ବିଶ୍ଵରେ ବର୍ତ୍ତମାନ ଓମିକ୍ରନର ଭୟ ! ଲକଡାଉନ ଓ ସଟଡାଉନ ପୁଣି ଫେରିବକି ! ଦେଖନ୍ତୁ ଏ ବିଷୟରେ କ’ଣ ସତର୍କ ସୂଚନା ଜାରି କଲା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ

ପୁଣି କରୋନାର ଭୟ ଘାରିଲା। ବିଶ୍ଵର ୭୦ଟି ଦେଶକୁ କରୋନାର ନୂଆ ଭେରିଆଣ୍ଟ ଓମିକ୍ରନ ମାଡିଗଲାଣି। ଧୀରେ ଧୀରେ ଏହା ସାରା ପୃଥିବୀକୁ ବ୍ୟାପିବାରେ ଲାଗିଛି। ତେବେ ଭାରତର ଲୋକମାନେ ଓମିକ୍ରନକୁ ନେଇ ବେଶୀ ଭୟଭୀତ ହେଉଛନ୍ତି। ଜୀବନ ଜୀବିକାକୁ ନେଇ ଆତଙ୍କିତ ପୁରା ଦେଶ। ଜାନୁୟାରୀ ମାସ ଆରମ୍ଭରୁ ବିଶ୍ବରେ ଓମିକ୍ରନର ବଡ ଲହର ଆସିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି। ମୃତ୍ୟୁ ଏବଂ ଆକ୍ରାନ୍ତଙ୍କର ସଂଖ୍ୟା ବଢିଲେ ପୁଣିଥରେ ସାରା ଦେଶରେ ଲକଡାଉନ ହେବ ବୋଲି କୁହାଯାଉଛି

କରୋନାର ଏହି ନୂଆ ଭେରିଆଣ୍ଟ ଓମିକ୍ରନର ଦ୍ରୁତଗତିରେ ସଂକ୍ରାମକ ହୋଇଥିବାରୁ ସତର୍କ ରହିବାକୁ କହିଛି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ। ବର୍ତ୍ତମାନ ପର୍ଯ୍ଯନ୍ତ ଓମିକ୍ରନ ବିଶ୍ଵର ପ୍ରାୟ ୭୦ଟି ଦେଶକୁ ଛୁଇଁ ସାରିଥିବା ବେଳେ ପୁଣି ଥରେ ସଟଡାଉନ ଓ ଲକଡାଉନ ସ୍ଥିତି ଉପୁଜିପାରେ ବୋଲି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ସୂଚନା ମିଳିଛି। ICMR କରୋନାର ନୂଆ ଭେରିଆଣ୍ଟ ଓମିକ୍ରନକୁ ଚିହ୍ନଟ କରିବା ପାଇଁ ସ୍ପେଶାଲ କିଟ ପ୍ରସ୍ତୁତ କରିସାରିଛି।

ଆସନ୍ତା ସପ୍ତାହରେ ଏହି ନୂଆ କିଟକୁ ବଜାରରେ ଉପଲବ୍ଧ ହୋଇପାରେ ବୋଲି ସୂଚନା ମିଳିଛି। ଯାହା ସାହାଯ୍ୟରେ ଓମିକ୍ରନର ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଚିହ୍ନଟ କରାଯାଇପାରିବ। ବର୍ତ୍ତମାନ ଭାରତର ପାଖାପାଖି ୧୦ଟି ରାଜ୍ୟରେ ଓମିକ୍ରନ ପହଞ୍ଚି ସାରିଛି ବୋଲି ଜଣାପଡିସାରିଛି। ମହାରାଷ୍ଟ୍ର, ରାଜସ୍ଥାନ, ଦିଲ୍ଲୀ, ପଶ୍ଚିମବଙ୍ଗ, କେରଳ, ଗୁଜୁରାଟ, ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ଓମିକ୍ରନ ଚିହ୍ନଟ ହୋଇଛି।

ବର୍ତ୍ତମାନ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କର ସଂଖ୍ୟା ଶହେ ଟପିଥିବା ବେଳେ ଆତଙ୍କିତ ହୋଇ ପଡ଼ୁଛନ୍ତି ସମସ୍ତ ଦେଶବାସୀ। ଓମିକ୍ରନରେ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖାଯିବା ସହିତ ସେମାନଙ୍କର କଣ୍ଟାକ୍ଟ ଟ୍ରେସ କରାଯାଉଛି। ଆଉ କିଛି ପରେ ପୁରା ଦେଶ ଓମିକ୍ରନ କବଳକୁ ଆସିଯିବ ବୋଲି କୁହାଯାଉଛି। ଏଥିପାଇଁ ପୂର୍ବ ଭଳି ସାରା ଦେଶରେ ଲକଡାଉନ ଓ ସଟଡାଉନର ପ୍ରକ୍ରିୟା ଜାରି ହୋଇପାରେ ବୋଲି କୁହାଯାଉଅଛି। ଏ ବିଷୟରେ ସରକାର କିଛି ସ୍ପଷ୍ଟ କରିନଥିବା ବେଳେ ସାଧାରଣ ଲୋକମାନେ ଜୀବନ ଜୀବିକାକୁ ନେଇ ବେଶ ଆତଙ୍କିତ ଥିବାର ଜଣାପଡିଛି। ତେବେ ଆସନ୍ତୁ ଆମେ ସମସ୍ତେ ମିଳିମିଶି ଓମିକ୍ରନ ସଂକ୍ରମଣକୁ ରୋକିବାରେ ସମସ୍ତ ଉଚିତ ପଦକ୍ଷେପ ନେବା।

Leave a Reply

Your email address will not be published. Required fields are marked *