୀ ସରଗରମରେ ଅଛି, ମମିତା ମେହେର ଘଟଣା ପରଠାରୁ ରାଜନୀତିରେ ବହୁତ ଘଟଣା ଦେଖିବାକୁ ମିଳିଲାଣି। ବିରୋଧୀ ଦଳ ମାନେ କ୍ୟାପେଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କର ଇସ୍ତଫା ଦାବିରେ ଗୃହ ମଧ୍ୟ ୨,୩ ଦିନ ବନ୍ଦ କରି ରଖି ଦେଉଛନ୍ତି। ତେବେ କଂଗ୍ରସ କର୍ମୀ ମାନେ ଏହା ପାଇଁ ସବୁଆଡେ ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଛି। ହେଲେ ଆଜି ଆମେ ଆପଣଙ୍କୁ କଂଗ୍ରେସ କର୍ମୀ ଏବଂ ସମର୍ଥକଙ୍କ ଧାରଣା ସମୟର ଏକ ରୋଚକ ଘଟଣା ସମ୍ପର୍କରେ କହିବୁ।
ଓଟିଭିର ନ୍ଯୁଜଫ୍ୟୁଜ କାର୍ଯ୍ୟକ୍ରମରେ ପ୍ରସାରିତ ହୋଇଥିଲା । ଆଉ ଏହାପରେ ଖୁବ୍ ଭାଇରାଲ ହେଉଛି । ଘଟଣାର ଭିଡିଓ ଦେଖିଲେ ଆପଣ ମଧ୍ୟ ନିଜ ହସ ସମ୍ଭାଳି ପାରିବେନି । ଭିଡିଓରେ ଆପଣ ଦେଖି ପାରୁଥିବେ କି ରାସ୍ତାକଡରେ କିଛି କଂଗ୍ରେସ କର୍ମୀ ଦଳୀୟ ପତାକା ଧରି ଧାରଣାରେ ବସିଛନ୍ତି । ଆଉ ସେମାନଙ୍କ ସାମନାରେ ଜଣେ ବୁଢୀ ମାଉସୀ ଆସି ନାଚୁଛନ୍ତି ଆଉ ପଛରେ ‘ପାଣି ମାରିଦେଲା ଝାଇଁ’ ଗୀତଟି ବାଜୁଛି ।
ବୁଢୀ ମାଉସୀଟି ନାଚି ନାଚି କଂଗ୍ରେସ କର୍ମୀଙ୍କ ଠାରୁ କିଛି ଟଙ୍କା ଆଦାୟ କରି ନେଇଥିଲା । କିନ୍ତୁ ଯେତେବେଳେ ପୋଲିସ ଆସିଲାଣି କହି ତାଙ୍କୁ ସେଠାରୁ ସେମାନେ ତଡିବାକୁ ଚେଷ୍ଟା କରିଥିଲେ ସେତେବେଳେ ବୁଢୀ ମାଉସୀ ଉତ୍ତର ଦେଇଥିଲେ ‘କୋଉ ପୋଲିସ ବା’ । ଯାହା ଶୁଣିଲେ ଆପଣଙ୍କୁ ଆହୁରି ହସ ଲାଗିବ। କାରଣ କଂଗ୍ରେସ ଅଫିସ ବାହାରେ କଂଗ୍ରେସ କର୍ମୀଙ୍କୁ ପୋଲିସମାନେ ଗୋଡେଇ ଗୋଡେଇ ପିଟିଥିବାରୁ, ସେହି ପ୍ରତିବାଦରେ ହିଁ ସେମାନେ ଧାରଣାରେ ବସିଥିଲେ । ସତେ ଯେମିତି ବୁଢୀ ମାଉସୀଟି ସେଥିପାଇଁ ତାଙ୍କୁ ତାତ୍ସଲ୍ୟ କରୁଛି ବୋଲି ଲାଗୁଛି
ଅନ୍ୟପଟେ କଂଗ୍ରେସ ବିଧାୟକ ସୁରଭାଇଙ୍କୁ ମଧ୍ୟ ଧାରଣା ସ୍ଥଳରେ ସ୍ଲୋଗାନ ଲଗାଉଥିବାର ଦେଖିବାକୁ ମିଳିଥିଲା । ଏହାସହ କଂଗ୍ରେସର ବରିଷ୍ଠ ନେତାମାନେ ଡିସିପି ଅଫିସକୁ ଯାଇ ଡିସିପିଙ୍କୁ ଦେଖା କରିଥିଲେ ।ଯେଉଁମାନେ କଂଗ୍ରେସ ଅଫିସ ବାହାରେ ତାଙ୍କ ଦଳର କର୍ମୀଙ୍କୁ ଏଭଳି ବ୍ୟବହାର କରିଥିଲେ ସେମାନଙ୍କ ବିରୋଧରେ କଡା ପଦକ୍ଷେପ ନିଆଯାଉ ବୋଲି ଡିସିପିଙ୍କ ପାଖେ ଦାବି କରିଥିଲେ