ସୁପରଷ୍ଟାର ମାନେ ସବୁବେଳେ ନିଜର କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ଥାଆନ୍ତି। କଳାକାର ମାନଙ୍କର ପ୍ରଶଂସକ ମାନେ ସବୁବେଳେ ସେମାନଙ୍କର ମନ ପସନ୍ଦ କଳାକାରଙ୍କର ରିଏଲ୍ ଲାଇଫ୍ ସମ୍ପର୍କରେ ଜାଣିବାକୁ ଇଛୁକ ଥାଆନ୍ତି। ସେମାନଙ୍କର ନୀତିଦିନିଆ ଜୀବନରେ ଟିକେ କିଛି ହୋଇଗଲେ ବି ତାହା ଚର୍ଚ୍ଚାର ବିଷୟ ପାଲିଟି ଯାଏ। ତେବେ କଳାକାର ମାନେ ନିଜର ଲାଇଫ୍ ଷ୍ଟାଇଲ୍, ନିଜର ଡ୍ରେସ୍ କୋର୍ଟ, ନିଜର ଫିଟନେସ୍ ଆଦିକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି।
ଆମ ଦେଶରେ ସବୁଠାରୁ ବେଶୀ ଚର୍ଚ୍ଚାରେ ଥାଆନ୍ତି ବଲିଉଡ୍ ର କଳାକାର ମାନେ, ସେମାନେ ସବୁବେଳେ ନିଜର କିଛି ନା କିଛି ଜିନିଷକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ତେବେ ଏବେ ବଲିଉଡ୍ ର ଭାଇଜାନ୍ ସଲମାନ୍ ଖାନ୍ ଚର୍ଚ୍ଚାକୁ ଆସିଛନ୍ତି। ଲୋକମାନେ ତାଙ୍କର ଖୁବ୍ ଚର୍ଚ୍ଚା କରୁଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କର ଏହି ଚର୍ଚ୍ଚାର କାରଣ କଣ ରହିଛି।
ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କର ବାନ୍ଦ୍ରା ୱେଷ୍ଟସ୍ଥିତ ଶିବ ଅସ୍ଥାନ ହାଇଟସ୍କୁ ଭଡ଼ା ଦେଇଛନ୍ତି। ଏହି ଘର ଭଡ଼ା ବାବଦେ ତାଙ୍କୁ ମାସିକ ୯୫ ହଜାର ଟଙ୍କା ମିଳିବ। ମୁମ୍ବାଇରେ ସଲମାନଙ୍କର କିଛି ପ୍ରପର୍ଟି ଅଛି। ଏଥିରୁ ଶିବ ଅସ୍ଥାନ ହାଇଟସ୍ ପ୍ରପର୍ଟି ଅନ୍ୟତମ। ଘରଟି ଖାଲିପଡିଥିଲା ସେଠି ସଲମାନ ନିଜେ ବି ରହୁ ନଥିଲେ।
ଏଣୁ ଏଥିରୁ କିଛି ଅର୍ଥ ଆୟ ହୋଇ ଯାଉ ଏହି ଆଶାରେ ସଲମାନ ଏହାକୁ ଭଡ଼ା ଦେଇଛନ୍ତି।ସଲମାନ ମୁମ୍ବାଇରେ ତାଙ୍କ ପିତାମାତାଙ୍କ ସହ ଏକ ଛୋଟ ଫ୍ଲାଟରେ ରହୁଛନ୍ତି, ଯେଉଁଥିରେ ସଲମାନଙ୍କର ଏକ ଛୋଟ ବଖରାଟିଏ ବି ଅଛି। ଏହି ଘରେ ସେମାନେ ବେଶ୍ ଆରାମରେ ଚଳିପାରୁଥିବା ସଲମାନ କହନ୍ତି। ଏଣୁ ବଡ଼ ଘର କିଣୁଥିଲେ ହେଁ ସେଠି ରହିବାକୁ କେହି ଆଗ୍ରହୀ ହେଉ ନାହାନ୍ତି।
ନିଜେ ସଲମାନ ପିତାମାତାଙ୍କୁ ଛାଡି ଅଲଗା ରହିବାକୁ ଅଗ୍ରହୀ ନୁହନ୍ତି। ଏଣୁ ଘର ଖାଲିପଡିବା ଅପେକ୍ଷା ଏଥିରୁ କିଛି ଆୟ ହୋଇ ଯାଉ ବୋଲି ସେ ଏବେ ଚାହୁଁଛନ୍ତି।ତେବେ ସଲମାନ ଯେଉଁ ଘରଟିକୁ ଭଡ଼ା ଦେଇଛନ୍ତି ତାହା ବେଶ ବିଳାଶମୟ। ଘରଟି ଆପାର୍ଟମେଣ୍ଟର ୧୪ତମ ମହଲାରେ ରହିଛି। ଏହା ୭୫୮ ବର୍ଘଫୁଟର ଏକ ବିଶାଳ ଘର। ତେବେ ସଲମାନ ଘରଟିକୁ ୩୩ ମାସ ଲାଗି ଭଡ଼ାରେ ଦେଇଛନ୍ତି।
ଘର ଭଡ଼ାରେ ନେଇଥିବା ବ୍ୟକ୍ତି ରେଜିଷ୍ଟ୍ରେସନ ବାବଦେ ୨.୮ ଲକ୍ଷ ଟଙ୍କା ପୈଠ କରିଛନ୍ତି। ସଲମାନ ବେଶ ମିତବ୍ୟୟୀ। ସେ ନିଜ ପୋଷାକ, ବିଳାଶ ବ୍ୟଶନରେ ଏତେ ବ୍ୟୟ କରନ୍ତିନି। ସେ ଆଜି ବି ନିଜର ୱାନ୍ ବିଏଚକେ ଘରେ ରହୁଛନ୍ତି। ସେ ଡ୍ରାଇଂ ରୁମର ସୋଫାରେ ଶୋଇପଡନ୍ତି ବୋଲି ତାଙ୍କର ନିକଟତମ ବନ୍ଧୁ ମହେସ ମାଞ୍ଜରେକର କହିଥିଲେ।