କାଗଜ ନୁହେଁ ବରଂ ଏହି ଜିନିଷରେ ତିଆରି ହୋଇଥାଏ ନୋଟ ! ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ !

ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରନ୍ତି। ଏଭଳି ଜୀବନ ବଞ୍ଚିବା ପାଇଁ ଟଙ୍କାର ମୁଖ୍ୟ ରୂପରେ ଆବଶ୍ୟକତା ରହିଛି ତେଣୁ ଲୋକମାନେ ଦିନ-ରାତି ଟଙ୍କା ଅର୍ଜନ କରିବା ପାଇଁ କଷ୍ଟ କରନ୍ତି। ସକାଳୁ ଉଠିବା ପାଖରୁ ନେଇ ରାତିରେ ଶୋଇବା ପର୍ଯ୍ୟନ୍ତ ଲୋକମାନଙ୍କ ମୁଣ୍ଡରେ କେବଳ ଗୋଟିଏ ଚିନ୍ତା ଥାଏ ତାହା ହେଉଛି କିଭଳି ଟଙ୍କା ରୋଜଗାର କରିବେ। ବିନା ଟଙ୍କାରେ ଜୀବନ ଅତିବାହିତ କରିବା ଅସମ୍ଭବ ଅଟେ।

କିଛି କିଣିବା ପାଇଁ ହେଉ ବା କିଛି ଖାଇବା ପାଇଁ ସବୁଥିରେ ଟଙ୍କାର ଆବଶ୍ୟକତା ଅଛି। ତେବେ ବନ୍ଧୁଗଣ ଆପଣମାନେ କଣ ଜାଣିଛନ୍ତିକି ଏହି ଟଙ୍କା ବା ନୋଟ କେଉଁଥିରେ ତିଆରି ହୁଏ। ଆଜି ଆମେ ଆପଣମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି।

ଆମେ ସମସ୍ତେ ଜାଣିଛୁ ଟଙ୍କା ବା ନୋଟ ଏକ କାଗଜ ଅଟେ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେଯେ, ଏହି ଟଙ୍କା ତିଆରି କରିବା ପାଇଁ କାଗଜର ବ୍ୟବହାର କରାଯାଏ ନାହିଁ। ଏକ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ନୋଟ ତିଆରି ପାଇଁ କାଗଜ ନୁହେଁ କପା ଓ ଏକ ସ୍ଵତନ୍ତ୍ର କଟନର ବ୍ୟବହାର କରାଯାଇଥାଏ। କାଗଜ ବ୍ୟବହାର କରିଲେ ନୋଟ ଗୁଡିକ ଅଧିକ ଦିନ ପର୍ଯ୍ୟନ୍ତ ଭଲ ରହିବ ନାହିଁ ଏବଂ ଖୁବ ଶୀଘ୍ର ତାହା ଚିରି ଯିବ।

ଆପଣମାନେ ଅନେକ ଥର ଦେଖିଥିବେକି ନୋଟ ବା ଟଙ୍କା ପାଣିରେ ଓଦା ହୋଇଗଲେ ମଧ୍ୟ ତାହା ଖରାପ ହୋଇନଥାଏ। ଏବଂ ଆମେ ତାକୁ ଖରାରେ ଶୁଖାଇ ପୁଣି ବ୍ୟବହାର କରିପାରୁ। ଏହି ସବୁ କାରଣ ପାଇଁ ନୋଟକୁ କାଗଜରେ ତିଆରି କରାନଯାଇ କପା ଓ କଟନରେ ତିଆରି କରାଯାଇଥାଏ। କାଗଜ ନୋଟ ତୁଳନାରେ କପାରେ ତିଆରି ହେଉଥିବା ନୋଟ ଅଧିକ ମଜବୁତ ଓ ଶକ୍ତ ଅଟେ।

ବନ୍ଧୁଗଣ କେବଳ ଭାରତ ନୁହେଁ ସମସ୍ତ ଦେଶରେ ନୋଟ ତିଆରି କରିବା ପାଇଁ କପାର ବ୍ୟବହାର କରାଯାଏ। କପାରେ ଲେନିନ ନାମକ ଏକ ଫାଇବାର ରହିଥାଏ, ଯେତେବେଳେ ନୋଟ ତିଆରି କରାଯାଇଥାଏ ସେତେବେଳେ କେବଳ କପା ନୁହେଁ ଗେଟଲିନକୁ ମଧ୍ୟ ବ୍ୟବହାର କରାଯାଇଥାଏ। ଯେଉଁଥିପାଇଁ ଅଧିକ ଦିନ ପର୍ଯ୍ୟନ୍ତ ଏହି ନୋଟ ଗୁଡିକ ଖରାପ ହୁଏ ନାହିଁ। ଆମ ଦେଶରେ ନୋଟ ଛପାଇବାର ଅଧିକାର କେବଳ ରିଜର୍ବ ବ୍ୟାଙ୍କ ପାଖରେ ଅଛି।

Leave a Reply

Your email address will not be published. Required fields are marked *