ବର୍ତମାନ ଓଡ଼ିଶା ଦେ ତପସ୍ଵିନୀ ଓ ସୁମିତ୍ ଙ୍କ ଖବର ଚାନ୍ଚଲ୍ୟ ସୃଷ୍ଟି କରିଛି । ତେବେ ନାନା ସୁରକ୍ଷାକର୍ମୀ ଙ୍କ ଘେରା ରେ ଆସ୍କା ରେ ଦମ୍ପତ୍ତି ରହିଥିଲେ ୭ ଦିନ । ତେବେ ଆଜି କୁ ୭ ଦିନ ପୁର୍ଣ୍ଣ ହେଇଥିବା ବେଳେ ଆସ୍କା ଥାନା ଆଇଆଇସି ଓ ସୁରକ୍ଷା କର୍ମୀ ଏହି ସାତ ଦିନ ର ଟିକିନିଖି ରିପୋର୍ଟ ମାନନୀୟ କୋର୍ଟ ରେ ଦାଖଲ କରିଛନ୍ତି । ତେବେ ଅପରପାର୍ଶ୍ବ ଓକିଲ ଅର୍ଥାତ୍ ସୁମିତ୍ ଙ୍କ ଓକିଲ ଅଦାଲତ ରେ ଆଉ ୭ ଦିନ ର ସମୟ ମହୁଲତ ମାଗିଥିଲେ ।
ସେମାନଙ୍କ ଓକିଲ କହିଛନ୍ତି ଆଉ ୭ ଦିନ ପରେ ସେ କାଉଣ୍ଟର ଦେବେ । ତେବେ ଏହି ପିଟିସନ କୁ ମଧ୍ୟ ମାନ୍ୟବର ଅଦାଲତ ଗ୍ରହଣ କରିଛନ୍ତି । ତେବେ ଏହି ୭ ଦିନ ଭିତରେ ହିଁ ଘଟିଯାଇଛି ନାନା ଘଟଣା । ତେବେ ସୁମିତ ଫେରାର ଥିବା ଘଟଣା ରେ ଗତକାଲି ସେ ନିଯେ ମନ୍ତବ୍ୟ ରଖିଛନ୍ତି ଯେ ସେ ଫେରାର ହୋଇନାହାନ୍ତି କି ତାଙ୍କୁ କିଦନାପ୍ ମଧ୍ୟ ହୋଇନାହିଁ । ତାଙ୍କ ଶରୀର ଅସୁସ୍ଥ ଅଛି । କୌଣସି ଏକ ସ୍ଥାନ ରେ ଶରୀର ର ପୀଡ଼ା ନିବାରଣ କରୁଛନ୍ତି ।
ତପସ୍ଵିନୀ ନିଜ ନାମ ଅର୍ଜନ ପାଇଁ ନିଜ ସ୍ବାମୀ ତଥା ଶଶୁର ଘର ଲୋକ ଙ୍କ ଇଜ୍ଜତ୍ ତଳେ ପକାଉଛନ୍ତି ନାନା ମିଥ୍ୟା କଥା କହି । ତେବେ ସୁମିତ କୌଣସି ଚାବି ଦିଆ କଣ୍ଢେଇ ନୁହେଁ ଯେ କୌଣସି ସ୍ଥାନ କୁ ଯିବାକୁ ହେଲେ ତପସ୍ଵିନୀ ଙ୍କ ଆଜ୍ଞା ନେବାକୁ ହେବ ବୋଲି । ଏପଟେ ତପସ୍ଵିନୀ ଗେଷ୍ଟ ହାଉସ ଛାଡ଼ିବା ସମୟ ରେ ତାଙ୍କ ପାଖରେ ମଧ୍ୟ କିଛି ପଇସା ନାହିଁ । ଏପରି କି ସେ କିଛି ଦିନ ମଧ୍ୟ ଭୋକିଲା ଥିଲେ । ତେବେ ତପସ୍ଵିନୀ ନିଜ ମନ ରେ ବ୍ୟଥା କୁ କହିବାକୁ ଯାଇ କହିଛନ୍ତି ଯେ ସୁମିତ ତା ମନ୍ତ୍ରୀ ଙ୍କ ଭାଣିଜୀ ଙ୍କୁ ବିବାହ କରିବେ ।
ତପସ୍ଵିନୀ ତ ଆଉ ମନ୍ତ୍ରୀ ଙ୍କ ଝିଅ କି ଭାନୀଜି ନୁହ ନା । ତାଙ୍କ ପାଖରେ ନା ଅଛି ମନ୍ତ୍ରୀ ଙ୍କ ପାୱାର ନା ଅଛି ଅଧିକ ଟଙ୍କା ।ସୁମିତ ଓ ତାଙ୍କ ଘରଲୋକ ତପସ୍ଵିନୀଙ୍କୁ ଦୋଷ ଦେଉଥିବା ବେଳେ ସେ କହିଛନ୍ତି କି, ଜଣେ ସାଧାରଣ ଘରର ଝିଅ ହେବା ହିଁ ତାଙ୍କର ସବୁଠୁ ବଡ ଭୁଲ୍ । ତାଙ୍କ ବାପାଙ୍କର କୋଟି କୋଟି ସମ୍ପତ୍ତି ନାହିଁ କି ମୁଣ୍ଡ ଉପରେ ନେତା, ମନ୍ତ୍ରୀଙ୍କର ହାତ ନାହିଁ ।