କିଡନି ଫେଲ୍ୟୁୟରକୁ କିପରି ରୋକିବେ ? ଜାଣନ୍ତୁ କଣ କହୁଛନ୍ତି ଡାକ୍ତର !

ଆମ ଶରୀର ଦୁଇଟି କିଡନି ଥାଏ। ଆମେ ଯାହାବି ଖାଉ ତାହା ହଜମ ହେବା ପରେ ସେଥିରୁ ଯାହାବି ଦରକାରୀ ଜିନିଷ ଥାଏ ସେଗୁଡିକ ଆମ ଶରୀରରେ ରହିଯାଏ। ଓ ଅଦରକାରୀ ଜିନିଷ ଗୁଡିକ କିଡନିକୁ ଚାଲିଆସେ। କିଡନି ଭିତରେ ତାହା ଫିଲଟର ହୁଏ ଓ ସେଠି ଯାହା ବି ଦରକାର ତାହା ଆମ ଶରୀର ଭିତରେ ରହିଯାଏ, ଅନ୍ୟ ଖାଦ୍ୟ ପଦାର୍ଥ ଓ ପାଣି ତାହା ବ୍ଳାଡରରେ ଆସି ଶରୀର ବାହାରକୁ ମୂତ୍ର ରୂପରେ ବାହାରିଯାଏ

ଅର୍ଥାତ କହିବା ପାଇଁ ଗଲେ କିଡନି ଆମ ଶରୀରରେ ଥିବା ବର୍ଜ୍ୟବସ୍ତୁ ଓ ଆମେ ପିଇଥିବା ଅତ୍ୟଧିକ ପାଣିକୁ ପରିସ୍ରା ଦେଇ ଆମ ଶରୀରକୁ ବାହାର କରିଦିଏ। କିଡନି ଆମ ଶରୀରରେ ବହୁତ ପ୍ରକାରର କାମ କରିଥାଏ। ବର୍ତ୍ତମାନ ଚାଳନ୍ତୁ ଜାଣିବା କିଡନି ଫେଲ କାହିଁକି ହୋଇଯାଏ? କହିଦେଉଛୁକି ଯଦି ଅଧିକ ଡାଏବେଟିସ ହୋଇଯାଏ ତେବେ ରକ୍ତରେ ସୁଗାର ବଢିଯାଏ, ଯେଉଁ କାରଣରୁ ବାରମ୍ବାର ଇନଫେକସନ ହୋଇଥାଏ ଓ ତାହା ଆମର କିଡନିକୁ ଡ୍ୟାମେଜ କରେ।

ବୟସ ବଢିବା ସହିତ କିଡନିର କାର୍ଯ୍ୟ କ୍ଷମତା ମଧ୍ୟ କମିଯାଏ ଓ ଯଦି ବୟସ୍କ ଲୋକମାନଙ୍କୁ ବ୍ଲଡ଼ ପ୍ରେସର ରୋଗ ଅଛି ତେବେ ସେହି ସମୟରେ ରକ୍ତର ପ୍ରବାହ ଅଧିକ ହେବା କାରଣରୁ ତାହା କିଡନି ଉପରେ ଚାପ ପକାଇଥାଏ। ଓ ସେହି ସମୟରେ ମଧ୍ୟ କିଡନି ଖରାପ ହୋଇଯାଏ। ବୃଦ୍ଧ ଅବସ୍ଥା ସମୟରେବି ବୟସ୍କ ଲୋକମାନଙ୍କ କିଡନି ଖରାପ ହୋଇଥାଏ। ଅନ୍ୟ କେତେକ କାରଣ ଯୋଗୁଁ ଓ କିଛି ଔଷଧର ଅତ୍ୟଧିକ ସେବନ ଯୋଗୁ କିଛି ଖାଦ୍ୟ ଯୋଗୁଁ ମଧ୍ୟ କିଡନି ଖରାପ ହୋଇପାରେ।

କିଡନି ସହିତ ଜଡିତ ରୋଗ ବିଷୟରେ କେମିତି ଜାଣିବେ। କହିବାକୁ ଗଲେ ୮୦ ପ୍ରତିଶତ କିଡନି ଖରାପ ହେବା ପରେହିଁ କିଛି ଲକ୍ଷଣ ନଜର ଆସେ। କିନ୍ତୁ ଏହା ସତ୍ବେ ମଧ୍ୟ ଆପଣ କିଡନିକୁ ଭଲ କରିପାରିବେ। ଯଦି କିଡନି ରୋଗ ଆରମ୍ଭ ହେଉଅଛି ତେବେ ଆପଣଙ୍କୁ କ୍ଳାନ୍ତ ଅନୁଭବ ହେବ, କୌଣସି କାମରେ ମନ ଲାଗିବ ନାହିଁ। ଏହା ଏଥିପାଇଁ ହୁଏ କାରଣ କିଡନିରେ ବ୍ଲଡ ତିଆରି ହୁଏ ଓ ଯଦି କିଡନି ଖରାପ ହୋଇଯାଏ ତେବେ ବ୍ଲଡ କମିଯାଏ ଓ ବ୍ଲଡ କମିଗଲେ ଏହିସବୁ ହୋଇଥାଏ।

ରାତିରେ ନିଦ ହବ ନାହିଁ ଓ ସକାଳେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇବେ। ଯଦି କିଡନିରେ ପାଣି ଜମୁଅଛି ତେବେ ଆପଣଙ୍କ କିଡନି ଖରାପ ହେଉଛି। ଆପଣଙ୍କର ଗୋଡ ଫୁଲିବ। ତେବେ ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ। ପ୍ରୋଟିନ କମିବା ଯୋଗୁ ବ୍ଲଡ ଭିତରେ ଯେଉଁ ପାଣି ରହିବା ଦରକାର ତାହା ଆପଣଙ୍କ ଟିସୁ ଭିତରେ ଜମା ହୋଇଯାଏ। ଏଥିପାଇଁ ଆଖି ଚାରିପଟ ଓ ମୁହଁ ଫୁଲିବା ମଧ୍ୟ ଆରମ୍ଭ ହୋଇଯାଏ। ଏହିଭଳି କିଛି ଯଦି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଯାହାଫଳରେ ଆପଣ ସୁସ୍ଥ ମଧ୍ୟ ହୋଇଯିବେ।

Leave a Reply

Your email address will not be published. Required fields are marked *