ସାଉଦି ଆରବ ରେ ମହିଳା ମାନେ ଭୁଲ୍ କଲେ ଏମିତି ଦଣ୍ଡ ମିଳେ | ଜାଣନ୍ତୁ ସାଉଦି ଆରବର ଏମିତି କିଛି ୧୦ଟି ନିୟମ,ଯାହାକୁ ଆପଣ ଜାଣି ନଥିବେ !

ଆପଣ ସାଉଦି ଆରବ ବିଷୟରେ ବହୁତ କିଛି ଶୁଣିଥିବେ, ସାଉଦିଆରବ ଭାରତ ଠାରୁ ଦେଢ଼ ଗୁଣ ଛୋଟ, କିନ୍ତୁ ବହୁତ ବଡ ଧନୀ ଦେଶ ଅଟେ। ଭାରତ ଠାରୁ ବହୁତ ଅଧିକ ଧନ ସମ୍ପତ୍ତି ସାଉଦି ଆରବ ପାଖରେ ଅଛି, କିନ୍ତୁ ଆମେ ଆଜି ଆପଣମାନଙ୍କୁ ସାଉଦି ଆରବର କିଛି ଏମିତି ନିୟମ ସମ୍ପର୍କରେ କହିବୁ

ଯାହାକୁ ଶୁଣିବା ପରେ ଭାରତୀୟ ମହିଳାମାନେ ଏହି କହିବେ ବହୁତ ଭଲ ହେଇଛି ଆମେ ଭାରତରେ ଜନ୍ମ ହୋଇଛୁ। ସାଉଦି ଆରବରେ ନାରୀ ମାନଙ୍କ ପାଇଁ ବହୁତ କଡା ନିୟମ କରାଯାଇଛି, ଯଦି ମହିଳାମାନେ ଏହି ନିୟମର ଉଲ୍ଲଘଂନ କରନ୍ତି ତାହାହେଲେ ତାଙ୍କୁ ଏମିତି ଦଣ୍ଡ ଦିଆଯାଏ, ଯାହାକୁ ଦେଖି ଆପଣ ଚକିତ ହୋଇ ପାରନ୍ତି।

ଇସଲାମ ଧର୍ମର ସବୁଠାରୁ ପବିତ୍ର ସ୍ଥାନ ମକ୍କା ଆଉ ମଦିନା ସାଉଦି ଆରବରେ ରହିଛି।ଏହା ବ୍ୟତୀତ ସାଉଦି ଆରବରେ ସବୁଠାରୁ ଅଧିକ ପ୍ରସିଦ୍ଧ ଏଠାକାର ତେଲ, ବାଲି ଓ ଏଠାକାର କଠୋର ନିୟମ। ଏଠି ଦୋଷ କରିଲେ ଅନ୍ୟ ଦେଷ ଭଳି କ୍ଷମା ମିଳେନି ସିଧାସଳଖ ମିଳେ ଦଣ୍ଡ, ତାହା ପୁଣି ଆଇନ ଅନୁସାରେ ନୁହଁ କୋରାନ୍ ଅନୁସାରେ। ସାଉଦି ଆରବ ଗୋଟେ ଛୋଟ ଦେଶ, ଏଠାକାର ଜନସଂଖ୍ୟା ସମୁଦାୟ ୩,୫୨,୪୪୦୦୦ ପାଖାପାଖି, ଯାହା ଆମ ଓଡିଶା ରାଜ୍ୟର ଜନସଂଖ୍ୟା ଠାରୁ ଟିକେ କମ୍, ଏବଂ ଏହା ୨.୧୫ ମିଲିୟନ୍ ବର୍ଗ କି.ମି ପର୍ଯ୍ୟନ୍ତ ବିସ୍ତାର ହୋଇ ରହିଛି।

ଏହି ଦେଶରେ ଯୌବନ ଲୋକ ମାନଙ୍କ ସଂଖ୍ୟା ଅଧିକ ରହିଛି, ପ୍ରାୟ ୪ଜଣଙ୍କ ଭିତରୁ ଜଣଙ୍କର ଆୟୁ ୩୫ବର୍ଷରୁ କମ୍ ହୋଇଥାଏ, ଏଥିପାଇଁ ଏହାକୁ ଯୌବନ ମାନଙ୍କର ଦେଶ ବୋଲି ବି କୁହାଯାଏ। ଛୋଟ ଦେଶ ହେଇ ମଧ୍ୟ ଏହି ଦେଶର ରକ୍ଷା ବଜେଟ୍, ଦୁନିଆର ୪ନମ୍ବର ସ୍ତରରେ ଅଛି। ଭଲ ମୂଲ ମିଳିବା କାରଣରୁ ହଜାର ହଜାର ଭାରତୀୟ, ପାକିସ୍ତାନୀ ଆଉ ବାଂଲାଦେଶୀ ମାନେ ସେଠାକୁ ଯାଆନ୍ତି। ଏଠି ପାଖାପାଖି ୫୩% ଲୋକ ବାହାର ଦେଶର ଅଟନ୍ତି।

ସାଉଦି ଆରବ ଇସଲାମକୁ ମାନୁଥିବା ଲୋକ ମାନଙ୍କ ପାଇଁ ଏକ ପବିତ୍ର ସ୍ଥାନ ଅଟେ। ମୁସଲିମମାନେ ମାନୁଥିବା ଦୁଇଟି ବଡ ସହର ମକ୍କା ଓ ମଦିନା ଏଠାରେ ଅଛି, ଏହି କାରଣରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ହଜ୍ ଯାତ୍ରୀ ଏଠାକୁ ହଜ୍ କରିବା ଉଦ୍ଧେଶ୍ୟରେ ଆସନ୍ତି। ଇସଲାମକୁ ମାନୁଥିବା ଲୋକଙ୍କ ବ୍ୟତୀତ ଅନ୍ୟ କେହି ଲୋକ ଏଠାକୁ ଯିବା ମନା ଅଟେ।

ଯେଉଁଠି ଭାରତରେ ମୃତ୍ୟୁର ଦଣ୍ଡ ମିଳିବା ପାଇଁ ବହୁତ ବର୍ଷ ଲାଗିଯାଏ,ସାଉଦି ଆରବରେ ମୃତ୍ୟୁ ଦଣ୍ଡ ଦେବାରେ ଦୁନିଆରେ ୪ନମ୍ବରରେ ରହିଛି ଏବଂ ଖଣ୍ଡାରେ ମୁଣ୍ଡକୁ କାଟି ଦଣ୍ଡ ଦେବା ସାମାନ୍ୟ କଥା ଅଟେ। ଆଉ ଯଦି କେହି ରେଫ୍ କେସ୍ ରେ ଏଠି ଧରା ପଡିଯାଏ ତାହାହେଲେ ତାକୁ ମାଟିରେ ବେକ ପର୍ଯ୍ୟନ୍ତ ପୋତି ଦିଅନ୍ତି, ଆଉ ତା ମୁଣ୍ଡକୁ ସେପର୍ଯ୍ୟନ୍ତ ପଥରରେ ମାରନ୍ତି ଯେପର୍ଯ୍ୟନ୍ତ ସେହି ଲୋକଟି ନ ମରି ଯାଇଛି। ଏହା ବ୍ୟତୀତ ଏଠାରେ ଛୋଟ ଛୋଟ ଭୁଲ୍ ପାଇଁ ଚାବୁକ୍ ରେ ମାଡ ମଧ୍ୟ ଗୋଟେ ସାଧାରଣ କଥା ଅଟେ।

ସାଉଦି ଆରବରେ ମହିଳା ମାନଙ୍କ ପାଇଁ ବହୁତ କଡା ନିୟମ କରାଯାଇଛି –

:- ଏଠାରେ ମହିଳା ମାନଙ୍କର ଅଣ୍ଡର ଗାର୍ମେଣ୍ଡକୁ କେବଳ ମହିଳା ମାନେ ହିଁ ବିକ୍ରି କରି ପାରିବେ, ଏବଂ ସେଠାକୁ ପୁରୁଷ ମାନଙ୍କୁ ଯିବା ପାଇଁ ପାବନ୍ଧି ଅଛି।

:- ସାଉଦି ଆରବରେ ମହିଳାମାନେ ଅବାୟତ୍ ବା ବୁର୍ଖା ବିନା ବାହାରକୁ ବାହାରି ପାରିବେ ନାହିଁ।

:- ମହିଳାମାନେ ନିଜ ଘରର ପୁରୁଷଙ୍କ ବ୍ୟତୀତ ଅନ୍ୟ କେଉଁ ପୁରୁଷଙ୍କ ସହ ମିଳା ମିଶା କରି ପାରିବେ ନାହିଁ।

:- ଯଦି କେହି ମହିଳା ମାନେ ବାହାରକୁ ଯାଆନ୍ତି ତେବେ ତାଙ୍କ ହାତ ଓ ଆଖି ଛଡା ଆଉ କିଛି ବି ଦେଖାଯିବ ନାହିଁ।

:- ଯଦି କୌଣସି ବ୍ୟକ୍ତି ପର୍ଣ୍ଣ ଦେଖିବା ବେଳେ ଧରା ପଡିଗଲା, ତାହାହେଲେ ତାକୁ କଠୋର ଦଣ୍ଡ ଦିଆଯାଏ।

:- ସାଉଦି ଅରବରେ ଭାଲେଣ୍ଟାଇନ୍ ଡେ ପାଳନ କରିବା ପୂରାପୂରି ମନା ଅଛି, ଆଉ ଯଦି ସେହିଦିନ ହୃଦୟ ଆକାରର ବସ୍ତୁ କେହି ଧରିଥାଏ, ତାହାହେଲେ ସେ ମାଡ ଖାଇବା ନିଶ୍ଚିତ ଅଟେ।

:- ମହିଳାମାନେ ଜନ୍ମ ଠାରୁ ମରଣ ପର୍ଯ୍ୟନ୍ତ ନିଜ ଗାଡିଆନ୍ ଙ୍କ କଷ୍ଟଡିରେ ରୁହନ୍ତି। ନିଜ ଗାଡିଆନ୍ ଙ୍କ ବିନା ଅନୁମତିରେ ସେସାନେ କିଛି ବି କରି ପାରିବେନି।

:- ଏଠାକାର ଝିଅ ମାନଙ୍କୁ ବହୁତ କମ୍ ବୟସରେ ବାହାଘର କରି ଦିଆଯାଏ, ଆଉ ସେମାନଙ୍କୁ ସେମାନଙ୍କ ଠାରୁ ୨୪,୨୫ ବର୍ଷ ବୟସ ଅଧିକ ପିଲା ମାନଙ୍କ ସହିତ ସେମାଙ୍କର ବାହାଘର କରିଦିଆ ଯାଏ।

:- ବାହା ହେଉଥିବା ଝିଅ କେବେବି ଜାଣି ନଥାଏ ଯେ ସେ କାହାକୁ ବାହା ହେଉଛି ବୋଲି।

Leave a Reply

Your email address will not be published. Required fields are marked *