ଏହି କିଛିଦିନ ହେବ ଆମ ଓଡିଶାର ବ୍ରହ୍ମପୁର ସହରର ତପସ୍ୱିନୀ ଆଉ ସୁମିତଙ୍କ ଖବର ରାଜ୍ୟ ସାରା ଲୋକଙ୍କ ମୁହଁରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି।ଅଷ୍ଟମ ଦିନରେ ସୁମିତ ପତ୍ନୀ ତପସ୍ୱିନୀଙ୍କୁ ଛାଡ଼ି ପଳାଇ ଗଲେ । ଯାହା ଯାଇଛନ୍ତି ଯେ ଯାଇଛନ୍ତି । ଆଉ ଫେରିନାହାନ୍ତି । ହଜିଲା ସ୍ୱାମୀଙ୍କ ଫେରିବା ରାସ୍ତାକୁ ଚାହିଁ ଚାହିଁ ଆଜି ପୁଣି ଥରେ ଏସ୍ଡିଜେଏମ୍ଙ୍କ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ତପସ୍ୱିନୀ । ଡାକ୍ତର ସୁମିତ ସାହୁ କୋର୍ଟଙ୍କ ନିର୍ଦ୍ଦେଶକକୁ ଅବମାନନା କରିଛନ୍ତି ବୋଲି ତପସ୍ୱିନୀ ପିଟିସନ୍ରେ ଦର୍ଶାଇଛନ୍ତି ।
ତେବେ ନିର୍ଦ୍ଦେଶ ମୁତାମକ ସୁମିତ ମୋ ସହିତ ରହିବେ ଓ ମୋ’ ଦାୟିତ୍ୱ ନେବେ କଥା ।କିନ୍ତୁ ଗତ ଚାରି ଦିନ ହେଲେ ସେ କୋର୍ଟଙ୍କ ନିର୍ଦ୍ଦେଶ ଅମାନ୍ୟ କରିଛନ୍ତି । ମୋତେ ଛାଡି କେଉଁ ଆଡେ ଚାଲି ଯାଇଛନ୍ତି । ମୁଁ ଏବେ କେମିତି ଅଛି? କଣ ଖାଉଛି? ସେକଥା ଜମାରୁ ବୁଝୁନାହାନ୍ତି । ତେଣୁ ବାଧ୍ୟହୋଇ ପୁଣି ଥରେ ଏସ୍ଡିଜେଏମ୍ରେ ପିଟିସନ୍ ଦାଖଲ କରିଛି।ଏହା ପରେ ଏସ୍ଡିଜେଏମ୍ ଯାହା ନିର୍ଦ୍ଦେଶ ଦେବେ ତାହା ମୁଁ ପାଳନ କରିବି ବୋଲି ତପସ୍ୱିନୀ କହିଛନ୍ତି।
ଡିମ୍ପଲ୍ କହିଲେ କି, ତାଙ୍କୁ ଜଣେ ମିଡିଆ ଭାଇ ଆସି କହିଲେ କି ସେ ପୁଣି ପାଞ୍ଚଦିନ ପାଇଁ ଛୁଟି ପକେଇଛନ୍ତି, ଏଥିପାଇଁ ସେ ଇନ୍ଚାର୍ଜ ଅଶୋକ ସାରଙ୍କୁ ମେଲ୍ କରିଛନ୍ତି। ସାର କିନ୍ତୁ କହିଲେ କି, ଯେହେତୁ ମୁଁ ଦଶଦିନର ଛୁଟି ତାଙ୍କୁ ଦେଇ ସାରିଛି ଆଉ ମୁଁ ଛୁଟି ଦେଇ ପାରିଡିନି, ସେଥିପାଇଁ ସେ ସିଡିଏମୋଙ୍କୁ ରିପୋର୍ଟ ଟି ଫର୍ୱାଡ୍ କରିଦେଇଛନ୍ତି। ଏହାପରେ ତାଙ୍କ ଉପରେ ନିର୍ଭର କରେ ସେ ଯଦି ଛୁଟି ଦେବେ ତ, ହେଲେ ଏହି ସମ୍ବନ୍ଧରେ ଡିମ୍ପଲ୍ ଙ୍କୁ କିଛି ବି ଖବର ଦିଆ ଯାଇନାହିଁ, ମିଡିଆ ଥ୍ରୋ ରୁ ସେ ଜାଣିବାକୁ ପାଇଛନ୍ତି।
ଏତେ ସବୁ ଜାଣିବା ପରେ କି ସେ ସମସ୍ତଙ୍କୁ ଠକୁଛନ୍ତି, ଦୁନିଆକୁ ଠକୁଛନ୍ତି ବୋଲି, ଏହାପରେବି ସିଡିଏମୋ ଯଦି ତାଙ୍କୁ ଛୁଟି ଦେବେ ତେବେ ସେଇଟା ତାଙ୍କର ନିଷ୍ପତ୍ତି। ତାଙ୍କ କଣ୍ଟାକ୍ଟରେ କେହିବି ନାହାଁନ୍ତି, ଡିମ୍ପଲ୍ କଲ୍ କରୁଛନ୍ତି ହେଲେ ତାଙ୍କର ଗୋଟିଏ ନମ୍ବରକୁ ସେ ବ୍ଲାକ୍ ଲିଷ୍ଟରେ ପକାଇଛନ୍ତି ଆଉ ଗୋଟେ ସୁଇଚ୍ ଅଫ୍ ଅଛି। ୧୭ରେ ଯାହାକି ଜଣାପଡିବ, ଡିମ୍ପଲ୍ କୋର୍ଟ ଯାଇଥିଲେ ସେ ସେଠାରେ ତାଙ୍କର ସମସ୍ତ ଦୁଃଖ ଶୁଣାଇଥିଲେ ଏହାପରେ କୋର୍ଟ କହିଛନ୍ତି କି ୧୭ରେ ଶୁଣାଣି ହେବ ଏବଂ ସେ ଯାହା ଭୁଲ୍ କରିଛନ୍ତି ତାହାର ତାଙ୍କୁ ଦଣ୍ଡ ମିଳିବ।