ଏହି କିଛିଦିନ ହେବ ଆମ ଓଡିଶାର ବ୍ରହ୍ମପୁର ସହରର ତପସ୍ୱିନୀ ଆଉ ସୁମିତଙ୍କ ଖବର ରାଜ୍ୟ ସାରା ଲୋକଙ୍କ ମୁହଁରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି।କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଉଭୟ ଆସିକା ଚିନିକଳ ଗେଷ୍ଟ ହାଉସରେ ୭ ଦିନ ରହିଥିଲେ।ଅଷ୍ଟମ ଦିନରେ ସୁମିତ ପତ୍ନୀ ତପସ୍ୱିନୀଙ୍କୁ ଛାଡ଼ି ପଳାଇ ଗଲେ । ଯାହା ଯାଇଛନ୍ତି ଯେ ଯାଇଛନ୍ତି । ଆଉ ଫେରିନାହାନ୍ତି । ହଜିଲା ସ୍ୱାମୀଙ୍କ ଫେରିବା ରାସ୍ତାକୁ ଚାହିଁ ଚାହିଁ ଆଜି ପୁଣି ଥରେ ଏସ୍ଡିଜେଏମ୍ଙ୍କ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ତପସ୍ୱିନୀ । ଡାକ୍ତର ସୁମିତ ସାହୁ କୋର୍ଟଙ୍କ ନିର୍ଦ୍ଦେଶକକୁ ଅବମାନନା କରିଛନ୍ତି ବୋଲି ତପସ୍ୱିନୀ ପିଟିସନ୍ରେ ଦର୍ଶାଇଛନ୍ତି ।
ତେବେ ନିର୍ଦ୍ଦେଶ ମୁତାମକ ସୁମିତ ମୋ ସହିତ ରହିବେ ଓ ମୋ’ ଦାୟିତ୍ୱ ନେବେ କଥା ।କିନ୍ତୁ ଗତ ଚାରି ଦିନ ହେଲେ ସେ କୋର୍ଟଙ୍କ ନିର୍ଦ୍ଦେଶ ଅମାନ୍ୟ କରିଛନ୍ତି । ମୋତେ ଛାଡି କେଉଁ ଆଡେ ଚାଲି ଯାଇଛନ୍ତି । ମୁଁ ଏବେ କେମିତି ଅଛି? କଣ ଖାଉଛି? ସେକଥା ଜମାରୁ ବୁଝୁନାହାନ୍ତି । ତେଣୁ ବାଧ୍ୟହୋଇ ପୁଣି ଥରେ ଏସ୍ଡିଜେଏମ୍ରେ ପିଟିସନ୍ ଦାଖଲ କରିଛି।ଏହା ପରେ ଏସ୍ଡିଜେଏମ୍ ଯାହା ନିର୍ଦ୍ଦେଶ ଦେବେ ତାହା ମୁଁ ପାଳନ କରିବି ବୋଲି ତପସ୍ୱିନୀ କହିଛନ୍ତି।
ଏହି ଖବର ପରେ କଂଗ୍ରେସ ର ବରିଷ୍ଠ ନେତା ସୁର ରାଉତରାୟ ନିଜର ମନ୍ତବ୍ୟ ଦେଇଛନ୍ତି ଏବଂ ସେ କହିଛନ୍ତି କି ଏତେ ଦିନ ଏକାଠି ରହିଲେ କିନ୍ତୁ କିଛି ଲାଭ ହେଲା ନାହିଁ । ଦୁହିଁଙ୍କ ସଂପର୍କ ରେ କିଛି ସୁଧାର ଆସିଲା ନାହିଁ । ଏତେ ଦିନ ଶୋଇଲେ ତଥାପି କିଛି ହେଲା ନାହିଁ ତେବେ ସେ ଆଡେ ମୁଁ ଆଉ ଯିବି ନାହିଁ । ତେବେ ସୁର ରାଉତରାୟ ଙ୍କ ର ଏହି କଥା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି ଏବଂ ସମସ୍ତେ ଏହି କଥା କୁ ଶୁଣି ନିଜର ହସ କୁ ନିୟନ୍ତ୍ରଣ କରି ପାରୁ ନାହାଁନ୍ତି ।
ତେବେ ଏହା ପୂର୍ବରୁ କୋର୍ଟ ଯେତେବେଳେ ତାଙ୍କୁ ଏକାଠି ରହିବାର ନିଷ୍ପତ୍ତି ଶୁଣାଇଥିଲେ ସେତେବେଳେ ସୁର ରାଉତରାୟ କହିଥିଲେ କି କୋର୍ଟର ଏହି ନିଷ୍ପତ୍ତି ରେ ସେ ବହୁତ ଖୁସି ଅଛନ୍ତି ଏବଂ ସାତ ଦିନ ଭିତରେ ଦୁହିଁଙ୍କ ଭିତରେ ଥିବା ଶ୍ରଦ୍ଧା, ପ୍ରେମ ସବୁ ଜାଗ୍ରତ ହୋଇ ଯିବ କିନ୍ତୁ ସୁମିତ ଫେରାର ହେବା ପରେ ସୁର ରାଉତରାୟ ଏହି କଥା ଟି ମିଡ଼ିଆ ଆଗରେ କହିଛନ୍ତି।