କେନ୍ଦ୍ର ସରକାରଙ୍କ ତରଫରୁ ଏକ ବଡ଼ ଅପଡେଟ ଆସିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂଆ ଘୋଷଣା କରିଛନ୍ତି। ଯଦି ଆପଣଙ୍କର ବ୍ୟାଙ୍କରେ ଆକାଉଣ୍ଟ ରହିଛି ତେବେ ଆପଣମାନଙ୍କୁ ପାଞ୍ଚଲକ୍ଷ ଟଙ୍କା ମିଳିପାରିବ। ଯେକୌଣସି ବ୍ୟାଙ୍କରେ ଆକାଉଣ୍ଟ ଥିଲେ ମଧ୍ୟ ଆପଣଙ୍କୁ ମିଳିପାରିବ ପାଞ୍ଚଲକ୍ଷ ଟଙ୍କା, ଏହାର ବୋଲି ଗ୍ୟାରେଣ୍ଟି ମୋଦି ସରକାର ନେଉଛନ୍ତି। ଯଦି ଆପଣମାନଙ୍କର ବ୍ୟାଙ୍କରେ ଆକାଉଣ୍ଟ ରହିଛି, ତେବେ ଆପଣ ନିଜ ଖାତାରେ ଟଙ୍କା ରଖୁଛନ୍ତି କିମ୍ବା କୌଣସି ଫିକ୍ସ ଡିପୋଜିଟ୍ କରୁଛନ୍ତି। ତେବେ ଯଦି ହଠାତ ଆପଣଙ୍କ ବ୍ୟାଙ୍କ ବୁଡିଗଲା, ତେବେ କ’ଣ ହେବ?
ଏହାକୁ ନଜରରେ ରଖି ସରକାର ଏହି ନୂଆ ଯୋଜନା କରିଛନ୍ତି। ପୂର୍ବରୁ ସରକାର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ୟାରେଣ୍ଟି ନେଉଥିଲେ। କାରଣ ସାଧାରଣତଃ ଗୋଟିଏ ବ୍ୟାଙ୍କରେ ବହୁତ ଲୋକଙ୍କ ଆକାଉଣ୍ଟ ରହିଥାଏ ଓ ଲୋକମାନେ ସେଥିରେ ପଇସା ରଖିଥାନ୍ତି। ତେବେ ଯେତେବେଳେ ବ୍ୟାଙ୍କ ବୁଡ଼ିଯାଏ, ଚାଲିଯାଏ କିମ୍ବା ଦେବାଳିଆ ହୋଇଯାଏ, ସେ କ୍ଷେତ୍ରରେ ଆପଣ ନିଜର ଆକାଉଣ୍ଟ୍ ନମ୍ୱର୍ ଦେଖାଇ ପୂର୍ବରୁ ସରକାରଙ୍କ ପାଖରୁ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇ ପାରୁଥିଲେ। କିନ୍ତୁ ବର୍ତ୍ତମାନ ଏହାକୁ ବଢାଇ ଦିଆଯାଇଛି।
ସୂଚନା ଅନୁସାରେ ଏକଲକ୍ଷକୁ ବଢାଯାଇ ବର୍ତ୍ତମାନ ପାଞ୍ଚଲକ୍ଷ କରିଦିଆଯାଇଛି। ତେବେ ଯଦି ଆପଣଙ୍କର ଆକାଉଣ୍ଟରେ ୧୨-୧୫ ଲକ୍ଷ ଟଙ୍କା ଅଛି, ତଥାପି ସରକାର କେବଳ ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ୟାରେଣ୍ଟି ନେଇପାରିବେ। ସେହିପରି ଯଦି ଆପଣଙ୍କର ଆକାଉଣ୍ଟରେ ଦୁଇଲକ୍ଷ ଟଙ୍କା ଅଛି, ତେବେ ମଧ୍ୟ ଆପଣଙ୍କୁ ଦୁଇଲକ୍ଷ ଟଙ୍କା ମିଳିପାରିବ। ତେବେ ଯଦି କୌଣସି ବ୍ୟାଙ୍କ ଉଠିଯାଏ, ବୁଡିଯାଏ କିମ୍ବା ଦେବାଳିଆ ହୋଇଯାଏ, ତାହାର ୯୦ ଦିନ ମଧ୍ୟରେ ବ୍ୟାଙ୍କର ହିତାଧିକାରୀଙ୍କୁ ସରକାରଙ୍କ ତରଫରୁ ତାଙ୍କର ଟଙ୍କା ଦେଇ ଦିଆଯିବ।