ସ୍ୱାମୀଙ୍କ ଗର୍ଲଫ୍ରେଣ୍ଡ ଚଳାଉଥିଲେ କାର ! ଚାଲାଣ କଟିବାରୁ ଖୋଲିଗଲା ସ୍ତ୍ରୀ ଆଗରେ ଧୋକାବାଜୀର ସବୁ ରହସ୍ୟ ! ଜାଣନ୍ତୁ ପୁରା ଘଟଣା !

ଜର୍ମାନୀରେ, ଜଣେ ବିବାହିତ ବ୍ୟକ୍ତିଙ୍କ ଠକେଇ ତାଙ୍କ କାରର ଚାଲାଣ ଦ୍ୱାରା ପ୍ରକାଶ ପାଇଲା । ବାସ୍ତବରେ ସେହି ବ୍ୟକ୍ତିଙ୍କ ଗର୍ଲଫ୍ରେଣ୍ଡ ତାଙ୍କ ବିଏମଡବ୍ଲୁ କାର ଚଳାଉଥିଲା। କିନ୍ତୁ ଦିନେ ତାଙ୍କ ଚାଲାଣ କଟିଗଲା । ଯେତେବେଳେ ଏହି ଚାଲାଣ ବ୍ୟକ୍ତିର ସ୍ତ୍ରୀଙ୍କ ହାତରେ ଆସିଲା ସେତେବେଳେ ସବୁ ସତ୍ୟ ଜଣାପଡ଼ିଗଲା। ଚ୍ୟାଲାଣ ର ଫଟୋରେ ଗର୍ଲଫ୍ରେଣ୍ଡର ଚିତ୍ର ଥିଲା ।

ଜଣେ 36 ବର୍ଷିୟ ଜର୍ମାନ ମହିଳା ଚାଲାଣ ନୋଟିସ ପାଇଥିଲେ। ଅତ୍ୟଧିକ ଦ୍ରୁତ ଗତିରେ କାରଟି ଯାଉଥିବାରୁ ଚାଲାଣ କଟାଯାଇଥିଲା। କିନ୍ତୁ, କାରଟି ମହିଳା ଚଲାଇ ନ ଥିବାରୁ ଚାଲାଣ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ନଥିଲା।

ତେବେ, ଯେତେବେଳେ ମହିଳା ଜଣକ ନୋଟିସ୍ ଖୋଲି ଏହାକୁ ଦେଖିଲେ, ସେ ପୁରା କଥା ବୁଝିପାରିଲେ। ଚାଲାଣର ନୋଟିସରେ କାର ଚଳାଉଥିବା ଝିଅର ଫଟୋ ଥିଲା । ଏହି ଝିଅଟି ମହିଳାଙ୍କ ସ୍ୱାମୀଙ୍କ ଗର୍ଲଫ୍ରେଣ୍ଡ ବ୍ୟତୀତ ଅନ୍ୟ କେହି ନୁହେଁ ।

ପୂର୍ବ ଦିନ, ଯେତେବେଳେ ଏହି ଗର୍ଲଫ୍ରେଣ୍ଡ ତାଙ୍କ ସ୍ବାମୀଙ୍କ ବିଏମଡବ୍ଲୁ କାର ଚଳାଉଥିଲା, ରାଜପଥରେ ସ୍ଥାପିତ ସ୍ପିଡ କ୍ୟାମେରାରେ ତାଙ୍କ ଚିତ୍ର କଏଦ ହୋଇଥିଲା । କାରଣ ସେ କାର କୁ ଅଧିକ ବେଗରେ ଚଳାଉଥିଲେ । ଝିଅର ଫଟୋ ସହିତ ଟ୍ରାଫିକ ପୋଲିସ କାର ମାଲିକଙ୍କ ଘରକୁ ଜରିମାନା ପଠାଇଛି। ଏହି କାରଣରୁ ବ୍ୟକ୍ତିର ରହସ୍ୟ ଖୋଲି ଯାଇଥିଲା ।

ତେବେ ଉକ୍ତ ବ୍ୟକ୍ତିଙ୍କ ପତ୍ନୀଙ୍କୁ କୋର୍ଟରେ ହାଜର ହେବାକୁ ପଡିଥିଲା। କାରଟି ଚଳାଉଥିବା ଝିଅଟି ହେଉଛି ତାଙ୍କ ପ୍ରେମିକା ବୋଲି ସ୍ୱାମୀ କୋର୍ଟରେ ସ୍ୱୀକାର କରିଛନ୍ତି। ଏହା ପରେ ତାଙ୍କ ପତ୍ନୀ ବିଚାରପତିଙ୍କ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ଏହା ମଧ୍ୟ ସ୍ଥିର ହୋଇଥିଲା ଯେ ଚାଲାଣ ର ଫଟୋରେ ଦେଖାଯାଇଥିବା ଝିଅ ଏବଂ କୋର୍ଟକୁ ଆସିଥିବା ମହିଳା ଭିନ୍ନ ଅଟନ୍ତି।

Leave a Reply

Your email address will not be published. Required fields are marked *