ଯୁବତୀଙ୍କ ଟିକ୍ ଟକ ଭିଡ଼ିଓ ଦେଖି ଭଲ ପାଇଥିଲେ,ଆଉ ଏବେ ବିବାହ କରିବା ପାଇଁ କରୁଛନ୍ତି ଏହି ଦାବି !

ବିଶ୍ଵାସ କରିବାର ପରିଣତି ବେଳେ ବେଳେ ଏମିତି ହୁଏ ଯେ ଆପଣ ତାହା କଳ୍ପନା ବି କରିପାରିବେନି । ସେମିତି ଏକ ଯୁବତୀ ବିଶ୍ୱାସ କରି ଭଲ ପାଈ ଥିଲେ ହେଲେ ବିଶ୍ଵାସ ର ଫଳ ତାଙ୍କୁ ଅବିଶ୍ବାସ ମିଳିଥିଲା ।ତେବେ ଆସନ୍ତୁ ଜାଣିବା କଣ ଘଟିଥିଲା । ଆଚାର୍ଯ୍ୟ ଙ୍କ ପୁଅ ରଞ୍ଜନ ଆଚାର୍ଯ୍ୟ ଭୁବନେଶ୍ଵର ରେ ରହି ହୋଟେଲ୍ ମ୍ୟାନେଜମେଣ୍ଟ କରୁଥିଲେ । ଜଣେ ଯୁବତୀ ଙ୍କ ଟିକଟକ ଭିଡିଓ ଦେଖି ତାକୁ ଭଲ ପାଇ ବସିଥିଲେ । ଜ୍ୟୋତି ନାମକ ଜଣେ ପିଲା ଉଭୟ ରଞ୍ଜନ ଓ ଯୁବତୀଙ୍କ ସାଙ୍ଗ ଥିଲେ। ତେଣୁ ଜ୍ୟୋତିଙ୍କ ଜରିଆରେ ରଞ୍ଜନ ଓ ଯୁବତୀ ଉଭୟଙ୍କ ସହ ପରିଚିତ ମଧ୍ୟ ହୋଇଥିଲେ।

ରଞ୍ଜନ ଯୁବତୀ ଙ୍କୁ ଭଲ ପାଇବା କଥା ପ୍ରକାଶ କରି କହିଥିଲେ ହେଲେ ଯୁବତୀ କିଛି ଦିନ ସମୟ ମାଗିଥିଲେ କିଛି ଦିନ ଗଲା ପରେ ଯୁବତୀ ତାଙ୍କୁ ସ୍ୟୁକର କରିଥିଲେ ଏବଂ ପରେ ଉଭୟ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିଲେ। ରଞ୍ଜନ ଓ ଯୁବତୀ ଏକ କପଲ୍ ଭାବେ ଅନେକ ସମୟ ଅତିବାହିତ କରିଥିଲେ। ରଞ୍ଜନ ସବୁବେଳେ ଶାରୀରିକ ସମ୍ପର୍କ ରଖିବାକୁ ଯୁବତୀ କୁ କହୁଥିଲେ । ଯୁବତୀ ଜଣଙ୍କ ବିବାହ ପୂର୍ବରୁ ସମ୍ପର୍କ ରଖିବାକୁ ମନା କରୁଥିଲେ ମଧ୍ୟ ରଞ୍ଜନ ଙ୍କୁ ଭଲ ପାଉଥିବାରୁ ଏଥିପାଇଁ ରାଜି ମଧ୍ୟ ହୋଇ ଯାଉଥିଲେ।

ସେମାନେ ହୋଟେଲ୍ ପାର୍କ ଆଦି ବୁଲାବୁଲି ମଧ୍ୟ କରନ୍ତି। ଯୁବତୀ ରଞ୍ଜନଙ୍କୁ ବିବାହ କଥା କହିବାରୁ ରଞ୍ଜନ କହୁଥିଲେ ଯେ ମୋର ଘର କାମ ଚାଲିଛି ଘର କାମ ସରିଲା ପରେ ବିବାହ କରିବା ଏହି ପରି ବାହାନା କରୁଥିଲେ । ଅନ୍ୟପଟେ ଯୁବତୀଙ୍କ ବାପା ଶ୍ୱାସଜନିତ ସମସ୍ୟାରେ ଅସୁସ୍ଥ ଥିବାରୁ ସେ ହସ୍ପିଟାଲ୍ ରେ ଭର୍ତ୍ତି ମଧ୍ୟ ଥିଲେ। ରଞ୍ଜନ କୋର୍ଟ ମ୍ୟାରେଜ୍ ପାଇଁ ଜମା ରାଜି ନଥିଲେ।

ବର୍ତ୍ତମାନ ସବୁକିଛି ସରିବା ପରେ ରଞ୍ଜନ ଯୁବତୀ କୁ ପାଞ୍ଚଲକ୍ଷ ଟଙ୍କା ଯୌତୁକ ଦେବା କୁ ଦାବି କରିଥିଲେ । 5 ଲକ୍ଷ୍ୟ ଦେଲେ ବିବାହ କରିବେ ବୋଲି କହୁଥିଲେ । ଯାହା କି ଯୁବତୀଙ୍କ ପକ୍ଷେ ଅସମ୍ଭବ।ଘର ଦ୍ଵାର ବିକିଦେଲେ ମଧ୍ୟ ତାଙ୍କର ପାଞ୍ଚ ଲକ୍ଷ ଟଙ୍କା ହେବନାହିଁ। ତେବେ ଲୋକେ କହିଛନ୍ତି ଯେ ଯଦି ଯୁବତୀଙ୍କ ସହିତ ରଞ୍ଜନଙ୍କର ସେଭଳି ସମ୍ପର୍କ ରହିଛି ତେବେ ବାହା ହେବା ନିହାତି ଆବଶ୍ୟକ। ଏବେ ଅପେକ୍ଷା ଦୁହିଁଙ୍କ ସମ୍ପର୍କ କେଉଁ ମୋଡ଼ ନେବ।

Leave a Reply

Your email address will not be published. Required fields are marked *