ବିଲାତି ଚାଷକରି ଏହି ୫ ଜଣ ମହିଳା ହୋଇଗଲେ ଲକ୍ଷପତି ! ଜାଣନ୍ତୁ ସେମାନଙ୍କର ସଫଳତାର କାହାଣୀ,ଯେଉଁଥିରୁ ଆପଣଙ୍କୁ କିଛି ପ୍ରେରଣା ମିଳିବ !

ବିଲାତି ଚାଷ କରି ଏହି ୫ଜଣ ମହିଳା ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହିତ ଅନ୍ୟ ଚାଷୀ ଏବଂ ମହିଳାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଏଭଳି କିଛି ଆଶ୍ଚର୍ଯ୍ୟ କରି ଦେଖାଇଛନ୍ତି କେନ୍ଦୁଝର ସଦରବ୍ଲକ ଅନ୍ତର୍ଗତ ତଳକୁସୁମିତା ଗାଁର କେତୋଟି ସ୍ଵୟଂ ସହାୟକ ଗୋଷ୍ଠୀର ଏହି ୫ଜଣ ମହିଳା। ଆଗ୍ରିକଲଚର ପ୍ରଡ଼କ୍ସନ କ୍ଲଷ୍ଟର ପ୍ରକଳ୍ପ ମାଧ୍ୟମରେ ଏମାନେ ଏକ ଗୋଷ୍ଠୀ ତିଆରି କରି ଖରିଫ ଋତୁରେ ବିଲାତି ଚାଷ କରିବା ପାଇଁ ଅଣ୍ଟା ଭିଡିଥିଲେ।

ପ୍ରାୟ ଲକ୍ଷେ ଟଙ୍କା ଋଣ ଆଣି ଏମାନେ ଜୁଲାଇ ମାସରୁ ଚାରା ପ୍ରସ୍ତୁତ କରିଥିଲେ। ଏବଂ ସାଢେ ଚାରି ଏକର ଜମିରେ ସେ ବିଲାତି ଚାଷ ଆରମ୍ଭ କରିଥିଲେ। ସ୍ଥାନୀୟ ଏକ ସ୍ଵେଚ୍ଛାସେବୀ ସଂଗଠନ ବୈଷୟିକ ସହାୟତା ଯୋଗାଇ ଦେଇଥିଲା। ଗତ ଅକ୍ଟୋବର ମାସରୁ ଏମାନେ ବିଲାତି ଉତ୍ପାଦନ ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏମାନେ ପ୍ରାୟ ୬ ଲକ୍ଷ ୫୦ ହଜାର ଟଙ୍କାର ବିଲାତି ବିକ୍ରି କରି ସାରିଲେଣି। ମିଳିଥିବା ଲାଭରୁ ଋଣ ଟଙ୍କା ଶୁଝିବା ସହ ଏହି ମହିଳାମାନେ ୫ଲକ୍ଷ ଟଙ୍କା ଲାଭ ମଧ୍ୟ କରିଛନ୍ତି ।

ଯାହାକୁ ସେମାନେ ପରସ୍ପର ମଧ୍ୟରେ ଭାଗ ବାଣ୍ଟ କରି ନେଇଛନ୍ତି। ଆଗକୁ ଆହୁରି କିଛି ଲକ୍ଷ ଟଙ୍କା ଲାଭ ପାଇବାକୁ ଆଶା କରିଛନ୍ତି ଏହି ମହିଳାମାନେ। ଲଗାଣ ବର୍ଷା ଏମାନଙ୍କୁ ଅସୁବିଧାରେ ପକାଇ ଦେଇଥିଲା। ନଚେତ ଆହୁରି ଅଧିକ ଲାଭ ମିଳି ପାରିଥାନ୍ତା। ସେହି ଅଞ୍ଚଳରେ ଅଧିକ ପରିମାଣରେ ପାରିବା ଚାଷ ହୁଏ। କିନ୍ତୁ ଶୀତଳଭଣ୍ଡାର ଅଭାବରୁ ଚାଷୀମାନେ କମଦାମରେ ପରିବା ଚାଷ କରିବାକୁ ବାଧ୍ୟ ହୁଅନ୍ତି। କିନ୍ତୁ ଏହି ମହିଳାମାନେ ଚାଷ କରୁଥିବା ବିଲାତି ସବୁ କଲେକ୍ଟିଭ ମାର୍କେଟିଂ କରାଯାଉଛି।

ଯାହାଦ୍ୱାରା ଏହି ମହିଳା ଚାଷୀମାନେ ତାଙ୍କ ଚାଷର ମୂଲ୍ୟ ପାଇ ପାରୁଛନ୍ତି। ଏବଂ ତାଙ୍କ ଉତ୍ପାଦନ ସବୁ ଭଲ ଭାବରେ ବିକ୍ରି ହୋଇପାରୁଛି। ଏହି ସମୟରେ ଯେଉଁ ମା’ମାନେ ସବୁ ବସି ରହିଛନ୍ତି ସେମାନେ ଯଦି ଏହିଭଳି କିଛି କାର୍ଯ୍ୟ ଆରମ୍ଭ କରନ୍ତି ତେବେ ନିଶ୍ଚୟ ଫଳପ୍ରଦ ହେବେ ବୋଲି ସେମାନେ ଉତ୍ସାହ ମଧ୍ୟ ଦେଇଛନ୍ତି।

ସେଠାରେ ସଦରବ୍ଲକ ମାନଙ୍କରେ ୨୪ଟି ପ୍ରଡ୍ୟୁସର ଗ୍ରୁପ ତିଆରି କରାଯାଇଛି, ଆଉ ସ୍ଥାନୀୟ ସ୍ଵେଚ୍ଛାସେବୀ ସଂଗଠନମାନେ ଖଣିଜ ପାଣ୍ଠି ଅଞ୍ଚଳ ଗୁଡିକୁ କିଛି ମାତ୍ରାରେ ଋଣ ପ୍ରଦାନ କରୁଛନ୍ତି। ଏହାର ସହାୟତାରେ ଋଣ ନେଇ ସେମାନେ ଚାଷ କରିପାରିବେ ବୋଲି ସ୍ଥାନୀୟ ସ୍ଵେଚ୍ଛାସେବୀ ସଂଗଠନର ସଦସ୍ୟମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *