ସାମ୍ପ୍ରତିକ ସମାଜରେ ଅନ୍ୟାୟ ଅତ୍ୟାଚାର ଅଧର୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରାଣୀ ସମାଜ ସର୍ବଦା କଳୁଷିତ ପଥ ଦେଇ ଅତିକ୍ରମ କରୁଛି । ଶ୍ରୀମଦ୍ ଭଗବତ ଗୀତା ରେ କୁହାଯାଇଛି ଯେ ସଂସାରରେ ଯେତେବେଳେ ଅଧର୍ମର ସୀମା ବଢିଯିବ , ସ୍ଵୟଂ ଭଗବାନ ସେତେବେଳେ ଅବତାର ଗ୍ରହଣ କରି ଅଧର୍ମ ର ବିନାଶ କରିବେ । ଆଜି ମଧ୍ୟ ସେହିଭଳି ପରିସ୍ଥିତି ଉପୁଜିଛି ।
ମହାମାରୀ ଆଦି ରୋଗ ନିମିତ୍ତ ସଂସାରରେ ହା ହା କାର ସୃଷ୍ଟି ହୋଇଛି । ମନୁଷ୍ୟ ସତେ ଯେପରି ପୋକ ମାଛି ପରି ମୃ-ତ୍ୟୁ ବରଣ କରୁଛି । ତେବେ ଅତୀତ ବର୍ତ୍ତମାନ ଭବିଷ୍ୟତ କୁ ଆସନ୍ତୁ ଜାଣିବା କିଛି ତଥ୍ୟ । ଯାହାକି ୬୦୦ ବର୍ଷ ତଳୁ ପଞ୍ଚସଖା ସମାଜ କଲ୍ୟାଣ ନିମିତ୍ତ ରଚନା କରିଯାଇଛନ୍ତି । ମାଳିକା ରେ ଭୂତ ଭବିଷ୍ୟତ ସବୁ କିଛି ବହୁ ବର୍ଷ ତଳେ ପଞ୍ଚସଖା ରଚନା କରିଛନ୍ତି ।
ଅନେକ କଥା ଏହି ମାଳିକା ରେ ଲିପିବଦ୍ଧ ହୋଇଛି । ସମୟ ସହିତ ଏହା ସତରେ ମଧ୍ୟ ପରିଣତ ହେଉଛି । ଯେଉଁ ଯେଉଁ କଥା ସବୁ ମାଳିକା ରେ ବର୍ଣ୍ଣନା ହୋଇଛି ସମୟ ଅନୁସାରେ ତାହା ଘଟି ଚାଲିଛି । ମାଳିକା ରେ ଭବିଷ୍ୟତ କୁ ଲକ୍ଷ କରି କରନା ବିଷୟ ରେ ମଧ୍ୟ ଲେଖା ଯାଇଥିଲା । ଅଜଣା ଭାଇରସ ଆସି ଲୋକ ଙ୍କ ଜୀବନ ନେବ । ଆଜି କରନା ରେ ଲକ୍ଷ ଲକ୍ଷ ସଂଖ୍ୟାର ଲୋକ ଙ୍କ ମୃତ୍ୟୁ ଘଟିଛି । ଅନେକ କିଛି ଲିପିବଦ୍ଧ ଘଟଣା ସବୁ ସତ ହୋଇ ଚାଲିଛି । ଆଗାମୀ ୨୦୨୦ ମସିହା ରେ ହେବାକୁ ଯାଉଥିବା ଘଟଣା ବିଷୟ ରେ ଜଣାଇବୁ ।
ଏହି ବିଷୟ ରେ ମାଳିକା ଗବେଷକ ଛୁଆ ବାବା କହିଛନ୍ତି ଜେ ଆଗକୁ ଘଟିବା ଘଟଣା ୨୦୨୧ ମସିହା ରୁ ଦେଖା ଦେଲାଣି । ଏହା ଶ୍ରୀମନ୍ଦିର ରେ ଦେଖିବାକୁ ମିଳି ଥିଲା । ଆଗାମୀ ସମୟ ରେ ଅଗ୍ନିବର୍ଷା ହେବ । ଭାରତ ସହିତ ଅନେକ ଯୁଦ୍ଧ ମଧ୍ୟ ହେବ । ବର୍ଷା ନ ହୋଇ ମଧ୍ୟ ନଇବଡ଼ି ହେବ । ଅନେକ ସମସ୍ୟା ଉପୁଜିବ ଯାହାକୁ କେହି ଆକଳନ ମଧ୍ୟ କରି ନ ଥିବେ । ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ କରନା ଭୁତାଣୁ ର ଟୀକା ନେବାକୁ ହେବ । ୨୦୨୨ ରୁ ୨୦୨୬ ମସିହା ପର୍ଯ୍ୟନ୍ତ ଭୟଙ୍କର ସମୟ ରହିବ ।
ଏହି ସମୟ ରେ ଲୋକ ମାନେ ଅନେକ ଅସୁବିଧା ର ସମ୍ମୁଖୀନ ହେବେ । ପୋକ ମାଛି ପରି ଲୋକ ମାନଙ୍କ ମୃତ୍ୟୁ ହେବ । ସେତେବେଳେ ମଣିଷ ଭଗବାନ ଙ୍କୁ ଖୋଜିବ ଧର୍ମ ର ରାସ୍ତା ଅନୁସରଣ କରିବ । ମାତ୍ର ବେଳ ଥାଉ ଥାଉ ସଜାଗ ରହିଲେ ଏହି କଳିଯୁଗ ରୁ ବର୍ତ୍ତି ପାରିବେ ।