“ଆସିବା ପରଠୁ ଯିବା ପର୍ଯ୍ୟନ୍ତ ଆମକୁ ୪ଟା ପିଲା ଫଲୋ କରୁଛନ୍ତି”! ଶୁଣନ୍ତୁ କଣ କହୁଛନ୍ତି ତପସ୍ୱିନୀ ଓ ପ୍ରମିଳା ମାଉସୀ !

ତପସ୍ଵିନୀ ଓ ସୁମିତ୍ ଉଭୟ ହେଉଛନ୍ତି ପେଶା ରେ ଡାକ୍ତର । ପ୍ରଥମେ ବନ୍ଧୁ ଥିଲେ ଓ ପରେ ଉଭୟ ପ୍ରେମ କରି ହିଁ ବିବାହ କରିଥିଲେ । ଡିମ୍ପଲ ଙ୍କ କହିବା କଥା ଅନୁସାରେ ତାଙ୍କ ସ୍ବାମୀ ତାଙ୍କୁ ପ୍ରେମ କରିଲେ ଓ ତାଙ୍କ ଅନିଚ୍ଛା ସତ୍ତ୍ବେ ଭି ଗର୍ଭବତୀ କରିବା ପରେ ତାଙ୍କୁ ପୁଣି ଦୁଇ ଦୁଇ ଥରେ ଅବରେସନ୍ କରିଲେ ।

ତା ପରେ ପୁଣି ବିଚ୍ଛେଦ ଆଶା କରି ନିଜ ସ୍ତ୍ରୀ କୁ ଘର ଲୋକ ଙ୍କ ଦ୍ଵାରା ଯୋଜନାବଦ୍ଧ ହୋଇ ଘରୁ ବାହାର କରି ଦେଇଛନ୍ତି । ତେବେ କୋର୍ଟ ର ଶେଷ ଅର୍ଡର୍ କୁ ବେଖାତିର କରି ଉଭାନ ହୋଇଯାଇଥିଲେ ସୁମିତ । ତେବେ ଆଜି କୁ ୭ ଦିନ ପୁର୍ଣ୍ଣ ହେଇଥିବା ବେଳେ ଆସ୍କା ଥାନା ଆଇଆଇସି ଓ ସୁରକ୍ଷା କର୍ମୀ ଏହି ସାତ ଦିନ ର ଟିକିନିଖି ରିପୋର୍ଟ ମାନନୀୟ କୋର୍ଟ ରେ ଦାଖଲ କରିଛନ୍ତି ।

ତେବେ ଆସ୍କା ରେ ଏକ ଜଙ୍ଗଲ ଘେରା ରେ ଘର ଭିତରେ ୭ ଦିନ ର ଅବଧି ପାଇଁ ତପସ୍ଵିନୀ ଓ ତାଙ୍କ ସ୍ଵାମୀ ରହୁଥିଲେ । ତାଙ୍କୁ କେହି ସେଠାରେ ଅସୁବିଧା ରେ ନ ପକାଇ ପାରେ ସେଥିପାଇଁ ତାଙ୍କୁ ପୋଲିସ ସୁରକ୍ଷା ମଧ୍ୟ ଦିଆଯାଇଛି । ଏହି ଘଟଣା କୁ ନେଇ କଣ କହିଛନ୍ତି ସୁର ରାଉତରାୟ ଜାଣନ୍ତୁ ।

ଡିମ୍ପଲ ଙ୍କ ସ୍ବାମୀ ସୁମିତ୍ ସାହୁ ଙ୍କୁ ତାଙ୍କ ଶ୍ବଶୁର ପ୍ରମୋଦ ସାହୁ ସବୁ କିଛି ଛାଡ଼ି ଦବା ପାଇଁ କହୁଛନ୍ତି ଓ ଏହା ସହିତ କହିଛନ୍ତି କି ସେ ନିଜେ ତାଙ୍କ ସ୍ତ୍ରୀ ଙ୍କ ସହିତ ଗୋଟିଏ ନର ବଳି ଦେବୀ ଙ୍କ ପାଖକୁ ଯାଇଛନ୍ତି ଓ ଏହା ସହିତ କହିଛନ୍ତି କି ତାଙ୍କ ପୁଅ ଙ୍କୁ ଭି ଯାଇ ସେହି ଦେବୀ ଙ୍କୁ ପ୍ରଣାମ କରି ସବୁ କିଛି ଭଲ ଭଲରେ ହୋଇ ଯାଉ ବୋଲି କହିଛନ୍ତି । ଯାହା ପାଇଁ ଆଜି ଦୀର୍ଘ ୭ ଦିନ ହୋଇଯିବ ତାଙ୍କ ପତ୍ନୀ ଡିମ୍ପୋଲ୍ ଅରୋଫ ତପସ୍ଵିନୀ ତାଙ୍କ ସ୍ଵାମୀ ଘର ସାମ୍ନା ରେ ଅନଶନ ରେ ବସିଥିଲେ ।

ତେବେ ତପସ୍ଵିନୀ ନିଜ ମନ ରେ ବ୍ୟଥା କୁ କହିବାକୁ ଯାଇ କହିଛନ୍ତି ଯେ ସୁମିତ ତା ମନ୍ତ୍ରୀ ଙ୍କ ଭାଣିଜୀ ଙ୍କୁ ବିବାହ କରିବେ । ତପସ୍ଵିନୀ ତ ଆଉ ମନ୍ତ୍ରୀ ଙ୍କ ଝିଅ କି ଭାନୀଜି ନୁହ ନା । ତାଙ୍କ ପାଖରେ ନା ଅଛି ମନ୍ତ୍ରୀ ଙ୍କ ପାୱାର ନା ଅଛି ଅଧିକ ଟଙ୍କା । ତେବେ ଏସମସ୍ତ ଘଟଣାବଳୀ ପରେ ପୁଣି ଥରେ ତପସ୍ୱିନୀ ଆସି ଧାରଣା ରେ ବସିଛନ୍ତି ନିଜ ଶଶୁର ଘର ସାମ୍ନା ରେ ।

ତାଙ୍କୁ ପୁଣି ଥରେ ସହଯୋଗ କରିଛନ୍ତି ସମାଜ ସେବୀ ପ୍ରମିଳା ମାଉସୀ । ତେବେ ସେମାନେ ସେଠାରେ ଧାରଣା ରେ ବସିବା ଠାରୁ ୪ ଜଣ ପିଲା ତାଙ୍କୁ ଆସି ଖାଲି ଫୋଲୋ କରୁଥିବା ସନ୍ଦେହ କରିଛନ୍ତି ୨ ଜଣ । ତେଣୁ ତପସ୍ଵିନୀ ଙ୍କ ଜୀବନ କୁ ବିପଦ ରହିଛି ବୋଲି ପ୍ରମିଳା ମାଉସୀ ଆଶଙ୍କା କରିଛନ୍ତି ।

Leave a Reply

Your email address will not be published. Required fields are marked *