ବୟସ ଅନୁସାରେ ଶରୀରର ଓଜନ କେତେ ରହିବା ଆବଶ୍ୟକ ! ଆସନ୍ତୁ ଜାଣିବା

ଆପଣମାନେ ନିଶ୍ଚିତ ଜାଣିଥିବେକି ସମସ୍ତେ ସୁନ୍ଦର ଦେଖା ଯିବା ପାଇଁ ନିଜ ଶରୀରର ବହୁତ ଯତ୍ନ ନେଇଥାନ୍ତି। ଅନେକ ସମୟରେ ଲୋକମାନେ ନିଜର ଶରୀରକୁ ନେଇ ଚିନ୍ତାରେ ରହିଥାନ୍ତିକି, ବୟସ ଅନୁସାରେ ଶରୀରର ଓଜନ ଠିକ ଅଛି କି ନାହିଁ। ସେଥିପାଇଁ ଆଜି ଆମେ ଆପଣମାନଙ୍କୁ ଜଣେଇଦେବୁଯେ ବୟସ ଅନୁସାରେ ଶରୀରର ଓଜନ କେତେ ରହିଥାଏ। ବର୍ତ୍ତମାନ ସମୟର ଜୀବନଶୈଳୀ ଏବଂ ଖାଦ୍ୟପେୟ ପାଇଁ ଲୋକମାନଙ୍କ ଓଜନ ବଢିବା ସହ ଶରୀର ମଧ୍ୟ ଦୁର୍ବଳ ହେବାର ଘଟଣା ଦେଖିବାକୁ ମିଳୁଅଛି।

ଡାକ୍ତରଙ୍କ କହିବା ଅନୁସାରେ ଠିକ ସମୟରେ ଓ ଠିକ ପରିମାଣର ଖାଦ୍ୟ ନଖାଇବା କାରଣରୁ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା କମିଯାଏ। ଓ ଶରୀରକୁ ଉଚିତ ପରିମାଣର ପ୍ରୋଟିନ ମଧ୍ୟ ମିଳିନଥାଏ। ଆଜି ଜାଣିବା ବୟସ ଅନୁସାରେ ଶରୀରର ଓଜନ କେତେ ରହିବା ଉଚିତ। ଡାକ୍ତରଙ୍କ କହିବା ଅନୁଯାୟୀ ଜନ୍ମ ହେବା ସମୟରେ ଜଣେ ଶିଶୁପୁତ୍ରଙ୍କ ଓଜନ ୩.୩ କିଲୋଗ୍ରାମ ଓ ଶିଶୁକନ୍ୟାଙ୍କ ଓଜନ ୩.୨ କିଲୋଗ୍ରାମ ରହିବା ଉଚିତ।

୬ ରୁ ୮ ମାସର ମଧ୍ୟରେ ସେହି ପୁତ୍ରଶିଶୁଙ୍କର ଓଜନ ୭.୮ କିଲୋଗ୍ରାମ ଓ ଶିଶୁକନ୍ୟାଙ୍କ ଓଜନ ୭.୨ ରହିବା ଉଚିତ। ତାପରେ ଯେତେବେଳେ ଶିଶୁ ପୁତ୍ର ବର୍ଷକର ହୋଇଥାଏ। ତାର ଓଜନ ୧୦.୨ କିଲୋଗ୍ରାମ ଓ ଶିଶୁକନ୍ୟାଙ୍କ ଓଜନ ୯.୫ କିଲୋଗ୍ରାମ ରହିବା ଉଚିତ। ୨ ବର୍ଷର ପୁଅ ୧୨.୩ କିଲୋଗ୍ରାମ ଓ ଝିଅ ୧୧.୮ କିଲୋଗ୍ରାମ। ତାପରେ ୫ ବର୍ଷର ପୁଅର ଓଜନ ୧୮.୭ କିଲୋଗ୍ରାମ ଓ ଝିଅ ର ଓଜନ ୧୭ କିଲୋଗ୍ରାମ ରହିବା ଉଚିତ। ୧୦ ବର୍ଷର ପୁଅର ଓଜନ ୩୧.୪ କିଲୋଗ୍ରାମ ଓ ଝିଅଙ୍କ ଓଜନ ୩୨.୫କିଲୋଗ୍ରାମ ରହିବା ଉଚିତ।

୧୨ ବର୍ଷର ପୁଅ ୩୭ କିଲୋଗ୍ରାମ ଓ ଝିଅଙ୍କ ଓଜନ ୩୮.୭ କିଲୋଗ୍ରାମ ରହିବା ଉଚିତ। ୧୪ ବର୍ଷର ପୁଅ ୪୭ କିଲୋଗ୍ରାମ ଓ ଝିଅଙ୍କ ଓଜନ ୪୮ କିଲୋଗ୍ରାମ ରହିବା ଉଚିତ। ୧୮ ବର୍ଷର ପୁଅ ୬୨.୫ କିଲୋଗ୍ରାମ ଓ ଝିଅଙ୍କ ଓଜନ ୫୪ କିଲୋଗ୍ରାମ ରହିବା ଉଚିତ। ୩୦ ବର୍ଷରୁ ୩୯ ବର୍ଷ ପର୍ଯ୍ୟନ୍ତ ପୁଅଙ୍କ ଓଜନ ୭୦.୨ ଓ ଝିଅଙ୍କ ଓଜନ ୫୮.୫ କିଲୋଗ୍ରାମ ରହିବା ଉଚିତ।

୪୦ ବର୍ଷରୁ ୫୦ ବର୍ଷ ପୁରୁଷଙ୍କ ଓଜନ ୭୫.୬ ଓ ମହିଳାଙ୍କ ଓଜନ ୬୨ କିଲୋଗ୍ରାମ ରହିବା ଉଚିତ। ୫୦ ରୁ ୬୦ ବର୍ଷ ପୁରୁଷଙ୍କ ଓଜନ ୮୦.୬ ଓ ମହିଳାଙ୍କ ଓଜନ ୬୧ କିଲୋଗ୍ରାମ ରହିବା ଉଚିତ। ଏହି ସବୁର ବିବରଣୀ ହେଉଛି ବୟସ ଅନୁସାରେ ଶରୀରର ଓଜନ, ଏହି ବିବରଣୀ ଅନୁସାରେ ଯଦି ଆପଣଙ୍କର ଶରୀରର ଓଜନ ବହୁତ କମ ଥାଏ ତେବେ ଆପଣ କାହା କଥାରେ ନପଡ଼ି ସିଧାସଳଖ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ।

Leave a Reply

Your email address will not be published. Required fields are marked *